Home Top News ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଶ୍ୱସ୍ତି, ମହାଭିଯୋଗ ମାମଲାରେ ସିନେଟରେ ନିର୍ଦ୍ଦୋଶ ପ୍ରମାଣିତ ହେଲେ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଶ୍ୱସ୍ତି, ମହାଭିଯୋଗ ମାମଲାରେ ସିନେଟରେ ନିର୍ଦ୍ଦୋଶ ପ୍ରମାଣିତ ହେଲେ

38

ଆମେରିକା/ନୂଆ ଦିଲ୍ଲୀ ୧୪-୨ (ଓଡ଼ିଆ ପୁଅ) ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ସଂସଦ ଉପରେ ହିଂସା ଉସୁକାଇବା ମାମଲାରେ ସିନେଟରୁ ଏକ ବଡ଼ ବିଜୟ ହାସଲ କରିଛନ୍ତି। ଜାନୁଆରୀ ୬ ରେ କ୍ୟାପିଟାଲ ହିଲରେ ହିଂସା ସୃଷ୍ଟି କରିବା ଅଭିଯୋଗରେ ସିନେଟ ଟ୍ରମ୍ପଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି। ଶନିବାର ଦିନ ଟ୍ରମ୍ପଙ୍କ ବିରୋଧରେ ଦ୍ୱିତୀୟ ମହାଭିଯୋଗର ଶୁଣାଣି ଶେଷ କରିବା ପରେ ସିନେଟ ପଞ୍ଚମ ଦିନରେ ଭୋଟ୍ ଦେଇଥିଲା। ୫୭ ସିନେଟର ତାଙ୍କୁ ଭୋଟ୍ ଦେବାରେ ଦୋଷୀ ସାବ୍ୟସ୍ତ କରିଥିବାବେଳେ ୪୩ ଜଣ ସିନେଟର ତାଙ୍କୁ ଦୋଷମୁକ୍ତ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟଯେ, ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ସିନେଟରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ ଥିଲା ଅର୍ଥାତ୍ ୬୭ ଭୋଟ୍ ଯାହା ମିଳିଲା ନାହିଁ ଏବଂ ଟ୍ରମ୍ପ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।

ସିନେଟର ନିଷ୍ପତ୍ତି ଆସିବା ପରେ ଟ୍ରମ୍ପଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ଏହା ଦେଶର ଇତିହାସରେ ଜଣଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରିବାର ଅନ୍ୟ ଏକ ରାଉଣ୍ଡ।

ସୂଚନାଯୋଗ୍ୟଯେ, ରିପବ୍ଲିକାନ୍ ନେତା ଟ୍ରମ୍ପଙ୍କ ବିରୁଦ୍ଧରେ ଜାନୁଆରୀ ୬ରେ ଆମେରିକାର କ୍ୟାପିଟାଲରେ ଦଙ୍ଗା ସୃଷ୍ଟି କରିବା ଅଭିଯୋଗ ହୋଇଥିଲା।

ଏହି ଦଙ୍ଗାରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିଲା।

ଟ୍ରମ୍ପ ତାଙ୍କ ଯୁକ୍ତିରେ କ’ଣ କହିଛନ୍ତି?

ଏହାପୂର୍ବରୁ ଟ୍ରମ୍ପଙ୍କ ଓକିଲମାନେ ସିନେଟରେ କହିଥିଲେ ଯେ ରିପବ୍ଲିକାନ୍ ନେତାଙ୍କ ବିରୋଧରେ ଦେଶଦ୍ରୋହ ସୃଷ୍ଟି କରିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ତାଙ୍କ ବିରୋଧରେ ମହାଭିଯୋଗ ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।

ସିନେଟର ଶୁଣାଣିର ଚତୁର୍ଥ ଦିନରେ ଟ୍ରମ୍ପଙ୍କ ଓକିଲ ବ୍ରୁସ କାଷ୍ଟର, ଡେଭିଡ ସ୍କୋନ୍ ଏବଂ ମାଇକେଲ ଭାନ୍ ଡେର୍ ଭେନ୍ ଶୁକ୍ରବାର ଦିନ ପୂର୍ବତନ ରାଷ୍ଟ୍ରପତିଙ୍କ ସପକ୍ଷରେ ଯୁକ୍ତି ବାଢିଥିଲେ ଯେ, ଟ୍ରମ୍ପ ଆଇନ ଶୃଙ୍ଖଳାର ଦୃଢ଼ ସମର୍ଥକ ଅଟନ୍ତି। କ୍ୟାପିଟାଲ୍ ରେ କୌଣସି ଉତ୍ତେଜନାକୁ ସେ ଉସୁକାଇନଥିଲେ।

‘ଏଭଳି ଦାବି ହାସ୍ୟାସ୍ପଦ ଏବଂ ଏକ ବଡ ମିଛ’

ଟ୍ରମ୍ପଙ୍କ ଓକିଲ ଭେନ୍ କହିଛନ୍ତି ଯେ, (ପୂର୍ବତନ) ରାଷ୍ଟ୍ରପତି ବିଶୃଙ୍ଖଳା କିମ୍ବା ହିଂସା ସୃଷ୍ଟି କରିଥିଲେ କିମ୍ବା ଏହା କରିବାକୁ ଇଚ୍ଛା କରିଥିଲେ ବୋଲି ଦାବି କରିବା ଏକ ହାସ୍ୟାସ୍ପଦ ଏବଂ ବଡ ମିଛ। କ୍ୟାପିଟାଲରେ ବିଶୃଙ୍ଖଳା ପରେ ଟ୍ରମ୍ପ ପ୍ରଥମ ଦୁଇଟି ଟ୍ୱିଟରେ କହିଛନ୍ତି ଯେ ‘ଶାନ୍ତି ବଜାୟ ରଖନ୍ତୁ’ ଏବଂ ‘ହିଂସା କରନ୍ତୁ ନାହିଁ କାରଣ ଆମକୁ ଆଇନ ଶୃଙ୍ଖଳା ରକ୍ଷା କରିବାକୁ ପଡିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.