Home temp ପଶ୍ଚିମବଙ୍ଗ ହିଂସା: ରାଜ୍ୟପାଳଙ୍କୁ ଭେଟିଲା ବିଜେପି ମହିଳା ମୋର୍ଚ୍ଚା

ପଶ୍ଚିମବଙ୍ଗ ହିଂସା: ରାଜ୍ୟପାଳଙ୍କୁ ଭେଟିଲା ବିଜେପି ମହିଳା ମୋର୍ଚ୍ଚା

86

କୋଲକତା: ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜେପି ସମର୍ଥକଙ୍କ ଉପରେ ଚାଲିଥିବା ହିଂସା ତଥା ବିଶେଷ କରି ମହିଳା ମାନଙ୍କ ଉପରେ ହେଉଥିବା ହିଂସା ପ୍ରତିବାଦରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଭେଟି ଦାବୀ ପ୍ରଦାନ କରିଛି ବିଜେପି ମହିଳା ମୋର୍ଚ୍ଚା। ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାନାଥି ଶ୍ରୀନିବାସନଙ୍କ ନେତୃତ୍ୱରେ ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲି, ପଶ୍ଚିମବଙ୍ଗ ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ଆସାନସୋଲ ସାଉଥ ବିଧାୟିକା ଅଗ୍ନିମିତ୍ରା ପାଉଲ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଭେଟି ବଙ୍ଗଳାରେ ଘଟୁଥିବା ହିଂସା ନେଇ ଆଲୋଚନା କରିବା ସହ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ବେଙ୍ଗଲରେ ଚାଲିଥିବା ହିଂସା ତଥା ବିଶେଷ କରି ମହିଳା ମାନଙ୍କ ଉପରେ ହେଉଥିବା ହିଂସା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରି ଗତକାଲି ଭାନାଥି ଶ୍ରୀନିବାସନଙ୍କ ସମେତ ରୂପା ଗାଙ୍ଗୁଲି, ଅଗ୍ନିମିତ୍ରା ପାଉଲ ଏବଂ ଅନ୍ୟାନ୍ୟ ବିଜେପି ନେତ୍ରୀ ଗିରଫ ହୋଇଥିଲେ।
-@Dr

ବଙ୍ଗାଲ୍ ହିଂସା: ମମତା ସରକାର ଉପରେ ବର୍ଷିଲେ, ଜବାବ ତଲବ କଲେ କୋଲକାତା ହାଇକୋର୍ଟ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.