ଲକ୍ଷ୍ନୌ ୧୮-୨ (ଓଡ଼ିଆ ପୁଅ) ଉତ୍ତର ପ୍ରଦେଶ ଯୋଗୀ ସରକାରଙ୍କର ଚତୁର୍ଥ ବଜେଟ ଆଗତ ହୋଇଛି। ପ୍ରଦେଶର ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ଗତ ବର୍ଷ ତୁଳନାରେ ୩୩, ୧୬୫ କୋଟି ଅଧିକ ଟଙ୍କାର ବଜେଟ ସହିତ ୨୦୨୦-୨୧ ପାଇଁ ସମୁଦାୟ ୫ ଲକ୍ଷ ୧୨ ହଜାର ୮୬୦ କୋଟିର ବଜେଟ ଆଗତ କରିଛନ୍ତି।
ଏହି ବଜେଟରେ ୫୦୦ କୋଟି ଟଙ୍କା ଅଯୋଧ୍ୟାରେ ବିମାନ ବନ୍ଦର ନିର୍ମାଣ ପାଇଁ ଆବଣ୍ଟିତ ହୋଇଛି।