ନୂଆ ଦିଲ୍ଲୀ ୧୮-୧୨ (ଓଡ଼ିଆ ପୁଅ) ଟେଲିକମ ରେଗୁଲେଟରୀ ଅଥୋରିଟି ଅଫ ଇଣ୍ଡିଆ ଅର୍ଥାତ୍ TRAI ଜାନୁଆରି ୨୦୨୧ ପର୍ଯ୍ୟନ୍ତ IUC (ଇଣ୍ଟରକନେକ୍ଟ ୟୁସେଜ ଚାର୍ଜ) ସମାପ୍ତ କରିବାକୁ ମନା କରିଦେଇଛି। ସବୁଠାରୁ ନୂଆ ଟେଲିକମ କମ୍ପାନୀ Reliance Jio ଟ୍ରାଇ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ଏହାକୁ ସମାପ୍ତ କରିବାକୁ ଆଗ୍ରହ ପ୍ରକାଶ କରିଥିଲା। IUC ଙ୍କର କାରଣରୁ ରେ Jio ନିଜର ୟୁଜର୍ସଙ୍କୁ ଅନ୍ୟ ନେଟୱର୍କ ଉପରେ କଲ କରିବା ଉପରେ ୟୁଜର୍ସ ଫି ୬ ପଇସା ପ୍ରତି ମିନଟ ଦରରେ ଚାର୍ଜ ଅସୁଲ କରିବା ପାଇଁ ୯ ଅକ୍ଟୋବରରେ ଘୋଷଣା କରିଥିଲା। ତା’ ପରେ କମ୍ପାନୀ ନିଜର ୟୁଜର୍ସ ପାଇଁ IUC ପ୍ୟାକ ମଧ୍ୟ ଲଞ୍ଚ କରିଥିଲା। ପରେ କମ୍ପାନୀ ୟୁଜର୍ସଙ୍କର ଅସନ୍ତୋଷ ପରେ ଅଲ-ଇନ ୱାନ୍ ପ୍ୟାକ ମଧ୍ୟ ଘୋଷଣା କରିଥିଲା। ନିକଟରେ ନୂଆ ପ୍ରିପେଡ ପ୍ଲାନ୍ସର ଘୋଷଣା କରିବା ପରେ ଅନ୍ୟ ଟେଲିକମ କମ୍ପାନୀମାନେ ନିଜର ୟୁଜର୍ସଙ୍କୁ ଅନଲିମିଟେଡ ଭଏସ କଲିଂଗ ଅଫର କରୁଛନ୍ତି। ଅପର ପକ୍ଷରେ Jio ୟୁଜର୍ସଙ୍କୁ ସୀମିତ IUC ମିନଟ୍ସ ଅନ୍ୟ ନେଟୱର୍କ ଉପରେ କଲ କରିବାପାଇଁ ମିଳୁଛି।
TRAI, IUC କୁ ଜାରୀ ରଖିବାର ନିଷ୍ପତି ଉପରେ କହିଛି କି ଷ୍ଟେକହୋଲ୍ଡର୍ସ ଦ୍ଵାରା ଲିଖିତ ଏବଂ ଓପନ ହାଉସ ଡିସକସନ ପରେ ପ୍ରାଧିକରଣ ୱାୟାରଲେସ ଡୋମେଷ୍ଟିକ କଲ ପାଇଁ ଜିରୋ ଟର୍ମିନେସନ ଚାର୍ଜ ୧ ଜାନୁଆରି ୨୦୨୧ ରେ ଲାଗୁ କରିବାର ଘୋଷଣା କରିଛି। IUC କୁ ସ୍କ୍ରାପ କରିବା ପରେ ଟେଲିକମ ଅପରେଟର୍ସଙ୍କ ପାଖକୁ ଅଧିକ ଆଉଟଗୋଇଂଗ ଟ୍ରାଫିକ ଆସିବାକୁ ଲାଗିବ। TRAI ର ଏହି ନିଷ୍ପତିରେ ଅନ୍ୟ ଦୁଇଟି ଟେଲିକମ କମ୍ପାନୀଗୁଡ଼ିକର Airtel ଏବଂ Vodafone-Idea କୁ ଆଶ୍ୱସ୍ତି ମିଲିଛି। ଏହି ଦୁଇ କମ୍ପାନୀ Reliance Jio କୁ ୬ ପଇସା ପ୍ରତି ମିନଟ ଦରରେ ଚାର୍ଜ କରୁଛନ୍ତି। ଚଳିତ ବର୍ଷ ଜୁନ ପର୍ଯ୍ୟନ୍ତ Jio ର ୬୪ ପ୍ରତିଶତ ଟ୍ରାଫିକ ଆଉଟଗୋଇଙ୍ଗ ଟ୍ରାଫିକ ଥିଲେ। ଯାହାର କାରଣରୁ ରେ ଅନ୍ୟ ନେଟୱର୍କ ଅପରେଟର୍ସଙ୍କୁ ଫାଇଦା ହୋଇଛି।