Home ଅପରାଧ ଏପରି ଭାଇରାଲ୍ ହ୍ୱାଟ୍ସ ଆପ୍ ମେସେଜ୍ ଆପଣଙ୍କ ପାଖକୁ ଆସିଛି କି? ଜାଣନ୍ତୁ ଏହା ସମ୍ପୂର୍ଣ୍ଣ...

ଏପରି ଭାଇରାଲ୍ ହ୍ୱାଟ୍ସ ଆପ୍ ମେସେଜ୍ ଆପଣଙ୍କ ପାଖକୁ ଆସିଛି କି? ଜାଣନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟା ଖବର

278

– ସହରର ୧୫ କିଲୋମିଟର ମଧ୍ୟରେ ଯାତ୍ରା କରିବା ବେଳେ ଆରୋହୀଙ୍କୁ ହେଲମେଟ ପିନ୍ଧିବା ଆବଶ୍ୟକ ନୁହେଁ – ଜାଣନ୍ତୁ ଏହାର ସତ୍ୟତା ।

ନୂଆଦିଲ୍ଲୀ, ଅଗଷ୍ଟ ୮ (ଓଡ଼ିଆ ପୁଅ) : ମିଥ୍ୟା ଦାବି ସହ ଅନେକ ମେସେଜ୍ ଆଜିକାଲି ଭାଇରାଲ ହେଉଛି। ନିକଟରେ ଏକ ହ୍ୱାଟ୍ସ ଆପ୍ ମେସେଜ୍ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏହି ମେସେଜ୍ ରେ କୁହାଯାଇଛିଯେ, ସହରଠାରୁ ୧୫ କିଲୋମିଟର ଦୂର ମଧ୍ୟରେ ଯାତ୍ରା କରୁଥିବା ସମୟରେ ଆରୋହୀମାନଙ୍କୁ ହେଲମେଟ ପିନ୍ଧିବା ଆବଶ୍ୟକ ନୁହେଁ।

ଏହି ମେସେଜ୍ ରେ ଆହୁରି କୁହାଯାଇଛି ଯେ, ଟ୍ରାଫିକ ପୋଲିସ ହେଲମେଟ ନ ପିନ୍ଧିଲେ ସହର ଭିତରେ ଆରୋହୀଙ୍କୁ ଅଟକାଇବ ନାହିଁ।

ମେସେଜ୍ ରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, କେବଳ ଜାତୀୟ ରାଜପଥରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ଅଟେ। ଏହି ମେସେଜ୍ ରେ ଏହା ମଧ୍ୟ କୁହାଯାଇଛି ଯେ, ସାଗର କୁମାର ଜୈନ ନାମକ ଜଣେ ବ୍ୟକ୍ତି ଦାଖଲ କରିଥିବା ପିଟିସନରେ ଏହି ନିଷ୍ପତ୍ତି ନିଆଯାଇଛି।

ତେବେ ପ୍ରେସ ସୂଚନା ବ୍ୟୁରୋ (PIB) ଭାଇରାଲ ପୋଷ୍ଟର ପର୍ଦ୍ଦାଫାଶ୍ କରିଛି ଏବଂ ଏହି ଦାବିକୁ “ଫେକ୍” ବୋଲି କହିଛି।

PIB ଫ୍ୟାକ୍ଟ ଚେକ୍ ଟୁଇଟ୍ କରି କହିଛି ଯେ, ଆରୋହୀଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ଅଟେ।

ସେପ୍ଟେମ୍ବର ୧ ରୁ ନୂତନ ମୋଟର ଯାନ ଅଧିନିୟମ ବଳବତ୍ତର ରହିଛି। ଏଠାରେ ନିୟମ ଉଲ୍ଲଂଘନ ପାଇଁ କଠୋର ନିୟମ ଏବଂ ଦଣ୍ଡର ତାଲିକା ଅଛି।

ମୋଟର ଯାନ (ସଂଶୋଧନ) ଅଧିନିୟମ, ୨୦୧୯ ସେପ୍ଟେମ୍ବର ୧ ରୁ ୨୦୧୯ ଲାଗୁ କରାଯାଇଥିଲା।

ସଡକ ସୁରକ୍ଷାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ନୂତନ ମୋଟର ଯାନ ଆଇନ ଆଣିଛି।

ନୂତନ ନିୟମ ଅନୁଯାୟୀ, ହେଲମେଟ ନ ପିନ୍ଧି ଗାଡି ଚଳାଇବା ଦ୍ୱାରା ୧୦୦୦ ଟଙ୍କା ଜରିମାନା ହେବ।

ନୂତନ ନିୟମ ଅନୁଯାୟୀ, ମଦ୍ୟପାନ କରି ଡ୍ରାଇଭ୍ କଲେ ଏବଂ ଜରୁରୀକାଳୀନ ଯାନକୁ ରାସ୍ତା ନଦେଲେ ୧୦, ୦୦୦ ଟଙ୍କା ଜରିମାନା ତଥା ଜେଲ କିମ୍ବା ଉଭୟରେ ଦଣ୍ଡିତ ହେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.