Home ଓଡ଼ିଶା ବେଆଇନ୍ କ୍ରସର ଉପରେ ଚଢ଼ାଉ

ବେଆଇନ୍ କ୍ରସର ଉପରେ ଚଢ଼ାଉ

163

ନୂଆଦିଲ୍ଲୀ, ୨୩ା୭, (ଓଡିଆ ପୁଅ/ପଙ୍କଜିନୀ ନାୟକ) : ଗୋଟିଏ କି ଦୁଇଟି ନୁହେଁ, ଖୋର୍ଦ୍ଧାର ବେଆଇନ୍ ୧୦ଟି କ୍ରସର ଉପରେ ଆଜି ଏସଟିଏଫ୍ ଏକକାଳୀନ ରେଡ୍ କରିଛି। ଏସଟିଏଫ୍ ଏସପିଙ୍କ ନେତୃତ୍ୱରେ ଏହି ଚଢାଉ ଅଭିଯାନ ଜାରି ରହିଥିବା ବେଳେ ୧୦ଟି ସ୍ଥାନରେ ୧୦ଟି ଏସଟିଏଫ୍ ଟିମର ଚଢାଉ ଚାଲିଛି।

ତେବେ ସନିଆ. ଯୋଡାମ୍ବ, ବଡସାଉଲି, କଳିଙ୍ଗ କ୍ରସରରେ ଚଢାଉ ଚାଲିଥିବା ବେଳେ ଶଙ୍ଖାରୀ, କାଳୁଚୁଆ ଓ ହନ୍ତୁମନ୍ତିଆ ପାହାଡରେ ମଧ୍ୟ ଚଢାଉ ଚାଲିଛି। ତେବେ ଏଠାରେ ଦୀର୍ଘଦିନ ହେବ ବେଆଇନ୍ ଭାବେ ପଥର ଖୋଳା ଚାଲିଥିଲା ବୋଲି ଏସଟିଏଫର ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.