Home Coronavirus Outbreak କୋଭିଡ଼-୧୯ ସଂପର୍କୀତ ସଦ୍ୟତମ ସୂଚନା – ଭାରତରେ କରୋନା ଆରୋଗ୍ୟଙ୍କ ମାତ୍ରା ୩୯.୬%କୁ ବୃଦ୍ଧି

କୋଭିଡ଼-୧୯ ସଂପର୍କୀତ ସଦ୍ୟତମ ସୂଚନା – ଭାରତରେ କରୋନା ଆରୋଗ୍ୟଙ୍କ ମାତ୍ରା ୩୯.୬%କୁ ବୃଦ୍ଧି

243

– ଭାରତରେ ପ୍ରତି ଲକ୍ଷ ଜନସଂଖ୍ୟାରେ ଏହି ମହାମାରୀ ସଂକ୍ରମଣ ମାତ୍ରା ମାତ୍ର ୭.୯ ଯଦ୍ୟପି ବିଶ୍ୱ ମାତ୍ରା ୬୨.୩ ରହିଛି
– ଭାରତରେ କରୋନା ଆରୋଗ୍ୟଙ୍କ ମାତ୍ରା ୩୯.୬%କୁ ବୃଦ୍ଧି
ନୂଆ ଦିଲ୍ଲୀ ୨୧-୫ (ଓଡ଼ିଆ ପୁଅ) ଏକ ପର୍ଯ୍ୟାୟ କ୍ରମିକ, ସମୟୋଚିତ ତଥା ସକାରାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ ଯୋଗୁ ଦେଶ ଭାରତ ସରକାର ଏବେ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ସହ ମିଶି ଅନେକଗୁଡ଼ିଏ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିଛି। ଏହା କୋଭିଡ଼-୧୯ ଭୂତାଣୁ ସଂକ୍ରମଣର ପ୍ରତିରୋଧ, ନିୟନ୍ତ୍ରଣ ତଥା ପରିଚାଳନାରେ ବେଶ୍ସହାୟକ ହୋଇଛି। ଏହି କାର୍ଯ୍ୟକ୍ରମକୁ ଉଚ୍ଚ ସ୍ତରରେ ନିୟମିତ ଭାବେ ସମୀକ୍ଷା ତଥା ମନିଟର କରାଯାଉଛି।

କୋଭିଡ଼-୧୯ର ସଂକ୍ରମଣ ମାତ୍ରାକୁ ହ୍ରାସ କରିବାରେ ଭାରତ ତୁଳନାତ୍ମକ ଭାବେ ସକ୍ଷମ ହୋଇପାରିଛି ଏବଂ ତାହା କୋଭିଡ଼-୧୯ ନିୟନ୍ତ୍ରଣଜନିତ ସଦ୍ୟତମ ଡାଟାରୁ ଜାଣିବାକୁ ମିଳିଛି। ବିଶ୍ୱ ସ୍ତରର କୋଭିଡ଼-୧୯ ସଂକ୍ରମଣ ପରିସଂଖ୍ୟାନ ସହ ତୁଳନା କରି ଦେଖାଯାଇଛି ଯେ ସାରା ପୃଥିବୀରେ କରୋନା ସଂକ୍ରମଣ ସଂଖ୍ୟା ପ୍ରତି ଲକ୍ଷରେ ୬୨.୩ ଥିବା ବେଳେ ଭାରତରେ ଏହା ମାତ୍ର ୭.୯ ରହିଛି। ସେହିଭଳି, ପ୍ରତି ଲକ୍ଷେ ଜନସଂଖ୍ୟାରେ ବିଶ୍ୱରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୪.୨ ଥିବା ବେଳେ ଭାରତରେ ଏହା ୦.୨ ରହିଛି। ଭାରତର ଏଭଳି ତୁଳନାତ୍ମକ ପରିସଂଖ୍ୟାନ କରୋନା ସଂକ୍ରମିତଙ୍କୁ ଉଚିତ ସମୟରେ ଚିହ୍ନଟ କରିବା ଏବଂ ସେମାନଙ୍କର ଉପଯୁକ୍ତ ଚିକିତ୍ସା କରାଯିବା ଯୋଗୁ ସମ୍ଭବପର ହୋଇପାରିଛି ବୋଲି କୁହାଯାଇପାରେ।

