Home Coronavirus Outbreak ବାଲେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୨୫୬

ବାଲେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୨୫୬

94

ବାଲେଶ୍ୱର, ୧୮-୬ (ଓଡ଼ିଆ ପୁଅ/ଅଭୟ ଦାସ) ସାମ୍ପ୍ରତିକ ଅନଲକ୍‌୧ସ୍ଥିତିରେ ଓଡ଼ିଶା ସମେତ ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଭାରତ ପାଇଁ ଚିନ୍ତାର କାରଣ ହୋଇଛି। ଆଜି ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୬୮ ହଜାର ୭୦୫ ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୧୨ ହଜାର ଟପିଥିବା ଜଣାପଡ଼ିଛି। ଅନୁରୂପ ଭାବେ ଆଜି ଚିହ୍ନଟ ୧୭୪ ଜଣ କରୋନା ପଜିଟିଭଙ୍କୁ ମିଶାଇ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ୪୫୧୨ରେ ପହଞ୍ଚିଛି। ଆଜି ଗୋଟିଏ ଦିନରେ ସୁସ୍ଥ ହୋଇଥିବା ୯୭ ଜଣଙ୍କୁ ମିଶାଇ ରାଜ୍ୟରେ ଅଦ୍ୟାବଧି ୩, ୧୪୪ ଜଣ ସୁସ୍ଥ ହୋଇଛନ୍ତି। ୧୩୫୪ ଜଣ ଏକ୍ଟିଭ୍ କରୋନା ପିଜିଟ୍‌ଙ୍କର ଏବେ କୋଭିଡ୍ ହସପିଟାଲରେ ଚିକିତ୍ସା ଚାଲିଛି। ତେବେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୨ରେ ସ୍ଥିର ରହିଥିବା ଜଣାପଡ଼ିଛି। ସେହିଭଳି ଆଜିି ୩୪ଜଣ ପଜିଟିଭ୍ ଚିହ୍ନଟ ପରେ ବାଲେଶ୍ୱର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୫୬ରେ ପହଞ୍ଚିଛି। ଅଦ୍ୟାବଧି ଜିଲ୍ଲାରେ୧୯୬ ଜଣ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫୯ ଜଣ ଏକ୍ଟିଭ୍‌ଙ୍କୁ ଏବେ କୋଭିଡ୍ ହସପଟାଲରେ ଚିକିତ୍ସା କରାଯାଉଛି। ତେବେ ଆଜି ବାଲେଶ୍ୱରରେ ଚିହ୍ନଟ ୩୪ ଜଣ କରୋନା ପଟ୍ଟିଭ୍‌ଙ୍କ ମଧ୍ୟରୁ ୧୨ରୁ ଅଧିକ ବାହାର ଉତ୍ସରୁ ଆସିଥିବା ଜଣାପଡ଼ିବା ପ୍ରଶାସନ ସମେତ ଜିଲ୍ଳାବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଅନ୍ୟ ସମସ୍ତେ କ୍ୱାରେଣ୍ଟାଇନ୍ ସଣ୍ଟରରେ ରହିଥିବା କୁହାଯାଉଛି। ତେବେ ସମ୍ପୃକ୍ତ ୧୨ ଜଣ କେଉଁ ଉତ୍ସରୁ ସଂକ୍ରମିତ ହୋଇଛନ୍ତି, ସେମାନଙ୍କ କଣ୍ଟକ୍ଟ ଟ୍ରେସିଂ କରିବା ଓ ଚିହ୍ନଟ ସନ୍ଦିଗ୍ଧଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ନେବା ପ୍ରଶାସନ ପାଇଁ କଷ୍ଟକର ବ୍ୟାପାର ହୋଇଛି। ଅନ୍ୟପକ୍ଷରେ କରୋନା ସ୍ଥିତିରେ ବାହାର ରାଜ୍ୟରୁ ପ୍ରବାସୀ ଓଡ଼ିଆଙ୍କ ଆଗମନ ବି ଜାରି ରହିଛି।ଜୁନ୍ ମାସ ଶେଷ ସୁଦ୍ଧା ଜିଲ୍ଲାକୁ ଆସିଥିବା ପ୍ରବାସୀଙ୍କ ସଂଖ୍ୟା ୧ ଲକ୍ଷ ଟପିବ ବୋଲି ଅନୁମାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.