Home ଓଡ଼ିଶା ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା: ରିକ୍ସା ଚାଳକ, ଭେଣ୍ଡର, ଇଟା ଭାଟି କାରିଗର, ୱାସର ମ୍ୟାନ,...

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା: ରିକ୍ସା ଚାଳକ, ଭେଣ୍ଡର, ଇଟା ଭାଟି କାରିଗର, ୱାସର ମ୍ୟାନ, ମିସ୍ତ୍ରୀଙ୍କୁ ମିଳିବ ଲାଭ

1711

ନୂଆ ଦିଲ୍ଲୀ ୫-୭ (ଓଡ଼ିଆ ପୁଅ) ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ମୋଦୀ ସରକାରଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ ଆଗତ କରିଛନ୍ତି। ଏହି ବଜଟରେ ସେ କରିଛନ୍ତି ଅନେକ ବଡ଼-ବଡ଼ ଘୋଷଣା। ତାହା ମଧ୍ୟରେ ଗରୀବ ବୃଦ୍ଧା ଏବଂ ବୃଦ୍ଧାଙ୍କର ମଧ୍ୟ ଧ୍ୟାନ ରଖାଯାଇଛି। ସେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାର ଘୋ,ଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାରେ ସରକାରଙ୍କର ତରଫରୁ ପେନସନ୍ ର ଗାରେଣ୍ଟି ମିଳିବ। ଏହି ଯୋଜନା ଅସଂଗଠିତ କ୍ଷେତ୍ର ପାଇଁ, ଯେଉଁଥିରେ ଅଧିକଭାବେ ରିକ୍ସା ଚାଳକ, ଭେଣ୍ଡର, ଇଟା ଭାଟି କାରିଗର, ୱାସର ମ୍ୟାନ, ମିସ୍ତ୍ରୀ ଆଦିଙ୍କୁ ଲାଭ ମିଳିବ।

ଏହା ଏକ ଏପରି ଯୋଜନା ଅଟେ ଯେଉଁଥିରେ ପ୍ରତି ମାସ ଏକ ନିଶ୍ଚିତ ରାଶି ଜମା କରାଯିବ। ୬୦ ବର୍ଷର ବୟସ ପରେ ନ୍ୟୁନତମ ପ୍ରତିମାସ ୩୦୦୦ ହଜାର ଟଙ୍କାର ପେନସନ୍ ଙ୍କର ଗାରେଣ୍ଟି ସରକାର ଦେବେ। ଯଦି ଏହି ଯୋଜନାର ଲାଭାର୍ଥୀଙ୍କର ମୃତ୍ୟୁ ହୁଏ ତେବେ ତାଙ୍କର ପତ୍ନୀ କିମ୍ବା ପରିବାରକୁ ପେନସନ୍ ର ଅଧା ରାଶି ପ୍ରତିମାସ ମିଳିବ। ଏହି ଯୋଜନା ଦେଶରେ ଲାଗୁ ହୋଇସାରିଛି। ଏହା ପୂର୍ବରୁ ନ୍ୟାସନାଲ ପେନସନ୍ ସିଷ୍ଟମ ଏବଂ ଅଟଳ ପେନସନ୍ ଯୋଜନା ମଧ୍ୟ ମୋଦୀ ସରକାର ଲାଗୁ କରି ସାରିଛନ୍ତି।
ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାର ସର୍ତ୍ତ

– ସଗଠିତ କ୍ଷେତ୍ରରେ ଯୋଡ଼ିହେଲେ କାରିଗର
– ଯାହାଙ୍କର ବୟସ ୪୦ ବର୍ଷରୁ କମ ହୋଇଥିବ
– ମାସିକ ଆୟ ୧୫,୦୦୦ ଟଙ୍କା କିମ୍ବା ସେଥିରୁ କମ ଥିବ

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାର ଫାଇଦା

– ସରକାର ଏହି ସ୍କିମକୁ ଗ୍ରହଣ କରୁଥିବା ଲୋକଙ୍କୁ ନ୍ୟୁନତମ ୩ ହଜାର ଟଙ୍କାର ମାସିକ ପେନସନ୍ ଦେବେ
– ସରକାର ଏବଂ ପେନସନ୍ ନେଉଥିବା ବ୍ୟକ୍ତି ଏକ ସମାନ ଟଙ୍କା ପେନସନ୍ ପାଇଁ ଦେବେ।

ଏହାର ଆବଶ୍ୟକତା:

– ଆବେଦନ କରୁଥିବା ବ୍ୟକ୍ତିଙ୍କ ନିକଟରେ ସେଭିଙ୍ଗ୍ସ ବ୍ୟାଙ୍କ ଆକାଉଣ୍ଟ କିମ୍ବା ସଞ୍ଚୟ ଜମା ଖାତା ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ୍ ରେ ଥିବ
– ଆଧାର କାର୍ଡ ହେବା ଜରୁରୀ ଅଟେ।
– ଯଦି କୌଣସି ବ୍ୟକ୍ତି ୧୮ ବର୍ଷ ବୟସରୁ ଏହି ସ୍କିମକୁ ଆରମ୍ଭ କରେ ତେବେ ତାକୁ ପ୍ରତ୍ୟେକ ମା ୫୫ ଟଙ୍କା ଜମା କରିବାକୁ ହେବ।
– ଯେଉଁ ବ୍ୟକ୍ତି ୪୦ ବର୍ଷରୁ ଅଧିକ ବୟସର ହୋଇଥିବା ଏହି ସ୍କିମ ଆରମ୍ଭ କରିବ ତାକୁ ପ୍ରତ୍ୟେକ ମା ୨୦୦ ଟଙ୍କା ଜମା କରିବାକୁ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.