Home Coronavirus Outbreak କାଲି ଯିଏ ଧଜିଆ ଉଡ଼ାଉଥିଲେ ଆଜି ସିଏ ମାସ୍କ ପିନ୍ଧିବାକୁ ଦେଉଛନ୍ତି ପରାମର୍ଶ .. ଲଜ୍ଜା!

କାଲି ଯିଏ ଧଜିଆ ଉଡ଼ାଉଥିଲେ ଆଜି ସିଏ ମାସ୍କ ପିନ୍ଧିବାକୁ ଦେଉଛନ୍ତି ପରାମର୍ଶ .. ଲଜ୍ଜା!

438

ଭୁବନେଶ୍ୱର: ହଁ, ଏବେ ଟିକେ କରୋନା ସଂକ୍ରମଣ ପ୍ରଭାବ ବଢ଼ିଯାଇଛି। କିନ୍ତୁ, କରୋନା ଯାଇନଥିଲା। ପିପିଲି ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଚାଲିଥିଲା। ତେଣେ ସ୍ୱାସ୍ଥ୍ୟ ସଙ୍ଗଠନ ହେଉ ଅବା ଏମାନଙ୍କ ନେତା ପ୍ରଧାନମନ୍ତ୍ରୀ ମୋଦି ହୁଅନ୍ତୁ ଅବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏମାନେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଉପରେ ପରାମର୍ଶ ଦେଇ ଚାଲିଥିଲେ। କିନ୍ତୁ, ପିପିଲି ଉପନିର୍ବାଚନ ପ୍ରଚାର ସମୟରେ ଏମାନେ ତାର ଧଜିଆ ଉଡ଼ାଇ ଚାଲିଥିଲେ। ସାମାଜିକ ଦୂରତା ରକ୍ଷା କରିବେ କ’ଣ? ବାଡ଼ିବତା ନମାନି କୋଳିଆ କୋଳେଇ ହେଉଥିଲେ, ହାତ ନ’ମିଳେଇ ନମସ୍ତେ କରିବେ କ’ଣ? ପାପୁଲିରେ ମେହେନ୍ଦି ରଚୁଥିଲେ। ମାସ୍କ ପିନ୍ଧିବେ କ’ଣ? ବିନା ମାସ୍କରେ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରୁଥିଲେ। ଆତ୍ମପ୍ରଚାର ନିଶାରେ ଏତେ ମସଗୁଲ ଥିଲେ ଯେ, ଛୋଟଛୋଟ ପିଲାଙ୍କ ସୁରକ୍ଷା କଥା ଚିନ୍ତା ନକରି ତାଙ୍କୁ କାଖେଇ ଫଟୋ ଉଠାଉଥିଲେ। ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରୁ ଫେରି ଏଠି ଆସି ସୁପର୍ ସ୍ପ୍ରେଡର ଭାବରେ କାମ କରୁଥିଲେ।। ଆଉ, ଆଜି ସେମାନେ ମୁହଁରେ ମାସ୍କ ପିନ୍ଧି ଫଟୋ ଉଠାଇ, ଫଟୋ ସୋସିଆଲ୍ ମିଡିଆରେ ଫଟୋ ଅପଲୋଡ୍ କରି ଅନ୍ୟକୁ ମାସ୍କ ପିନ୍ଧିବାକୁ, ସାମାଜିକ ଦୂରତା ବଜାୟ ରଖିବାକୁ, କୋଭିଡ୍ ନିୟମ ପାଳନ କରି ସୁସ୍ଥ ସମାଜ ଗଢ଼ିବାକୁ ଦେଉଛନ୍ତି ପରାମର୍ଶ! ଲଜ୍ଜା ..
– ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.