Home Top News ଭାଙ୍ଗିଲା ଓଡ଼ିଶା ବିଜେପି ରାଜ୍ୟ ପଦାଧିକାରୀ ଟିମ୍!

ଭାଙ୍ଗିଲା ଓଡ଼ିଶା ବିଜେପି ରାଜ୍ୟ ପଦାଧିକାରୀ ଟିମ୍!

99

ଭୁବନେଶ୍ୱର: ଭାଙ୍ଗିଗଲା କି ଓଡ଼ିଶା ବିଜେପି ରାଜ୍ୟ ପଦାଧିକାରୀ ଟିମ୍? ଏମିତିରେ ରାଜ୍ୟ ସଭାପତି ପରିବର୍ତ୍ତନ ହେବା ପରେ ସ୍ୱାଭାବିକ ଭାବରେ ପୂର୍ବ ସଭାପତିଙ୍କ ପଦାଧିକାରୀ ଟିମ୍ ଭାଙ୍ଗିଗଲା ବୋଲି ଭାବି ନେବାକୁ ହେବ। ନବ ନିଯୁକ୍ତ ସଭାପତି ତାଙ୍କର ନୂଆ ଟିମ୍ ଗଠନ କରିବେ। ତେବେ, ହୁଏତ ସଭାପତି ଚାହିଁଲେ କିଛିଟା ପରିବର୍ତ୍ତନ କରି ପୁରୁଣା ଟିମକୁ ଅପରିବର୍ତ୍ତିତ ରଖିପାରନ୍ତି। ଏହା ସଭାପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। ତେବେ, ସାଧାରଣ ନିର୍ବାଚନ ହେବାକୁ ଆଉ ପ୍ରାୟ ବର୍ଷଟିଏ ଥିବାରୁ ଏତେ ଅଳ୍ପ ସମୟ ମଧ୍ୟରେ ନୂତନ ସଭାପତି ମନମୋହନ ସାମଲ ଆଉ ଟିମ୍ ପରିବର୍ତ୍ତନ କରିବେ ନାହିଁ ବୋଲି ଦଳ ଭିତରେ ଗୋଟେ ଆଲୋଚନା ଚାଲିଥିଲା। ତେବେ, ଆଜି ରାଜ୍ୟ କାର୍ଯ୍ୟାଳୟରେ ନବ ନିଯୁକ୍ତ ସଭାପତି ମନମୋହନ ସାମଲଙ୍କ ଉଦ୍ଦେଶ୍ୟରେ ଯେଉଁ ସ୍ୱାଗତ, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଥିଲା, ସେଥିରେ ଅଭିଭାଷଣ ରଖିବା ବେଳେ ମନମୋହନ ଯାହା କହିଲେ ସେଥିରୁ ଏବେକାର ଟିମ୍ ଭାଙ୍ଗିଗଲା ବୋଲି ଜଣାପଡ଼ୁଛି। ବିଦାୟୀ ସଭାପତି ସମୀର ମହାନ୍ତିଙ୍କ ଉଦ୍ଦେଶ୍ୟରେ ବିଦାୟକାଳୀନ ଅଭିଭାଷଣ ରଖିବା ବେଳେ ସମୀରଙ୍କୁ କୃତଜ୍ଞତା ଜଣାଇବା ସହ ମନମୋହନ କହିଥିଲେ, “ଯେଉଁମାନେ ସମୀର ମହାନ୍ତିଙ୍କ ଟିମରେ ପଦାଧିକାରୀ ଥିଲେ, ଯେଉଁମାନେ ବିଭିନ୍ନ ଦାୟିତ୍ୱ ନେଇ ସମୀର ମହାନ୍ତିଙ୍କ ୨୦୨୦ ଜାନୁୟାରୀ ମାସ ଠାରୁ ଆଜି ପର୍ଯ୍ୟନ୍ତ ତିନି ବର୍ଷ କାଳ ନିଜର ସମୟ, ନିଜର ଶକ୍ତି, ଯୋଗ୍ୟତା, ସାମର୍ଥ୍ୟକୁ ନେଇ କାମ କରିଛନ୍ତି, ସେହି ଟିମକୁ ମୁଁ ସମୀର ମହାନ୍ତିଙ୍କ ଜରିଆରେ ଧନ୍ୟବାଦ ଜଣାଉଛି, ଅଭିନନ୍ଦନ ଜଣାଉଛି।” ମନମୋହନଙ୍କ ଏପରି ମନ୍ତବ୍ୟ ସମୀର ମହାନ୍ତିଙ୍କ ଏବେକାର ରାଜ୍ୟ ପଦାଧିକାରୀ ଟିମ୍ ଭାଙ୍ଗିଗଲା ବୋଲି ଅନୁଭବ ହେଉଛି!

-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.