Home ଓଡ଼ିଶା ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମେଡାଲ, ୨୦୨୦ – ୪ ଓଡିଶା...

ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମେଡାଲ, ୨୦୨୦ – ୪ ଓଡିଶା ପୁଲିସ ଅଧିକାରୀଙ୍କୁ ମିଳିଲା ମେଡାଲ

218

ନୂଆ ଦିଲ୍ଲୀ ୧୨-୮ (ଓଡ଼ିଆ ପୁଅ) ୨୦୨୦ ବର୍ଷରେ ୧୨୧ ଜଣ ପୁଲିସ ଅଧିକାରୀଙ୍କୁ “ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମେଡାଲ” ପ୍ରଦାନ କରାଯାଇଛି। ଅପରାଧିକ ତଦନ୍ତରେ ଉଚ୍ଚ ପେସାଦାର ମାନକକୁ ପ୍ରୋତ୍ସାହିତ କରିବା ସହ ତଦନ୍ତକାରୀ ଅଫିସରଙ୍କ ଦ୍ୱାରା ହୋଇଥିବା ଉତ୍କୃଷ୍ଟ ତଦନ୍ତକୁ ସ୍ୱୀକୃତି ଦେବା ଲକ୍ଷ୍ୟ ନେଇ ୨୦୧୮ରେ ଏହି ମେଡାଲର ସ୍ଥାପନ କରାଯାଇଥିଲା।

ଚଳିତ ବର୍ଷ ଏହି ପୁରସ୍କାର ପାଇଥିବା ଅଧିକାରୀଙ୍କ ମଧ୍ୟରେ ସିବିଆଇରୁ ୧୫ ଜଣ ଥିଲା ବେଳେ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପୁଲିସରୁ ୧୦ ଜଣ ଲେଖାଏଁ, କେରଳ ଓ ପଶ୍ଚିମବଙ୍ଗ ପୁଲିସରୁ ୭ ଜଣ ଲେଖାଏଁ, ଓଡ଼ିଶା ପୁଲିସରୁ ୪ ଜଣ ଏବଂ ବଳକା ପୁଲିସ ଅଧିକାରୀମାନେ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର। ଏଥର ମେଡାଲ ପାଇଥିବା ଅଧିକାରୀଙ୍କ ମଧ୍ୟରେ ୨୧ ଜଣ ମହିଳା ପୁଲିସ ଅଫିସର ଅଛନ୍ତି।

“ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ମେଡାଲ”ରେ ପୁରସ୍କୃତ ହୋଇଥିବା ଓଡ଼ିଶା ପୁଲିସର ଅଧିକାରୀମାନେ ହେଲେ, ଇନ୍ସପେକ୍ଟର ଶ୍ରୀମତୀ ସୁଷମା ତିର୍କୀ, ସବ୍-ଇନ୍ସପେକ୍ଟର ଶ୍ରୀ ଯୁଗଳ କିଶୋର ଦାଶ, ସବ୍-ଇନ୍ସପେକ୍ଟର ଶ୍ରୀମତୀ ସନ୍ତୋଷୀ ବାରିକ, ସବ୍-ଇନ୍ସପେକ୍ଟର ଶ୍ରୀ ବାବା ଶଙ୍କର ସରାଫ୍।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.