Home ଓଡ଼ିଶା ଚୀନ ସେନାର ଉପଦ୍ରବକୁ ତୀବ୍ର ନିନ୍ଦା – କଂଗ୍ରେସ ପକ୍ଷରୁ ଶହୀଦ୍ ଭାରତୀୟ ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି

ଚୀନ ସେନାର ଉପଦ୍ରବକୁ ତୀବ୍ର ନିନ୍ଦା – କଂଗ୍ରେସ ପକ୍ଷରୁ ଶହୀଦ୍ ଭାରତୀୟ ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି

114

ବାଲେଶ୍ୱର, ୧୮-୬ (ଓଡ଼ିଆ ପୁଅ/ଅଭୟ ଦାସ) ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗଲୱାନ୍ ଘାଟୀରେ ଶହୀଦ ଭାରତୀୟ ସେନାଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ସ୍ଥାନୀୟ ଷ୍ଟେସନଛକଠାରେ ଆୟୋଜିତ କାର୍ଯ୍ୟକ୍ରମରେ କଂଗ୍ରେସ କମିଟି କର୍ମକର୍ତ୍ତା ଓ କର୍ମୀମାନେ କ୍ୟାଣ୍ଡେଳ ଜାଳି ଶହୀଦ ଭାରତୀୟ ସୈନିକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଅମର ଆତ୍ମାର ସଦଗତି କାମନା କରିଥିଲେ। ଭାରତ ପ୍ରତି ଚୀନ୍ ସରକାରଙ୍କ ବିଦ୍ୱେଷ ଭାବରୁ ଆରମ୍ଭ ହୋଇଥିବା ଏହି ଆକ୍ରମଣ ବିରୋଧରେ କେନ୍ଦ୍ର ସରକାର ଉଚିତ୍ ପଦକ୍ଷେପ ନେବେ ବୋଲି କଂଗ୍ରେସ କର୍ମକର୍ତ୍ତା ଆଶା ପ୍ରକାଶ କରିଥିଲେ। ତେବେ ଚୀନ୍‌କୁ ଉଚିତ ଶିକ୍ଷା ଦେବା ପାଇଁ ସମସ୍ତ ଭାରତୀୟ ଚାଇନା ସାମଗ୍ରୀ ବର୍ଜନ ପାଇଁ ସେମାନେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ବିଶେଷ କରି ଚୀନ୍ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ୨୦ ଜଣଙ୍କ ମଧ୍ୟରେ ଓଡ଼ିଶାର ଦୁଇଜଣଙ୍କ ପରିବାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବା ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି। ସେହିଭଳି ସମସ୍ତ ମୃତ ସୈନିକଙ୍କ ପରିବାରକୁ କେନ୍ଦ୍ର ସରକାର ମଧ୍ୟ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ କଂଗ୍ରେସ କର୍ମକର୍ତ୍ତାମାନେ ଦାବି କରିଛନ୍ତି। ବାଲେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାପତି ପ୍ରଜ୍ଞାପାରମିତା ମହାନ୍ତି ଓ ନଗର କଂଗ୍ରେସ ସଭାପତି ପଦ୍ମଲୋଚନ ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ କୃଷ୍ଣ ଗୋପାଳ ପଣ୍ଡା, ଦେବଦତ୍ତ ଦାସ, ଛାତ୍ରନେତା ରଂଜନ ଦାସ, ଗୌତମ ସାହୁ, ଜ୍ଞାନେନ୍ଦ୍ର ମହାନ୍ତି, ଶେଖ୍ ଅଜଗର ଅଲ୍ଲି, ମହିଳା ନେତ୍ରୀ ବାସନ୍ତି ସାମଲ, ବାସନ୍ତି ନାୟକ, ହେମଲତା ଦାସ, ଜ୍ୟୋତ୍ସ୍ନା ସେନାପତି, ପ୍ରତିମା ପଣ୍ଡା ପ୍ରମୁଖ ଯୋଗଦେଇ ଦିବଂଗତ ସୈନିକଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାସୁମନ୍ ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.