Home ଓଡ଼ିଶା ଭାନାଥୀ ଶ୍ରୀନିବାସନ୍ ହେଲେ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା

ଭାନାଥୀ ଶ୍ରୀନିବାସନ୍ ହେଲେ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା

73

ନୂଆଦିଲ୍ଲୀ: ତାମିଲନାଡୁ ପ୍ରଦେଶ ଉପଧ୍ୟକ୍ଷା ଭାବରେ ଦାୟିତ୍ୱ ତୁଲାଇ ସାରିଥିବା ଭାନାଥୀ ଶ୍ରୀନିବାସନ୍ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାବରେ ନିଯୁକ୍ତ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ଏହା ପୂର୍ବରୁ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଥିବା ବିଜୟା ରାହଟକର ରାଷ୍ଟ୍ରୀୟ ସମ୍ପାଦିକା ଭାବରେ ଏବେ ଦାୟିତ୍ୱ ତୁଲାଉଛନ୍ତି। ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ଦଳର ଜାତୀୟ ପଦାଧିକାରୀ ଟିମ୍ ଘୋଷଣା ବେଳେ ଏହି ପ୍ରମୂଖ ପଦବୀଟି ବାକି ରହିଥିଲା। ଭାନାଥୀ ଶ୍ରୀନିବାସନ୍ ପେଶାରେ ଜଣେ ଆଇନଜୀବୀ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ବିଚାରଧାରା ସହିତ ଜଡ଼ିତ ଭାନାଥୀ ଶ୍ରୀନିବାସନଙ୍କର କଟ୍ଟର୍ ହିନ୍ଦୁବାଦୀ ସଙ୍ଗଠନ ହିନ୍ଦୁ ମୁନ୍ନାନି ସହିତ ନିବିଡ଼ ସଂପର୍କ ରହିଛି।
/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.