କ୍ଲିନିକାଲ୍ପରିଚାଳନା ତଥା ଆରୋଗ୍ୟ ଉପରେ ଗୁରୁତ୍ୱ ଆରୋପ ଦ୍ୱାରା ରୋଗୀଙ୍କ ଆରୋଗ୍ୟ ମାତ୍ରାରେ ଏଭଳି ଉନ୍ନତି ପରିଲକ୍ଷିତ ହୋଇଛି। ଦେଶରେ ୩୯.୬% ସୁନିଶ୍ଚିତ କରୋନା ରୋଗୀ ଚିକିତ୍ସା ପରେ ସଂପୂର୍ଣ୍ଣ ଆରୋଗ୍ୟ ହୋଇଛନ୍ତି। ଆଜିସୁଦ୍ଧା ସେମାନଙ୍କ ମୋଟ ସଂଖ୍ୟା ୪୨, ୨୯୮। ଏହା ସୂଚୀତ କରେ ଯେ ଏହି ରୋଗ ଆରୋଗ୍ୟ ସାଧ୍ୟ ଏବଂ ଭାରତ ଗ୍ରହଣ କରିଥିବା କ୍ଲିନିକାଲ୍ପରିଚାଳନା ପ୍ରୋଟୋକଲ ସଫଳ ବୋଲି କୁହାଯାଇପାରେ। ଆରୋଗ୍ୟମାନଙ୍କ ପରିସଂଖ୍ୟାନରୁ ଜଣାପଡେ ଯେ ସମସ୍ତ ସକ୍ରିୟ କେଶ ପରିଚାଳନା ମଧ୍ୟରୁ ୨.୯%ଙ୍କ ପାଇଁ ଅକ୍ସିଜେନ୍ସପୋର୍ଟର ଆବଶ୍ୟକତା ଥିଲା। ପ୍ରାୟ ୩% ଆକ୍ଟିଭ୍କେଶ୍ଙ୍କ ପରିଚାଳନା ପାଇଁ ଆଇସିୟୁ ସପୋର୍ଟ ଦରକାର ପଡ଼ିଥିଲା ଏବଂ ୦.୪୫% ଆକ୍ଟିଭ୍କେଶ୍ଭେଣ୍ଟିଲେଟର ସପୋର୍ଟ ଲୋଡ଼ିଥିଲେ। ଭାରତ ପୁନଃପୌନିକ ଭାବେ ସମର୍ପିତ କୋଭିଡ଼ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ବିକାଶ ଘଟାଇ ଚାଲିଛି।

କୋଭିଡ଼-୧୯ ସଂପର୍କୀତ ବୈଷୟିକ ପ୍ରସଙ୍ଗ, ଗାଇଡ଼ଲାଇନ ଓ ଉପଦେଶିକା ନିମନ୍ତେ ନିର୍ଭରଯୋଗ୍ୟ ଏବଂ ସର୍ବଶେଷ ସୂଚନା ପାଇଁ ଦୟାକରି ନିମ୍ନଲିଖିତ ୱେବସାଇଟ ଭିଜିଟ୍କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA ଭିଜିଟ୍କରନ୍ତୁ।

କୋଭିଡ଼-୧୯ ସଂପର୍କୀତ ସମସ୍ତ ବୈଷୟିକ ଜ୍ଞାତବ୍ୟ ପ୍ରଶ୍ନାବଳିକୁ technicalquery.covid୧୯@gov.in ଏବଂ ଅନ୍ୟ ଜିଜ୍ଞାସା ପାଇଁ [email protected] ଏବଂ @CovidIndiaSeva କୁ ମେଲ ପଠାନ୍ତୁ।

କୋଭିଡ଼-୧୯ ସଂପର୍କୀତ ଯେକୌଣସି କଥା ଜାଣିବା ସକାଶେ ଦୟାକରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ହେଲ୍ପଲାଇନ ନଂ : +୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ଦେୟମୁକ୍ତ)ରେ ଯୋଗାଯୋଗ କରନ୍ତୁ ଏବଂ ରାଜ୍ୟ /କେନ୍ଦ୍ରଶାସିତ କ୍ଷେତ୍ରର କୋଭିଡ଼-୧୯ ସଂପର୍କୀତ ହେଲ୍ପଲାଇନ୍ନିମ୍ନ ୱେବସାଇଟ୍ରେ ଉପଲବ୍ଧ:

https://www.mohfw.gov.in/pdf/coronvavirushelplinenumber.pdf

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.