Home ଓଡ଼ିଶା ମୋଟରଯାନ ଓ ଏହାର ସରଞ୍ଜାମରେ ଉପଯୋଗ ହେବ ମାଇକ୍ରୋଡଟ୍ ଜ୍ଞାନକୌଶଳ

ମୋଟରଯାନ ଓ ଏହାର ସରଞ୍ଜାମରେ ଉପଯୋଗ ହେବ ମାଇକ୍ରୋଡଟ୍ ଜ୍ଞାନକୌଶଳ

104

– ଗାଡ଼ି ଚୋରି ଓ ନକଲି ସରଞ୍ଜାମ ବ୍ୟବହାର ଉପରେ ଲାଗିବ ଅଙ୍କୁଶ
– ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଚିଠା ବିଜ୍ଞପ୍ତି ଜାରି

ନୂଆ ଦିଲ୍ଲୀ ୩୦-୭ (ଓଡ଼ିଆ ପୁଅ) ମୋଟର ଯାନ, ଏହାର ଯନ୍ତ୍ରାଂଶ ଓ ସରଞ୍ଜାମରେ ସ୍ଥାୟୀ ଏବଂ ପ୍ରାୟତଃ ଅଦୃଶ୍ୟ ମାଇକ୍ରୋଡଟ ଲଗାଯିବ। ଏହି ଚିହ୍ନକୁ ମାଇକ୍ରୋସ୍କୋପ ଜରିଆରେ ପଢ଼ିହେବ ଏବଂ ଅତି ବାଇଗଣି ଆଲୋକ ଜରିଆରେ ଚିହ୍ନଟ କରାଯାଇପାରିବ। ଏ ସଂକ୍ରାନ୍ତରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠା ବିଜ୍ଞପ୍ତି ଜିଏସଆର ୫୨୧ (ଇ) ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ରୀୟ ମୋଟର ଯାନ ନିୟମରେ ସଂଶୋଧନ କରାଯାଇ ମାଇକ୍ରୋଡଟ ଲଗାଯିବ।

ମାଇକ୍ରୋଡଟ ଜ୍ଞାନକୌଶଳରେ କୌଣସି ମୋଟର ଯାନ କିମ୍ବା ଏହାର ଯନ୍ତ୍ରାଂଶରେ ତଥା ଅନ୍ୟ ମେସିନରେ ସ୍ପ୍ରେ କରାଯାଇ ମାଇକ୍ରୋସ୍କୋପିକ ଡଟ ଅଙ୍କାଯିବ। ଚିହ୍ନଟ କରିବା ଲାଗି ଏହା ଏକ ଅଭିନବ ପ୍ରକ୍ରିୟା। ଏହି ଜ୍ଞାନକୌଶଳର ଉପଯୋଗ କରି ଗାଡ଼ି ଚୋରି ଏବଂ ମୋଟର ଯାନରେ ନକଲି ସରଞ୍ଜାମ ଓ ଯନ୍ତ୍ରାଂଶର ବ୍ୟବହାର ଉପରେ ଅଙ୍କୁଶ ଲଗାଯାଇପାରିବ।

ଗାଡ଼ି ଏବଂ ଏହାର ସରଞ୍ଜାମ ତଥା ଯନ୍ତ୍ରାଂଶରେ ମାଇକ୍ରୋଡଟ ସ୍ଥାୟୀ ଭାବେ ଚିତ୍ରିତ ହୋଇଯିବ ଏବଂ ଏହାକୁ ଉକ୍ତ ସରଞ୍ଜାମ, ଯନ୍ତ୍ରାଂଶ ଏବଂ ଗାଡ଼ିକୁ ନଷ୍ଟ କରିବା ବିନା ଲିଭାଇବା ସମ୍ଭବ ହେବ ନାହିଁ। ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ମାଇକ୍ରୋଡଟ ଏଆଇଏସ ୧୫୫ର ସର୍ତ ଅନୁରୂପ ହେବା ଆବଶ୍ୟକ।

ମନ୍ତ୍ରଣାଳୟ ପକ୍ଷରୁ ଚିଠା ବିଜ୍ଞପ୍ତି ଉପରେ ୩୦ ଦିନ ମଧ୍ୟରେ ମତାମତା/ଆପତି ଅଭିଯୋଗ ଆହ୍ୱାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.