Home ଓଡ଼ିଶା ଉତ୍ତର ପୂର୍ବ ଦିଲ୍ଲୀରେ ୧୪୪ ଧାରା ଲାଗୁ : ୬ ଗିରଫ

ଉତ୍ତର ପୂର୍ବ ଦିଲ୍ଲୀରେ ୧୪୪ ଧାରା ଲାଗୁ : ୬ ଗିରଫ

445

ନାଗରିକତା ଆଇନ୍ ବିରୁଦ୍ଧରେ ସୀଲମପୁରରେ ହିଂସା :

ନୂଆ ଦିଲ୍ଲୀ ୧୮-୧୨ (ଓଡ଼ିଆ ପୁଅ) ନାଗରିକତା ସଂଶୋଧନ ଆଇନ୍ ବିରୁଦ୍ଧରେ ମଙ୍ଗଳବାରଦିନ ଦିଲ୍ଲୀର ସୀଲମପୁର-ଜାଫରାବାଦ ନାମକ ସ୍ଥାନରେ ହୋଇଥିବା ହିଂସା ମାମଲାରେ ବଡ଼ ଖବର ଆସିଛି। ଦିଲ୍ଲୀ ପୋଲିସ ସୀଲମପୁର ହିଂସା ପରେ ଉତ୍ତର ପୂର୍ବ ଜିଲ୍ଲାରେ ୧୪୪ ଧାରା ଲାଗୁ କରିଛି। ଏହା ସହିତ ନାଗରିକତା ସଂଶୋଧନ ଆଇନ୍ ୨୦୧୯ ର ବିରୋଧରେ ମଙ୍ଗଳବାରଦିନ ଦିଲ୍ଲୀର ସୀଲମପୁର, ଜାଫରାବାଦ ଏବଂ ବୃଜପୁରୀରେ ହୋଇଥିବା ହିଁସା ପ୍ରଦର୍ଶନ ସମୟରେ ନିଆଁ ଲଗାଇବା ମାମଲାରେ ତିନୋଟି ମାମଲାରେ ରୁଜୁ ହୋଇଛି ଏବଂ ଛଅ ଜଣ ଲୋକଙ୍କୁ ଗିରଫ କରାଯାଇଛି।

ଦିଲ୍ଲୀ ପୋଲିସ ଜାଫରାବାଦ ହିଁସାକୁ ନେଇକରି ଦୁଇଟି ଏଫଆଇଆର ରୁଜୁ କରିଛି। ଏଥିରେ ପୋଲିସ, ଦଂଗା କରିବା ଏବଂ ସରକାରୀ ସମ୍ପତ୍ତିକୁ କ୍ଷତି ପହଁଚାଇବା ଅଭିଯୋଗ ଲଗାଇଛି। କୁହାଯାଇପାରେଯେ, ମଙ୍ଗଳବାରଦିନ ଦ୍ୱିପ୍ରହରରେ ନାଗରିକତା ଆଇନ୍ ବିରୁଦ୍ଧରେ ପ୍ରଦର୍ଶନ ସମୟରେ ପୋଲିସ ଏବଂ ପ୍ରଦର୍ଶନକାରିମାନଙ୍କ ମଧ୍ୟରେ ହିଁସା ହୋଇଥିଲା, ଯେଉଁଥିରେ ପ୍ରାୟତଃ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ସମେତ ୨୧ଜଣ ଲୋକ ଆହତ ହୋଇଥିଲେ। ଏମାନଙ୍କ ମଧ୍ୟରେ ୧୨ ଜଣ ପୋଲିସ ଆହତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.