Home ଜିଲ୍ଲା ପରିକ୍ରମା କଥା ଦେଇଥିଲେ, କଥା ରଖିଲେ: ବାତ୍ୟା ମୁକାବିଲା ଦିଗରେ ସହଯୋଗର ହାତ ବଢ଼ାଇଲେ ଦୁଇ ନାରୀ...

କଥା ଦେଇଥିଲେ, କଥା ରଖିଲେ: ବାତ୍ୟା ମୁକାବିଲା ଦିଗରେ ସହଯୋଗର ହାତ ବଢ଼ାଇଲେ ଦୁଇ ନାରୀ ନେତ୍ରୀ

126

ଭୁବନେଶ୍ୱର: ବାତ୍ୟା ‘ୟାସ୍’ରେ ପ୍ରଭାବିତ ମାନଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇଛନ୍ତି ବିଜେପିର ଦୁଇ ନାରୀ ନେତ୍ରୀ। ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିବା ନାରୀ ନେତ୍ରୀ ସ୍ମୃତିରେଖା ପହି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ସମ୍ଭାବ୍ୟ ବାତ୍ୟା ନେଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେବା ସହ ବାତ୍ୟା ସମୟରେ ବା ପରେ କୌଣସି ଗୁରୁତର ପରିସ୍ଥିତିରେ ତାଙ୍କୁ ଯୋଗାଯୋଗ କରିବାକୁ ଏବଂ ସେ ଯଥା ସମ୍ଭବ ସାହାଯ୍ୟ, ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ସେହିପରି ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ ମଧ୍ୟ ଭଦ୍ରକ ଜିଲ୍ଲା ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେବା ସହ ବାତ୍ୟା ସମୟରେ କିମ୍ବା ବାତ୍ୟା ପରେ ଭଦ୍ରକ ଜିଲ୍ଲାରେ ବିଶେଷ କରି କେହି ମହିଳା ଯଦି କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ତାଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ଟିମ୍ ଯଥାସାଧ୍ୟ ସାହାଯ୍ୟ, ସହଯୋଗ କରିବ ବୋଲି ପ୍ରତିଶୃତି ଦେଇଥିଲେ। ଉଭୟ ନେତ୍ରୀ ସେମାନଙ୍କର ପ୍ରତିଶୃତି ପାଳନ କରି ବାତ୍ୟା ପ୍ରଭାବିତ ଲୋକମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ଯାଜପୁର ଜିଲ୍ଲା ଧର୍ମଶାଳା ନର୍ବାଚନ ମଣ୍ଡଳୀର ୧୧ ନମ୍ୱର୍ ଜୋନରେ ସ୍ମୃତିରେଖା ପହି ବିଜେପି କର୍ମି ମାନଙ୍କ ସହିତ ଯାଇ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇ ଥିବା ଜନସାଧରଣଙ୍କୁ ଭେଟି ତାଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ସାହାଯ୍ୟ ସହଯୋଗର ହାତ ବଢ଼ାଇଛନ୍ତି। ସେହିପରି ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ ତାଙ୍କ ମହିଳା ମୋର୍ଚ୍ଚା ଟିମ୍ ସହ ଅର୍ଣ୍ଣପାଳ ପଞ୍ଚାୟତର ରାଜମୁକୁନ୍ଦପୁର, ରାଜୁଆଳିବିନ୍ଧା ଆଦି ବାତ୍ୟାଞ୍ଚଳ ଯାଇ ବାତ୍ୟା ପ୍ରଭାବିତ ଲୋକଙ୍କର ସୁବିଧା ଅସୁବିଧା ବୁଝିବା ସହିତ ଶୁଖିଲା ଖାଦ୍ୟ ସାମଗ୍ରୀ, ମାସ୍କ ଏବଂ ସାନିଟାଇଜର ବଣ୍ଟନ କରିବା ସହିତ ଲୋକଙ୍କ ଘର ଘର ବୁଲି ଥର୍ମାଲ ସ୍କ୍ରିନିଂ କରାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.