Home Top News ମେଡାଲ ରେସ୍‌ ରୁ ବାହାର ଆଦିତୀ, ଚତୁର୍ଥ ସ୍ଥାନରେ ରହିଲେ, ମଉଳିଲା ପଦକ ଆଶା,

ମେଡାଲ ରେସ୍‌ ରୁ ବାହାର ଆଦିତୀ, ଚତୁର୍ଥ ସ୍ଥାନରେ ରହିଲେ, ମଉଳିଲା ପଦକ ଆଶା,

101

ନୂଆ ଦିଲ୍ଲୀ ୬ ଅଗଷ୍ଟ (ଓଡ଼ିଆ ପୁଅ) ବର୍ଷା ଟୋକିଓ ଅଲମ୍ପିକ୍‌ ଗଲ୍ଫରେ ବାଧା ସୃଷ୍ଟି କରିଥିଲା। କିନ୍ତୁ କିଛି ସମୟ ବ୍ୟବଧାନରେ ୪ର୍ଥ ରାଉଣ୍ଡର ଖେଳ ଆରମ୍ଭ ହୋଇଥିଲା। ପରେ ଆଦିତୀ ଚତୁର୍ଥ ସ୍ଥାନରେ ରହିଥିଲେ।
୪ର୍ଥ ରାଉଣ୍ଡରେ ଗଲ୍ଫ ପାଇଁ ଆଦିତୀ ଅଶୋକ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ତୃତୀୟ ରାଉଣ୍ଡରେ ସେ ଦ୍ୱିତୀୟ ସ୍ଥାନରେ ଥିଲେ କିନ୍ତୁ ୪ର୍ଥ ରାଉଣ୍ଡରେ ସେ କେତେବେଳେ ପ୍ରଥମ ସ୍ଥାନରେ ନେଲି କୋରଡା ଏବଂ ଲିଡିଆ କୋ ସହ ଟାଇରେ ଚାଲିଥିଲେ ତ କେତେବେଳେ ତୃତୀୟ ସ୍ଥାନକୁ ଖସିଆସୁଥିଲେ। ତେବେ ଯାହା ହେଉନା କାହିଁକି ଆଦିତୀଙ୍କଠାରୁ ଏବେ ପଦକ ଆଶା କରାଯାଉଥିଲା।
ଅଲିମ୍ପିକ୍ ଗଲ୍ଫ ଇଭେଣ୍ଟରେ ଭାରତୀୟ ଗଲ୍ଫର୍ ଆଦିତୀ ଅଶୋକ ଭାରତର ପ୍ରଥମ ପଦକ ପ୍ରତିଯୋଗୀ ଅଟନ୍ତି। ସେ ତୃତୀୟ ରାଉଣ୍ଡରେ ତିନି-ଅଣ୍ଡର ୬୭ ସ୍କୋର ସହିତ ଦ୍ୱିତୀୟ ସ୍ଥାନ ବଜାୟ ରଖିଥିଲେ। ୧୨ ରୁ କମ୍ ୨୦୧ ସ୍କୋର ସହିତ ତିନି ରାଉଣ୍ଡ ପରେ ଆଦିତୀ ଦ୍ୱିତୀୟ ସ୍ଥାନରେ ଥିଲେ।
ଏହା ହେଉଛି ଆଦିତୀଙ୍କ ଦ୍ୱିତୀୟ ଅଲିମ୍ପିକ୍ସ। ରିଓ (୨୦୧୬) ରେ ସେ ୪୧ ତମ ସ୍ଥାନରେ ରହିଥିଲେ।
– ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ଖେଳୁଛନ୍ତି ଆଦିତୀ।
– ରିଓ ଅଲିମ୍ପିକ୍ସରେ ଖେଳିବା ପାଇଁ ସର୍ବକନିଷ୍ଠ ଗଲ୍ଫର୍ ହୋଇଥିଲେ ଏବଂ ୪୧ ତମ ସ୍ଥାନରେ ରହିଲେ।
– ୦୫ ବର୍ଷ ବୟସରେ ଖେଳିବା ଆରମ୍ଭ କରିଥିଲେ, ନଅ ବର୍ଷରେ ପ୍ରଥମ ଟାଇଟଲ୍ ଜିତିଥିଲେ।
– ଦେଶର ଏକମାତ୍ର ମହିଳା ଗଲ୍ଫର୍ ୧୬ ଟି ମେଜର୍ (ଗ୍ରାଣ୍ଡ୍ ସ୍ଲାମ୍ ପରି ଟୁର୍ନାମେଣ୍ଟ) ରେ ଖେଳିଛନ୍ତି।
ଗ୍ରେଟ ବ୍ରିଟେନ ବିପକ୍ଷ ମ୍ୟାଚରେ ଲଢ଼ି ହୃଦୟ ଜିତିବା ପରେ ଭାରତୀୟ ହକି ଟିମ୍‌ ବ୍ରୋଞ୍ଜ ପଦକ ପାଇବା ପାଇଁ ବଞ୍ଚିତ ହେଲା। କିନ୍ତୁ ସେମାନେ ଭଲ ପ୍ରଦର୍ଶନ କରିଥିଲେ। ହେଲେ ଭାରତର ମହିଳାମାନେ ଟୋକିଓରେ ମହିଳା ହକିରେ ୪ର୍ଥ ସ୍ଥାନ ହାସଲ କରିଛନ୍ତି।
ରେସଲର ବଜରଙ୍ଗ ପୁନିଆ ନିଜର ସେମିଫାଇନାଲ ମ୍ୟାଚ୍ ହାରିଛନ୍ତି କିନ୍ତୁ ଆଜି ବ୍ରୋଞ୍ଜ ପାଇଁ ଲଢ଼ିବେ। ଆଜି ମହିଳା
ଗଲ୍ଫର ଅନ୍ତିମ ରାଉଣ୍ଡରେ ଦିଶା ଦାଗର ଏବଂ ଆଦିତୀ ଅଶୋକ ଅଂଶଗ୍ରହଣ କରିଥିଲେ।
ପୁରୁଷ ଜାଭେଲିନ୍ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରା ପ୍ରତିଯୋଗିତା କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.