Home ଓଡ଼ିଶା ହାତୀଦାନ୍ତ ଚୋରା ଚାଲାଣକାରୀ ଗିରଫ

ହାତୀଦାନ୍ତ ଚୋରା ଚାଲାଣକାରୀ ଗିରଫ

266

ବାରିପଦା ୧୪-୨ (ଓଡ଼ିଆ ପୁଅ/ସନ୍ତୋଷ ବରଜ) – ମୟୁରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧିନ ଟିଟିଆ ଛକ ନିକଟରୁ ୦୫ ଜଣ ହାତୀଦାନ୍ତ ଚାଲାଣ କାରୀ ଗିରଫ।

କୌଣସି ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଆଜି ସନ୍ଧ୍ୟା ସମୟରେ ଗାଡି ଗୁଡିକୁ ଟିଟିଆ ଛକ ଠାରେ ଚେକିଂ ଚାଲିଥିବା ସମୟରେ ଏକ ଟେମ୍ପୋରୁ ୦୫ ଜଣଙ୍କୁ ଦୁଇଟି ହାତୀଦାନ୍ତ ସହ ଗିରଫ କରିଛି ବାରିପଦା ବନବିଭାଗ। ଗିରଫମାନେ ହେଲେ ଉଦଳା ଥାନା ଅଧିନ ଦେବେନ୍ଦ୍ର ମାହାଳୀ, ଜଗନ୍ନାଥ ସିଂ, ପଙ୍କଜ ମହାଳୀ, ସୁଶାନ୍ତ ସିଂ ଓ ବିନୁ ସିଂ।ସେମାନଙ୍କ ଠାରୁ ଜବତ ହୋଇଥିବା ଦୁଇଟି ହାତୀଦାନ୍ତ ମଧ୍ୟରୁ ଗୋଟିଏ ୬୦୦ ଗ୍ରାମ ଓ ଅନ୍ୟଟିର ଓଜନ ୭୦୦ ଗ୍ରାମ।

ତେବେ ଏହି ଘଟଣାରେ ମୃତୁ ବରଣ କରିଥିବା ହାଥିର ବୟସ ୧୦ ରୁ ୧୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।ବନବିଭାଗ ପକ୍ଷରୁ ତଦନ୍ତ ଜରିରହିଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.