Home ଆନ୍ତର୍ଜାତୀୟ ଆମେରିକାରେ ବିବାହ ରଚିଲେ ୨ ସମଲିଙ୍ଗୀ ଭାରତୀୟ ଯୁବକ

ଆମେରିକାରେ ବିବାହ ରଚିଲେ ୨ ସମଲିଙ୍ଗୀ ଭାରତୀୟ ଯୁବକ

251

ନୂଆଦିଲ୍ଲୀ, ୨୩ା୭, (ଓଡିଆ ପୁଅ/ପଙ୍କଜିନୀ ନାୟକ) : ପ୍ରାୟ ୩ ବର୍ଷ ଡେଟ୍ କରିବା ପରେ ଶେଷରେ ଆମେରିକାର ନ୍ୟୁ ଜର୍ସି ସହରରେ ୨ ଭାରତୀୟ ଯୁବକ ଦୁହେଁ ଦୁହିଁଙ୍କ ସହ ସମଲିଙ୍ଗୀ ବିବାହ କରିଛନ୍ତି। ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି। ଅମିତ ଓ ଆଦିତ୍ୟ ନାମକ ଦୁଇ ଯୁବକ ସ୍ୱାମୀନାରାୟଣ ମନ୍ଦିରରେ ବିବାହ କରିଛନ୍ତି। ତେବେ ଏହି ବିବାହ ପରେ ସାରା ଦେଶରେ ସମଲିଙ୍ଗୀ ସମ୍ପର୍କ ରଖୁଥିବା ସମସ୍ତ ଲୋକଙ୍କ ଇଚ୍ଛାଶକ୍ତି ବଢିବା ସହ ଦିନେ ସେମାନଙ୍କ ସମ୍ପର୍କକୁ ସୀକୃତି ମିଳିବ ବୋଲି ଭାବିଛନ୍ତି।

ଅନ୍ୟପଟେ ଏହି ଖବର ସାମ୍ନା କୁ ଆସିବା ପରେ ବିବାହିତ ଯୁବକଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବା ସହ ଇଣ୍ଟରନେଟରେ ଶୁଭେଚ୍ଛା ମିଳୁଥିଵା ଦେଖିବାକୁ ମିଳିଛି। ତେବେ ଅମିତ ଓ ଆଦିତ୍ୟଙ୍କ ଗୋଟିଏ ଥର ଦେଖାରେ ଦୁହେଁ ଦୁହିଁଙ୍କ ପ୍ରେମରେ ପଡ଼ିଥିଲେ।

ପରେ ଦୁହେଁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ଏହି ସମ୍ପର୍କରେ ନିଜ ନିଜ ମାତା-ପିତାଙ୍କୁ ଜଣାଇଥିଲେ। ପରେ ଉଭୟଙ୍କ ପରିବାର ସାମ୍ନାରେ ଅମିତ ଓ ଆଦିତ୍ୟ ବିବାହ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.