Home Coronavirus Outbreak କରୋନାକୁ ନେଇ ଫେକ ଭିଡିଓ ପୋଷ୍ଟ କରି ଯୁବକ ଗିରଫ

କରୋନାକୁ ନେଇ ଫେକ ଭିଡିଓ ପୋଷ୍ଟ କରି ଯୁବକ ଗିରଫ

687

ବଲାଙ୍ଗୀର ୨୬-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) କରୋନା ସଂକ୍ରାନ୍ତୀୟ ଏକ ଫେକ ତଥା ମିଥ୍ୟା ଭିଡିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ଅଭିଯୋଗରେ ବଲାଙ୍ଗୀରର ଜଣେ ଯୁବକ ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ, ପ୍ରତାପସାଗର ପଡ଼ା ବା ସାଇର ସନ୍ତୋଷ କୁମାର ପ୍ରଧାନ ବୁଧବାର ସକାଳେ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ। ଉକ୍ତ ଭିଡିଓରେ ଇଟାଲୀର ଜଣେ ବ୍ୟବସାୟୀ କୋବିଡ଼-୧୯ ରେ ଆକ୍ରାନ୍ତ ହୋଇ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହରାଇ ନିଜେ ତାଙ୍କ ନିଜ ହୋଟେଲରେ ଆତ୍ମହତ୍ୟା କରିଥିବା ଦେଖାଯାଇଥିଲା। ଉକ୍ତ ଭିଡିଓକୁ ଏଡିଟିଂ ବା ସଂଯୋଜନା କରାଯାଇଥିବା ଓ ଏହି କରୋନା ଭୂତାଣୁ ସହିତ ସାଧାରଣ ଲୋକ ଲଢେ଼ଇ କରୁଥିବା ବେଳେ ଲୋକେ ମାନସିକ ସ୍ତରରେ ପ୍ରଭାବିତ ହେବା ସମ୍ଭାବନା ରହିଛି ଓ ବର୍ତ୍ତମାନର ସମୟରେ ଏହା ଆଇନର ବିରୋଧାଚରଣ କରିବା ପୋଲିସ ପ୍ରକାଶ କରିଛି। ବଲାଙ୍ଗୀର ଟାଉନ ଥାନାରେ ଏକ ମାମଲା ରୁଜ୍ଜୁ କରି ଯୁବକଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.