Home ଓଡ଼ିଶା ମୋବାଇଲରେ ଡାର୍କ୍ ମୋଡ୍ ବ୍ୟବହାର କରୁଛନ୍ତି କି? ସାବଧାନ୍; ଜାଣି ରଖନ୍ତୁ କିଛି ଟିପ୍ସ୍ ..

ମୋବାଇଲରେ ଡାର୍କ୍ ମୋଡ୍ ବ୍ୟବହାର କରୁଛନ୍ତି କି? ସାବଧାନ୍; ଜାଣି ରଖନ୍ତୁ କିଛି ଟିପ୍ସ୍ ..

270

ଭୁବନେଶ୍ୱର: ଆଜିକାଲି ସ୍ମାର୍ଟଫୋନ୍ ସହିତ ଆପ୍ ନିର୍ମାତାମାନେ ମଧ୍ୟ ଡାର୍କ ମୋଡ୍ ବ୍ୟବହାର କରୁଛନ୍ତି। ହ୍ଵାଟ୍ସଆପ୍, ଫେସବୁକ୍, ମେସେଞ୍ଜର ଏବଂ ଟ୍ୱିଟରରେ ଡାର୍କ ମୋଡ୍ ଉପଲବ୍ଧ। କେବଳ ଏତିକି ନୁହେଁ, ଆଣ୍ଡ୍ରଏଡ୍- ୧୦ରେ ଗୁଗୁଲ୍ ସିଷ୍ଟମ୍ ୱାଇଡ୍ ଡାର୍କ ମୋଡ୍ ବିକଳ୍ପ ମଧ୍ୟ ଦେଇଛି। ଡାର୍କ ମୋଡ୍ ଭଲ ଦେଖାଯାଏ। ଆଖି ପାଇଁ ଆରାମଦାୟକ ସହିତ ବ୍ୟାଟେରୀ ମଧ୍ୟ ସେଭ୍ କରିଥାଏ। କିନ୍ତୁ, ଆପଣ ଜାଣନ୍ତି କି ଏହା ଆପଣଙ୍କ କୋମଳ ଆଖି ପାଇଁ ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ମଧ୍ୟ ହୋଇପାରେ।

ଡାର୍କ୍ ମୋଡ୍ କ୍ରେଜ୍ ବୃଦ୍ଧି –
ଏବେ ସ୍ମାର୍ଟଫୋନର ବିଭିନ୍ନ ଆପ୍ ପାଇଁ ଡାର୍କ ମୋଡ୍ ଫିଚର୍ ଖୁବ୍ ଟ୍ରେଣ୍ଡ୍ କରୁଛି। ଯେତେବେଳେ ଡାର୍କ ମୋଡ୍ ଅନ୍ ଥାଏ, ସ୍ମାର୍ଟଫୋନର ଡିସପ୍ଲେ ଅନ୍ଧାର ବା କଳା ହୋଇଯାଏ। ଯାହାଦ୍ୱାରା ଆଖିକୁ କମ୍ ଲାଇଟ୍ ଯାଏ ଏବଂ ଆପଣ ଆଖିରେ କ୍ଳାନ୍ତ ଅନୁଭବ ନକରି ଦୀର୍ଘ ସମୟ ପର୍ଯ୍ୟନ୍ତ ଫୋନ୍ ବ୍ୟବହାର କରିପାରିବେ। କିନ୍ତୁ ଯେଉଁଠାରେ କମ୍ ଆଲୋକରେ ବା ରାତି ସମୟରେ ଡାର୍କମୋଡ୍ ଭଲ ଥାଏ, ଯେତେବେଳେ କି ଦିନରେ ଏହା କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।

