Home ଆନ୍ତର୍ଜାତୀୟ ହ୍ଵାଟ୍ସଆପ ଆଣିବାକୁ ଯାଉଛି କିଛି ନୂଆ ଫିଚର୍

ହ୍ଵାଟ୍ସଆପ ଆଣିବାକୁ ଯାଉଛି କିଛି ନୂଆ ଫିଚର୍

1617

ନୂଆଦିଲ୍ଲୀ: ଆମ ଭିତରେ ହୁଏତ ଏମିତି କେହି ଥିବ, ଯାହା ପାଖରେ ସ୍ମାର୍ଟ ଫୋନ ଥିବ ଏବଂ ସେ ହ୍ଵାଟ୍ସଆପ ବ୍ୟବହାର କରୁନ’ଥିବ।ହ୍ଵାଟ୍ସଆପର ପପୁଲାର ହେବା ଭିତରେ ଗୋଟେ ବଡ଼ କାରଣ ହେଲା ସେ ସମୟକୁ ସମୟ ଅପଡେଟ୍ ଆଣୁଛି।ଏବେ ହ୍ଵାଟ୍ସଆପ ଏପରି କିଛି ଫିଚର୍ ଆଣିବାକୁ ଯାଉଛି, ଯାହା ୟୁଜର୍ସଙ୍କୁ ଆହୁରୀ ଖୁସି କରାଇଦେବ।

କ୍ୟୁଆର କୋର୍ଡ଼ –
କ୍ୟୁଆର କୋର୍ଡ଼ ସ୍କ୍ରିନିଂରୁ କୌଣସି କଣ୍ଟାକ୍ଟକୁ ଫୋନରେ ଯୋଡ଼ିବା ସହଜ ହୋଇଯିବ।ଏହି ଫିଚର୍ ଆସିବା ପରେ ପ୍ରତ୍ୟକ ୟୁଜରଙ୍କୁ ଏକ କ୍ୟୁଆର୍ କୋର୍ଡ଼ ଦିଆଯିବ।ଯାହାକୁ ସ୍କାନ କରି କୌଣସି କଣ୍ଟାକ୍ଟକୁ ଡାଇରେକ୍ଟ ଫୋନରେ ଯୋଡ଼ି ହେବ।

ଡାର୍କମୋଡ଼ –
ଆଜିକାଲି ଲୋକ ଡାର୍କମୋଡ଼କୁ ଖୁବ୍ ପସନ୍ଦ କରୁଛନ୍ତି।ଜିମେଲ, ଗୁଗଲ କ୍ରୋମୋ, ଫେସବୁକ, ମେସେଞ୍ଜରରେ ଡାର୍କମୋଡ଼ ସୁବିଧା ଅଛି।ହ୍ଵାଟ୍ସଆପ ଏହି ଫିଚର୍ ଉପରେ ଜୋରଦାରରେ କାମ କରୁଛି।ଡାର୍କମୋଡ଼ର ଉପଯୋଗୀତା ହେଲା ଏହା ଆଖି ପାଇଁ ଯେ ଆରାମ ଦାୟକ ସହ ବ୍ୟାଟେରୀ ମଧ୍ୟ ସଞ୍ଚୟ ହୁଏ।

ଫିଙ୍ଗରପ୍ରିଣ୍ଟ ଅଥେଣ୍ଟିକେସନ –
ଫିଙ୍ଗରପ୍ରିଣ୍ଟ ଅଥେଣ୍ଟିକେସନ ଫିଚର୍ ଆସିବା ପରେ ହ୍ଵାଟ୍ସଆପ ଅଧିକ ସେଫ୍ (ନିରାପଦ) ହୋଇଯିବ।ଯେତେଥର ଜଣେ ହ୍ଵାଟ୍ସଆପ ଓପନ କରିବ, ଫିଙ୍ଗରପ୍ରିଣ୍ଟ ଅଥେଣ୍ଟିକେଟ୍ କରିବାକୁ ପଡ଼ିବ।ଅର୍ଥାତ୍ କେହି ଆଉ ଆପଣଙ୍କ ହ୍ଵାଟ୍ସଆପ ଖୋଲି ପାରିବେ ନାହିଁ।

ହ୍ଵାଟ୍ସଆପ ଷ୍ଟାଟସ ସେୟାର –
ଏହି ଫିଚର୍ ମାଧ୍ୟମରେ ୟୁଜର୍ସ ନିଜର ହ୍ଵାଟ୍ସଆପ ଷ୍ଟାଟସ୍ ଫେସବୁକ ସମେତ ଜିମେଲ, ଗୁଗଲ ଫଟୋସ୍, ଇଂଷ୍ଟାଗ୍ରାମରେ ସେୟାର କରିପାରିବେ।ଏହାପାଇଁ ଆକାଉଣ୍ଟ କ୍ଲିକ୍ କରିବାର ଆବଶ୍ୟକତା ପଡ଼ିବନି।

କଣ୍ଟାକ୍ଟର ହେବ ରାଙ୍କିଙ୍ଗ୍ –
ଏହି ଫିଚର୍ ଦ୍ୱାରା ପସନ୍ଦର କଣ୍ଟାକ୍ଟ ଗୁଡ଼ିକ ସବୁବେଳେ ଉପରେ ରହିବ।ଅର୍ଥାତ୍ ଆପଣ ଯାହା ସହିତ ଅଧିକ କଣ୍ଟାକ୍ଟରେ ରହୁଥିବେ ସେ ଉପରେ ରହିବ।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.