Home Coronavirus Outbreak କରୋନା ନେଲା ବିଧାୟକଙ୍କ ଜୀବନ – ତୃଣମୂଳ କଂଗ୍ରେସ ବିଧାୟକ ତମୋନାଶ ଘୋଷଙ୍କର ପରଲୋକ

କରୋନା ନେଲା ବିଧାୟକଙ୍କ ଜୀବନ – ତୃଣମୂଳ କଂଗ୍ରେସ ବିଧାୟକ ତମୋନାଶ ଘୋଷଙ୍କର ପରଲୋକ

257

କୋଲକାତା ୨୪-୬ (ଓଡ଼ିଆ ପୁଅ) ମେ ମାସରେ କରୋନାଭାଇରସ୍ ରୋଗରେ ଆକ୍ରାନ୍ତ ହୋଇଥିବା ତୃଣମୂଳ କଂଗ୍ରେସ (TMC) ବିଧାୟକ ତମୋନାଶ ଘୋଷଙ୍କର ବୁଧବାରଦିନ ଦେହାନ୍ତ ହୋଇଛି। ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା।

ଘୋଷ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଫାଲଟା ନିର୍ବାଚନମଣ୍ଡଳୀରୁ ତିନିଥର ବିଧାୟକ ଥିଲେ ଏବଂ ୧୯୯୮ ପରଠାରୁ ଦଳର କୋଷାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ।

ମାରାତ୍ମକ ରୋଗ କରୋନା ଟେଷ୍ଟ ପଜିଟିଭ୍ ଆସିବା ପରେ ସେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

କରୋନାଭାଇରସ୍ ବ୍ୟତୀତ ତାଙ୍କର ହୃଦୟ ଏବଂ କିଡନୀ ଜନିତ ରୋଗ ଥିଲା।

ଆନନ୍ଦ ବଜାର ପତ୍ରୀକାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସେ ପ୍ରଥମେ ଏହି ରୋଗ ପ୍ରତି ଅବହେଳା କରିଥିଲେ।

ତେବେ ଡାକ୍ତରଖାନାରେ ଭର୍ତ୍ତି ହେବା ବେଳକୁ ଟିଏମସି ରାଜନେତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା।

ଗତ ୩ ଦିନ ତାଙ୍କ ଅବସ୍ଥା ଅଧିକ ଖରାପ ହୋଇଯାଇଥିଲା, ଏହା ଫଳରେ ତାଙ୍କର ମଲ୍ଟି ଅର୍ଗାନ ପେଲ୍ୟୁର ହୋଇଥିଲା।

ହସ୍ପିଟାଲର ସୂତ୍ରରୁ ପ୍ରକାଶ ଯେ ତମୋନାଶ ଘୋଷଙ୍କର ଡାଇଭେଟିସ୍ ଥିଲା।

ତାଙ୍କ ପରିବାରର ସଦସ୍ୟମାନେ ମଧ୍ୟ କରୋନାଭାଇରସ୍ ରୋଗରେ ଆକ୍ରାନ୍ତ ହୋଇଥିଲେ କିନ୍ତୁ ଠିକ୍ ସମୟରେ ଚିକିତ୍ସା ହେତୁ ସୁସ୍ଥ ହୋଇଯାଇଥିଲେ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତମୋନାଶ ଘୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶୋକ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟଯେ, ପଶ୍ଚିମବଙ୍ଗରେ ଏପର୍ଯ୍ୟନ୍ତ କରୋନାଭାଇରସର ୧୪, ୭୨୮ ମାମଲା ପଞ୍ଜିକୃତ ହୋଇଛି। ମୃତ୍ୟୁ ସଂଖ୍ୟା ୫୮୦ ରେ ପହଞ୍ଚିଛି। କେବଳ ମଙ୍ଗଳବାର ଦିନ ୩୭୦ ଟି ନୂଆ ମାମଲା ଚିହ୍ନଟ ହୋଇଛି। ରାଜ୍ୟରେ ସକ୍ରିୟ ମାମଲା ୪୯୩୦ ରେ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.