Home ଓଡ଼ିଶା ମାଲକାନାଗିରିରେ ଅଜଣା ଜନ୍ତୁ ଆକ୍ରମଣରେ ୧୦ ଛେଳି ମୃତ – ୨ ଆହତ

ମାଲକାନାଗିରିରେ ଅଜଣା ଜନ୍ତୁ ଆକ୍ରମଣରେ ୧୦ ଛେଳି ମୃତ – ୨ ଆହତ

822

ମାଲକାନାଗିରି ୧୩-୩ (ଓଡ଼ିଆ ପୁଅ) ମାଲକାନାଗିରି ଥାନା ଅନ୍ତର୍ଗତ ଚାଲାଣଗୁଡ଼ା ପଞ୍ଚାୟତ ନିକଟବର୍ତ୍ତି ଡଙ୍ଗସଖାଲ ଆଦିବାସୀ ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣରେ ୧୦ଟି ଛେଳିଙ୍କର ମୃତ୍ୟୁ ହେବା ସହିତ ୨ଟି ଛେଳି ଗୁରୁତ୍ତର ଭାବେ ଆହତ ହେବାର ଜଣା ପଡ଼ିଛି। ଘଟଣାରୁ ପ୍ରକାଶଯେ, ସେହି ଗ୍ରାମର ବିରକିଶୋର ପଡ଼ିଆମୀଙ୍କ ସହିତ ଅନ୍ୟ ଆଠ ଜଣଙ୍କର ଛେଳି ଗତକାଲି ଅପରାହ୍ନରେ ନିକଟସ୍ଥ ଜଙ୍ଗଲକୁ ଚରିବାକୁ ଯାଇଥିଲେ। ରାତ୍ର ହେବା ପର୍ଯ୍ୟନ୍ତ ଛେଳିଗୁଡ଼ିକ ଘରକୁ ନଫେରିବାରୁ ଛେଳି ମାଲିକମାନେ ଜଙ୍ଗଲକୁ ଖୋଜିବାକୁ ଯାଇ ଦେଖିଲେ ଜଙ୍ଗଲ ନିକଟରେ ବିଭିନ୍ନ ସ୍ଥାନରେ ୧୦ଟି ଛେଳି ମରି ପଡ଼ିଛନ୍ତି। ଆଉ ୨ଟି ଛେଳି ଗୁରୁତରଭାବେ ଆହତ ହୋଇ ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ। ସେମାନେ ରାତ୍ର ହେଇଯାଇଥିବାକୁ ସେହି ଛେଳିଗୁଡ଼ିକୁ ନିଜ ଘରକୁ ଧରି ଆସିଥିଲେ। ଆଜି ସକାଳେ ସେହି ଡଙ୍ଗସଖାଲ ଗ୍ରାମବାସୀମାନେ ବନ ବିଭାଗ ଏବମ ପଶୁସମ୍ପଦ ବିଭାଗକୁ ଜଣାଇଥିଲେ। ମାଲକାନାଗିରି ରେଞ୍ଜର ବାସୁଦେବ ନାୟକଙ୍କ ନିର୍ଦ୍ଦେଶରେ ବନ କର୍ମଚାରୀ ଏବଂ କୋରକୁଣ୍ଡା ବ୍ଲକ ପଶୁ ଡାକ୍ତର ଡଃ ସତ୍ୟବ୍ରତ ଖାଡ଼ଙ୍ଗା ଘଟଣା ସ୍ଥଳରେ ପହଁଚି ମୃତ ଛେଳିଙ୍କର ଶବ ବ୍ୟବଚ୍ଛେଦ କରିଥିଲେ। ଛେଳିମାନଙ୍କର ରକ୍ତ ନମୁନା ଭୁବନେଶ୍ୱର ପଠାଇଛନ୍ତି। ଆହତ ଛେଳିଙ୍କର ଚିକିତ୍ସା କରିଛନ୍ତି। ଏହି ଚେଳିଙ୍କର ବେକ କଣା ହୋଇଛି ଏବଂ ତିକ୍ଷ୍ଣ ଦାନ୍ତର ଚିହ୍ନମାନ ରହିଛି। ତେବେ ପୋଷ୍ଟ ମୋର୍ଟମ ରିପୋର୍ଟ ଆସିଲେ ଜଣାପଡ଼ିବ। ଏହି ଘଟଣା ମାଲକାନାଗିରି ଜିଲ୍ଲାରେ କୋକୁଆ ଭୟ ସୃଷ୍ଟି କରିଛି। ଭୟରେ ଉକ୍ତ ଗ୍ରାମର ଗ୍ରାମବାସୀଙ୍କ ସମେତ ପଡ଼ୋଶୀ ଗ୍ରାମର ଗ୍ରାମବାସୀମାନେ ଆଉ ଗୃହପାଳିତ ପଶୁଙ୍କୁ ଜଙ୍ଗଲକୁ ଚରିବାକୁ ଛାଡ଼ୁନାହାଁନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.