Home Coronavirus Outbreak କର୍ଫ୍ୟୁ : ରାସନ ନେଉଥିବା ବ୍ୟକ୍ତିକୁ ପଞ୍ଜାବ ପୋଲିସ୍ ର ଏପରି ମାଡ଼ – ବଲିଉଡ଼...

କର୍ଫ୍ୟୁ : ରାସନ ନେଉଥିବା ବ୍ୟକ୍ତିକୁ ପଞ୍ଜାବ ପୋଲିସ୍ ର ଏପରି ମାଡ଼ – ବଲିଉଡ଼ ନିର୍ଦ୍ଦେଶକ ଲେଖିଲେ କ’ଣ ଏହା ଆଇନ ଅନୁଯାୟୀ ଯଥାର୍ଥ କି?

1350

ନୂଆ ଦିଲ୍ଲୀ ୨୬-୩ (ଓଡ଼ିଆ ପୁଅ) କରୋନାଭାଇରସ୍ କାରଣରୁ ସାରା ଦେଶରେ ଲକଡାଉନ୍ ଘୋଷଣା କରାଯିବା ସହିତ ଲୋକଙ୍କୁ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି। ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ବଲିଉଡ ନିର୍ଦ୍ଦେଶକ ଅନୁଭବ ସିହ୍ନା ସେୟାର କରିଛନ୍ତି। ଏହି ଭିଡିଓରେ ଜଣେ ବ୍ୟକ୍ତି ସ୍କୁଟିରେ କିଛି ରାସନ ସାମଗ୍ରୀ ନେଇ ଯାଉଛନ୍ତି, ଏହା ଦେଖିବା ପରେ ପୋଲିସ କର୍ମଚାରୀମାନେ ତାଙ୍କୁ ବାଡିରେ ପିଟିବା ଆରମ୍ଭ କରିଦେଇଛନ୍ତି। ଏହି ଭିଡିଓ ସେୟାର କରି ବଲିଉଡ ନିର୍ଦ୍ଦେଶକ ଅନୁଭବ ସିହ୍ନା ପୋଲିସର ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇବା ସହିତ ପୋଲିସ ଉପରେ ବର୍ଷିଛନ୍ତି।

ଏହି ଭିଡିଓରେ ଅନୁଭବ ସିହ୍ନା ନିଜର କ୍ରୋଧ ପ୍ରକାଶ କରି ଲେଖିଛନ୍ତି ଯେ ଏହିପରି ବ୍ୟକ୍ତିଙ୍କୁ ମାଡ ମାରିବା ଆଇନଗତ କି? ଭିଡିଓରେ ଦେଖାଯାଉଛି ଯେ ବ୍ୟକ୍ତି ଜଣକ ତାଙ୍କ ସ୍କୁଟିରେ ଅନେକ ଜିନିଷ ବୋହି ନେଉଛନ୍ତି, ତା’ପରେ ପୋଲିସ କର୍ମଚାରୀମାନେ ତାଙ୍କୁ ଅଟକାଇ ପିଟିବା ଆରମ୍ଭ କରିଦେଇଛନ୍ତି। ଏଥିରେ ସେହି ବ୍ୟକ୍ତି ଚିତ୍କାର କରୁଥିବାର ମଧ୍ୟ ଦେଖାଯାଏ। ଅନୁଭବ ସିହ୍ନାଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓ ସୋସିଆଲ ମିଡିଆରେ ଅନେକ ଆଲୋଚନା ହେଉଛି। କିଛି ଲୋକ ଏହା ଉପରେ ତୀବ୍ର ମନ୍ତବ୍ୟ ଦେଇଛନ୍ତି।

ସେହିପରି ଅନ୍ୟ ଏକ ଭିଡ଼ଓ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରାଯାଇଛି। ଏହି ଭିଡ଼ିଓରେ ଜଣେ ଲୋକ ବାଇକ୍ ରେ କ୍ଷୀର ନେବାକୁ ଯାଉଛନ୍ତି। ପେଲିସ୍ ସେହି ବ୍ୟକ୍ତିଙ୍କୁ ଅଟକାଇ ପିଟିବା ଆରମ୍ଭ କରିଦେଇଛି। ଅନ୍ୟ ଏକ କ୍ଷେତ୍ରରେ ଜଣେ କାର ଚାଳକଙ୍କୁ ମଧ୍ୟ ପୋଲିସ୍ ପିଟିବା ଆରମ୍ଭ କରିଦେଇଛି। ଅବଶ୍ୟ କାର ଚାଳକ ଜଣକ କୌଣସି କାରଣ ନଥାଇ କର୍ଫ୍ୟୁ ଲାଗିଥିବା ସମୟରେ ଯାତାୟାତ କରିଥିବାର ଦେଖାଯାଇଛି।

ସୂଚନାଯୋଗ୍ୟଯେ, ଭାରତରେ କରୋନାଭାଇରସ୍ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬୦୬କୁ ବୃଦ୍ଧି ପାଇଛି। ଗତକାଲି ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ହୋଇଥବା ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପୁଷ୍ଚିକରିଥିଲା। କରୋନାରେ ସର୍ବାଧିକ ୧୨୮ ରୋଗୀ ମହାରାଷ୍ଟ୍ରରେ ଅଛନ୍ତି, ସେମାନଙ୍କ ମଧ୍ୟରେ ତିନିଜଣ ବିଦେଶୀ ନାଗରିକ ଅଛନ୍ତି। ମନ୍ତ୍ରଣାଳୟର ସରକାରୀ ଆକଳନ ଅନୁଯାୟୀ ମୋଟ ରୋଗୀଙ୍କ ମଧ୍ୟରୁ ୫୫୩ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ୪୩ ଜଣ ଚିକିତ୍ସା ପରେ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଏହା ବ୍ୟତୀତ କରୋନାଭାଇରସକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନ ପର୍ଯ୍ୟନ୍ତ ସମଗ୍ର ଦେଶକୁ ଲକଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.