Home Coronavirus Outbreak କୋଭିଡ-୧୯ ସଂକ୍ରାନ୍ତ ସବିଶେଷ ସୂଚନା – ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୦ ପ୍ରତିଶତ ସର୍ବାଧିକ...

କୋଭିଡ-୧୯ ସଂକ୍ରାନ୍ତ ସବିଶେଷ ସୂଚନା – ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୦ ପ୍ରତିଶତ ସର୍ବାଧିକ ପ୍ରଭାବିତ ୫ଟି ରାଜ୍ୟରେ

72

ନୂଆ ଦିଲ୍ଲୀ ୧୧-୯ (ଓଡ଼ିଆ ପୁଅ) ଦେଶରେ ୯୬, ୫୫୧ ନୂଆ କରୋନା ଆକ୍ରାନ୍ତ, ୧, ୨୦୯ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୬, ୨୭୧ କୁ ବୃଦ୍ଧି

ନୂଆ ଦିଲ୍ଲୀ ୧୧-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୯୬, ୫୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୨୦୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫, ୬୨, ୪୧୫ କୁ ବୃଦ୍ଧି ପାଇଛି ଓ ୯, ୪୩, ୪୮୦ ସକ୍ରୀୟ ଥିବାବେଳେ ଏବଂ ୩୩, ୩୫, ୪୨, ୬୬୪ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୭୬, ୨୭୧ କୁ ବୃଦ୍ଧି ପାଇଛି।
ଗତକାଲି ସୁଦ୍ଧା ପୂର୍ବ ୨୪ ଘଣ୍ଟା ମଧ୍ୟରେ ମୋଟ ୯୫, ୭୩୫ ନୂଆ ମାମଲା ଚିହ୍ନଟ ହୋଇଥିଲା।

ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ ୬୦ ପ୍ରତିଶତ କେବଳ ପାଞ୍ଚଟି ରାଜ୍ୟରୁ ଆସିଛି। ସେଥିମଧ୍ୟରୁ ୨୩, ୦୦୦ କେବଳ ମହାରାଷ୍ଟ୍ରରୁ ଆସିଥିବା ବେଳେ ଆନ୍ଧ୍ରପ୍ରଦେଶରୁ ଚିହ୍ନଟ ହୋଇଛନ୍ତି ୧୦, ୦୦୦ରୁ ଅଧିକ।

ସମୁଦାୟ ସକ୍ରିୟ ମାମଲା ମଧ୍ୟରୁ ୭୪ ପ୍ରତିଶତରୁ ଅଧିକ ୯ଟି ସର୍ବାଧିକ ପ୍ରଭାବିତ ରାଜ୍ୟରେ ରହିଛି। ମୋଟ ସକ୍ରିୟ ମାମଲାର ୪୯ ପ୍ରତିଶତ କେବଳ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରୁ ଦେଖାଦେଇଛି। ୨, ୫୦, ୦୦୦ରୁ ଅଧିକ ମାମଲା ମହାରାଷ୍ଟ୍ରରୁ ଥିବାବେଳେ ଏହାପଛକୁ କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ୯୭, ୦୦୦ ରୁ ଅଧିକରେ ରହିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୧, ୧୭୨ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଗତକାଲିର ମୃତକଙ୍କ ମଧ୍ୟରୁ ୩୮୦ ଜଣ ମହାରାଷ୍ଟ୍ରରୁ, ୭୮ ଜଣ କର୍ଣ୍ଣାଟକରୁ ଏବଂ ୭୮ ଜଣ ତାମିଲନାଡୁରୁ ହୋଇଥିବା ଜଣାପଡିଛି।

ମୋଟ ମୃତକଙ୍କ ମଧ୍ୟରୁ ୬୯ ପ୍ରତିଶତ ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଦିଲ୍ଲୀ ଏବଂ ଆନ୍ଧ୍ରପ୍ରଦେଶର ଏହି ପାଞ୍ଚଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.