Home Coronavirus Outbreak ଦେଶରେ ୩ଲକ୍ଷ ପାର କଲା ମୃତ୍ୟୁ ସଂଖ୍ୟା, କରୋନା ନେଲା ୪,୪୫୪ ମୁଣ୍ଡ ୨,୨୨,୩୧୫ ନୂଆ...

ଦେଶରେ ୩ଲକ୍ଷ ପାର କଲା ମୃତ୍ୟୁ ସଂଖ୍ୟା, କରୋନା ନେଲା ୪,୪୫୪ ମୁଣ୍ଡ ୨,୨୨,୩୧୫ ନୂଆ ଆକ୍ରାନ୍ତ ଚିହ୍ନଟ

38

ନୂଆଦିଲ୍ଲୀ ୨୪-୫ (ଓଡ଼ିଆ ପୁଅ) ଭାରତରେ କରୋନା ଭୂତାଣୁ ଦ୍ୱିତୀୟ ଲହରର ସଂକ୍ରମଣ ଜାରି ରହିଛି। ଅବଶ୍ୟ ଗତ ସପ୍ତାହରୁ ସଂକ୍ରମଣ ୩ ଲକ୍ଷ ତଳକୁ ରହୁଛି। ଦ୍ୱିତୀୟ ଲହରର ୨୬ ଦିନ ପରେ ସଂକ୍ରମଣରେ ହ୍ରାସ ମଧ୍ୟ ଜାରୀ ରହିଛି। ସୋମବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨,୨୨,୩୧୫ ନୂଆ କରୋନା ରୋଗ ହୋଇଛି। ଗତ ସପ୍ତାହରେ କରୋନା ମାମଲାରେ ତୀବ୍ର ହ୍ରାସ ଘଟିଛି। ଯଦି ଆମେ ମେ ୬ ରେ ଆସିଥିବା କରୋନାର ୪.୧୪ ଲକ୍ଷ ମାମଲା ତୁଳନା କରୁତେବେ ଗୁରୁବାର ଦିନ ବାହାରିଥିବା କରୋନାର ନୂତନ ମାମଲା ପ୍ରାୟ ୫୦% ହ୍ରାସ ପାଇଛି। ଯାହା ଏକ ଆଶ୍ୱସ୍ତିକର ବିଷୟ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଭାରତ ଗତ ୨୪ ଘଣ୍ଟା ମଧ୍ୟରେ ୨,୨୨,୩୧୫ ନୂତନ COVID୧୯ ମାମଲା ୩,୦୨,୫୪୪ ସୁସ୍ଥ ଏବଂ ୪,୪୫୪ ମୃତ୍ୟୁ ରିପୋର୍ଟ ହୋଇଛି।

ମୋଟ ମାମଲା: ୨,୬୭,୫୨,୪୪୭

ସମୁଦାୟ ଡିସଚାର୍ଜ: ୨,୩୭,୨୮,୦୧୧

ମୋଟ ମୃତ୍ୟୁ ସଂଖ୍ୟା: ୩,୦୨,୫୪୪

ସକ୍ରିୟ ମାମଲା: ୨୭,୨୦,୭୧୬

ଗତକାଲି ଟୀକାକରଣ: ୯,୪୨,୭୨୨

ମୋଟ ଟୀକାକରଣ: ୧୯,୬୦,୫୧,୯୬୨

ଏହା ସହ ଦେଶରେ ମୋଟ ସକରାତ୍ମକ ମାମଲା ୨୭,୨୦,୭୧୬ ହୋଇଛି।

କରୋନା ସଂକ୍ରମଣ ହେତୁ ଗୋଟିଏ ଦିନରେ ୪,୪୫୪ ମୃତ୍ୟୁ ପରେ ଭାରତରେ ମୋଟ ମୃତ୍ୟୁ ସଂଖ୍ୟା ୩,୦୨,୫୪୪ ହୋଇଛି।

ଏଥି ସହିତ କରୋନାରୁ ୨,୩୭,୨୮,୦୧୧ ଲୋକ ଆରୋଗ୍ୟ ହୋଇଛନ୍ତି।

ସୂଚନାଯୋଗ୍ୟଯେଗୋଟିଏ ପଟେ କରୋନା ମାମଲାରେ ହ୍ରାସ ଘଟିଛି। ଅନ୍ୟ ପଟେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟାରେ କୌଣସି ହ୍ରାସ ଘଟିନାହିଁ। ରବିବାର ଦିନ ୩,୭୪୧ ଜଣଙ୍କର ମୃତ୍ୟୁ,ଶୁକ୍ରବାର ଦିନ ୪,୨୦୯ ଜଣଙ୍କର ମୃତ୍ୟୁ,ଗୁରୁବାର ଦିନ ୩୮୭୪ ଜଣଙ୍କର ମୃତ୍ୟୁ,ବୁଧବାର ଦିନ ୪୫୨୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେମଙ୍ଗଳବାରଦିନକରୋନାରୁ ଦେଶରେ ମୃତ୍ୟୁ ସଂଖ୍ୟା ୪୩୨୯ସୋମବାର ଦିନ ୪୧୦୬ ରେକର୍ଡ କରାଯାଇଥିଲା।

ଭାରତରେ ଆରୋଗ୍ୟ ହାର (୮୮.୩୦%)

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ସକାଳ ଆଠଟା ପର୍ଯ୍ୟନ୍ତ କରୋନା ଭୂତାଣୁ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୭,୨୦,୭୧୬ ଯାହା ସମୁଦାୟ ସଂକ୍ରମଣର (୧୦.୫୭%) ପ୍ରତିଶତ ଥିବାବେଳେ କରୋନାରୁ ଜାତୀୟ ପୁନରୁଦ୍ଧାର ହାର ରହିଛି (୮୮.୩୦%) ପ୍ରତିଶତ।

ତଥ୍ୟ ଅନୁଯାୟୀଏହି ରୋଗରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୨,୩୭,୨୮,୦୧୧ କୁ ବୃଦ୍ଧି ପାଇଥିବାବେଳେ ସଂକ୍ରମଣରୁ ମୃତ୍ୟୁ ହାର (୧.୧୩%) ପ୍ରତିଶତ ରେକର୍ଡ କରାଯାଇଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ତଥ୍ୟ ଅନୁଯାୟୀCOVID୧୯ ପାଇଁ ୨୩ ମଇ ୨୦୨୧ ପର୍ଯ୍ୟନ୍ତ ୩୩,୦୫,୩୬,୦୬୪ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ନମୁନା ଗତକାଲି ୧୯,୨୮,୧୨୭ ପରୀକ୍ଷା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.