Odiapua.com

ଏଟିଏମ୍ କ୍ଲୋନିଂ ମାଷ୍ଟର ଲୁଟେରା ଗିରଫ: ୫ମ ପାସ୍, ୧୦୦ ଗାର୍ଲଫ୍ରେଣ୍ଡ !

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଶାଖା ଏକ ଲୁଟେରାକୁ ଗିରଫ କରିଛନ୍ତି, ଯିଏ ଏଟିଏମ କ୍ଲୋନିଂ କରି ଲୁଟୁଥିଲା।ଲୁଟେରାର ନାମ ଜଗ ପ୍ରବେଶ ଓରଫ ଟୋନି ଡାଗର।ଟୋନି ଏବଂ ତାର ସାଥି ଗ୍ୟାଙ୍ଗ ଗତ ତିନି ଚାରି ବର୍ଷ ହେଲା ଏଟିଏମ କ୍ଲୋନିଂ କରି ଅନେକ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କାର ଚୂନ ଲଗାଇ ସାରିଛନ୍ତିି।ତେବେ ବଡ଼ କଥା ଏପରି ଶୈତାନ ବୁଦ୍ଧି ଥିବା ଏହି ଲୁଟେରା ଟୋନି ଡାଗର ମାତ୍ର ୫ ଶ୍ରେଣୀ ଯାଏଁ ପାଠ ପଢ଼ିଛି।ଏବଂ ତା’ର ୧୦୦ରୁ ଅଧିକ ଗାର୍ଲଫ୍ରେଣ୍ଡ ଅଛନ୍ତି।ଟୋନି ପାଖରୁ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ଏଟିଏମ କ୍ଲୋନ କରିବା ମେସିନ, କି-ପ୍ୟାଡ୍ ବାଲା କ୍ୟାମେରା ଏବଂ ଏକ ଅଟୋମେଟିକ୍ ପିସ୍ତଲ୍ ଜବତ କରିଛି।ପୋଲିସ ସୂଚନା ମୁତାବକ ଟୋନି ଏ’ପର୍ଯ୍ୟନ୍ତ ପ୍ରାୟ ୧୦୦୦ ଏଟିଏମ ମେସିନରେ କାରସାଦି କରି କୋଟି କୋଟି ଟଙ୍କା ଉଠାଇସାରିଛି।ଏମାନେ ଏଟିଏମ କି-ପ୍ୟାଡ଼ ଉପରେ କ୍ୟାମେରା ଇଂଷ୍ଟାଲ୍ କରି ଦେଉଥିଲେ ଏବଂ ଏଟିଏମ ସ୍ୱିପ ମେସିନ ଉପରେ ଏଟିଏମ ସ୍କ୍ରିନିଂ ମେସିନ ଲଗାଇ ଦେଉଥିଲେ।ଏଟିଏମର ସବୁ ଡିଟେଲ୍ ସେମାନଙ୍କ ଗୁପ୍ତ କ୍ୟାମେରା ଏବଂ ସ୍କ୍ରିନିଂ ମେସିନରେ ରେକର୍ଡ଼ ହୋଇଯାଉଥିଲା।ଏହାପରେ ସେମାନେ କାର୍ଡ ତିଆରି ମେସିନରେ ପ୍ରଥମେ ନକଲି କାର୍ଡ ତିଆରି କରୁଥିଲେ।ଏବଂ ଏହାପରେ ଲ୍ୟାପଟପ୍ ଦ୍ୱାରା ଅସଲି କାର୍ଡର ଡାଟା ସେହି ନକଲି କାର୍ଡରେ ଫିଡ୍ କରିଦେଉଥିଲେ।ଏହାପରେ ଏଟିଏମ୍ କାଉଣ୍ଟର ଯାଇ ଅତି ସୁବିଧାରେ ଟଙ୍କା ଉଠାଇ ପାରୁଥିଲେ।//ଦେବଦତ୍ତ ରଥ

ଆପଣଙ୍କ ମୋବାଇଲକୁ ଆସିଛି କି ୪୪୮ ଟଙ୍କାର ଫ୍ରି ରିଚାର୍ଜ ମେସେଜ୍?

ଟିଭି ଅଭିନେତ୍ରୀ,କଂଗ୍ରେସୀ ନେତ୍ରୀ ଅଙ୍ଗୁରୀ ଭାବିଙ୍କ (ନା)ପାକ୍ ପ୍ରେମ !