ଦୁର୍ବଳ ହୋଇପାରେ ଭିଜନ୍ (ଦୃଷ୍ଟିଶକ୍ତି) –
ଯଦି ଆପଣ ଦୀର୍ଘ ସମୟ ଧରି ଆପଣଙ୍କ ସ୍ମାର୍ଟଫୋନରେ ଡାର୍କ ମୋଡ୍ ବ୍ୟବହାର କରନ୍ତି, ତେବେ ଆପଣଙ୍କ ଆଖି ଏହାକୁ ଆଡପ୍ଟ୍ (ଗ୍ରହଣ) କରିନିଏ ଏବଂ ଧଳା ରଙ୍ଗର ଟେକ୍ସ୍ଟ ପଢ଼ିବାକୁ ଆରାମଦାୟକ ଲାଗିଥାଏ। କିନ୍ତୁ, ଏହାପରେ ଯେତେବେଳେ ଆପଣ ଲାଇଟ୍ ମୋଡକୁ ଯାଆନ୍ତି, ଏହା ଆପଣଙ୍କ ଆଖିକୁ ପ୍ରଭାବିତ କରିଥାଏ ଏବଂ ଦୃଷ୍ଟିଶକ୍ତି ଦୁର୍ବଳ ହେବାକୁ ଲାଗେ। ଭାବନ୍ତୁ ଯେମିତି ଆପଣ ରାତିରେ ଶୋଇଛନ୍ତି ଏବଂ ଆଖି ଖୋଲିଲା ବେଳକୁ ହଠାତ୍ ଆପଣଙ୍କ ଆଖିରେ ଦିନ ଦ୍ବୀପହର ଉଜ୍ଜ୍ୱଳ ଲାଇଟ୍ ପଡ଼ିଯିବ, କେମିତି ଲାଗିବ। ଡାର୍କମୋଡର ଅତ୍ୟଧିକ ବ୍ୟବହାର ଆଖି ରୋଗର କାରଣ ହୋଇପାରେ। ଲାଇଟ୍ ମୋଡରୁ ଡାର୍କମୋଡ୍ ବା ଡାର୍କମୋଡରୁ ଲାଇଟ୍ ମୋଡ୍ ଚେଞ୍ଜ୍ କରିବା ଭିତରେ ଆପଣଙ୍କ ଆଖି ହଠାତ୍ ଏହି ପରିବର୍ତ୍ତନକୁ ଆଡପ୍ଟ୍ (ଗ୍ରହଣ) କରିପାରେ ନାହିଁ ଏବଂ ଏପରି ପରିସ୍ଥିତିରେ ବ୍ରାଇଟବର୍ଣ୍ଣ ମଧ୍ୟ ଦେଖାଯାଇ ପାରେ।

ଆଖିରେ ହୋଇପାରେ ଏଷ୍ଟିଗମେଟିଜମ୍ –
ଆମେରିକୀୟ ଅପ୍ଟୋମେଟ୍ରିକ୍ ଆସୋସିଏସନ ଅନୁଯାୟୀ, ଡାର୍କମୋଡ୍ ବ୍ୟବହାର କରୁଥିବା ଲୋକଙ୍କ ଠାରେ ଏଷ୍ଟିଗମେଟିଜମ୍ ନାମକ ରୋଗ ଦେଖାଦେଉଛି। ଯେଉଁଥିରେ ଗୋଟିଏ ଆଖି କିମ୍ବା ଉଭୟ ଆଖି କର୍ଣ୍ଣିଆର ଆକୃତି କିଛି ମାତ୍ରାରେ ଅଜବ ହୋଇଯାଏ ଏବଂ ଅସ୍ପଷ୍ଟତା ଦେଖାଯାଏ। ଯାହା ଫଳରେ ଲୋକମାନେ ଧଳା ପୃଷ୍ଠଭୂମିରେ କଳା ପାଠ୍ୟ (ଲାଇଟ୍ ମୋଡ୍) ତୁଳନାରେ କଳା ପୃଷ୍ଠଭୂମିରେ ଧଳା ପାଠ୍ୟ (ଡାର୍କମୋଡ୍) ଭଲ ଭାବରେ ପଢ଼ିପାରନ୍ତି ନାହିଁ। ଯେତେବେଳେ ଡିସପ୍ଲେ ବ୍ରାଇଟ୍ (ଉଜ୍ଜ୍ୱଳ) ହୁଏ, ଆଇରିସ୍ ଛୋଟ ହୋଇଯାଏ, ଯାହାଦ୍ୱାରା ଆଖିକୁ କମ୍ ଲାଇଟ୍ ଯାଇଥାଏ ଏବଂ ଡାର୍କମୋଡ୍ ଡିସପ୍ଲେ କ୍ଷେତ୍ରରେ ଓଲଟା ଘଟିଥାଏ। ଏମିତିରେ ଆଖିର ଫୋକସ୍ ଉପରେ ପ୍ରଭାବ ପଡ଼ିଥାଏ।

ଏହି ପରିସ୍ଥିତିରେ କ’ଣ କରିବା ଉଚିତ୍ –
ଯଦି ଆପଣ ଆଖିରେ ଡାର୍କମୋଡ୍ ହେତୁ କୌଣସି କ୍ଷତି ଘଟାଇବାକୁ ଚାହୁଁନାହାଁନ୍ତି, ତେବେ ଆପଣ ଡାର୍କମୋଡ୍ ଏବଂ ଲାଇଟ୍ ମୋଡ୍ ଉଭୟଙ୍କ ମଧ୍ୟରେ ସୁଇଚ୍ କରିବା ଅଭ୍ୟାସ ରଖିବା ଉଚିତ୍। ସ୍ମାର୍ଟଫୋନ୍ ଡିସପ୍ଲେ ବ୍ରାଇଟନେସ୍ (ଉଜ୍ଜ୍ୱଳତା) ଯଥାସମ୍ଭବ କମ୍ ରଖିବା ଉଚିତ୍। ଦିନରେ ଲାଇଟ୍ ମୋଡ୍ ବ୍ୟବହାର କରନ୍ତୁ, ଯେତେବେଳେ କି ରାତିରେ ବା କମ୍ ଆଲୋକ ପରିବେଶରେ ଡାର୍କମୋଡ୍ ବ୍ୟବହାର କରିବା ଭଲ ରହିବ। /- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.