Home Top News ଗଣତନ୍ତ୍ର ଦିବସରେ ଦେଖିବାକୁ ମିଳିବ ଅଯୋଧ୍ୟା ରାମ ମନ୍ଦିରର ପ୍ରଜ୍ଞାପନ ମେଢ଼

ଗଣତନ୍ତ୍ର ଦିବସରେ ଦେଖିବାକୁ ମିଳିବ ଅଯୋଧ୍ୟା ରାମ ମନ୍ଦିରର ପ୍ରଜ୍ଞାପନ ମେଢ଼

100

ନୂଆ ଦିଲ୍ଲୀ ୧୨-୧୨ (ଓଡ଼ିଆ ପୁଅ) ଦିଲ୍ଲୀର ରିପବ୍ଲିକ୍ ଡେ ପ୍ୟାରେଡରେ ଉତ୍ତରପ୍ରଦେଶର ପ୍ରଜ୍ଞାପନ ମେଢ଼ରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିରର ମହାନତା, ମନ୍ଦିର ସହରର ସଂସ୍କୃତି ଏବଂ ଅଯୋଧ୍ୟା ସାମାଜିକ-ଧାର୍ମିକ ସମନ୍ୱୟର ପ୍ରତୀକ ଭାବରେ ପ୍ରଦର୍ଶିତ ହେବ ବୋଲି ରାଜ୍ୟ ସୂଚନା ବିଭାଗର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି।

“ଥିମ୍ ଅନୁମୋଦନ ହୋଇଛି ଏବଂ ପ୍ରଜ୍ଞାପନ ମେଢ଼ ସମ୍ବନ୍ଧରେ ଦିଲ୍ଲୀରେ ଆୟୋଜିତ ଏକ ବୈଠକରେ ୟୁପିର ପ୍ରସ୍ତାବିତ ପ୍ରଜ୍ଞାପନ ମେଢ଼ ସର୍ଟଲିଷ୍ଟ ହୋଇସାରିଛି। ତେବେ ସାମାନ୍ୟ ପରିବର୍ତ୍ତନ ପାଇଁ ପରାମର୍ଶ ଦିଆଯାଇଛି ବୋଲି ଅଧିକାରୀ ଜଣକ ପ୍ରକାଶ କରି କହିଛନ୍ତିଯେ, ପରାମର୍ଶ ଅନୁଯାୟୀ ଆବଶ୍ୟକୀୟ ପରିବର୍ତ୍ତନ କରାଯିବ।

ଏହି ପ୍ରଜ୍ଞାପନ ମେଢ଼ରେ ଅଯୋଧ୍ୟା ଭାରତର ଏକ ପ୍ରମୁଖ ଧାର୍ମିକ ପର୍ଯ୍ୟଟନ ସ୍ଥଳ ଭାବରେ ପ୍ରଦର୍ଶିତ ହେବ।

ଏହି ପ୍ରଜ୍ଞାପନ ମେଢ଼ରେ ମନ୍ଦିରର ଏକ ମହାନ ମଡେଲ, ରାମାୟଣର ଦୃଶ୍ୟ ଏବଂ ଅଯୋଧ୍ୟାରେ ବାର୍ଷିକ ଦୀପୋତ୍ସଭର ନୂତନ ପରମ୍ପରା ପ୍ରଦର୍ଶିତ ହେବ ବୋଲି ଅଧିକାରୀ ଜଣକ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।

ସୂଚନା ବିଭାଗ ରିପବ୍ଲିକ୍ ଡେ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରେ ଏବଂ ୨୦୨୧ ର ଥିମ ହେଉଛି – ଅଯୋଧ୍ୟା: ଉତ୍ତରପ୍ରଦେଶର ସାଂସ୍କୃତିକ ଐତିହ୍ୟ’।

“ଭଗବାନ ରାମ ନିଶାଦରାଜଙ୍କୁ କିପରି ଆଲିଙ୍ଗନ କରିଥିଲେ, ଶବରୀ ଭଗବାନ ରାମଙ୍କୁ କିପରି କୋଳି ଖୁଆଇଥିଲେ ଏବଂ ଜାତିଗତ ଭେଦଭାବ, ଅସ୍ପୃଶ୍ୟତା ବିରୁଦ୍ଧରେ ଏକ ଉଦାହରଣ ସୃଷ୍ଟି କରିଥିଲେ ଏବଂ ମହିଳା ସଶକ୍ତିକରଣ ସଂସ୍କୃତି କିପରି ଉପସ୍ଥାପନ କରିଥିଲେ ଏହି ସବୁ ପ୍ରଜ୍ଞାପନ ମେଢ଼ରେ ଚିତ୍ରିତ ହେବ ବୋଲି ସେ କହିଛନ୍ତି।

ପ୍ରଜ୍ଞାପନ ମେଢ଼ରେ ଅଯୋଧ୍ୟାର ଧାର୍ମିକ ସମନ୍ୱୟ ପ୍ରଦର୍ଶିତ ହେବ। ୨୬ ଜାନୁୟାରୀ ୨୦୨୧ ରେ ଗଣତନ୍ତ୍ର ଦିବସ ପ୍ୟାରେଡରେ ଅଯୋଧ୍ୟା ଉତ୍ତରପ୍ରଦେଶର ପ୍ରଜ୍ଞାପନ ମେଢ଼ର କେନ୍ଦ୍ରବିନ୍ଦୁ ହେବ। ଥିମ୍ ‘ଅଯୋଧ୍ୟା: ଉତ୍ତରପ୍ରଦେଶର ସାଂସ୍କୃତିକ ଐତିହ୍ୟ’ ବିଷୟବସ୍ତୁକୁ ଅନୁମୋଦନ କରାଯାଇଛି ଏବଂ ଉପସ୍ଥାପନାରେ ଶ୍ରୀ ରାମ ଏବଂ ଭବ ରାମ ମଣ୍ଡପ ସମ୍ବନ୍ଧୀୟ ଚିତ୍ର ପ୍ରଦର୍ଶିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.