Home Top News ଜୟ ନାରାୟଣ ମିଶ୍ରଙ୍କ ପାଇଁ କାର୍ଯ୍ୟକର୍ତ୍ତାଙ୍କ ଭିତରେ ଆତ୍ମବିଶ୍ୱାସ ବଢ଼ିଛି: ମନମୋହନ ସାମଲ

ଜୟ ନାରାୟଣ ମିଶ୍ରଙ୍କ ପାଇଁ କାର୍ଯ୍ୟକର୍ତ୍ତାଙ୍କ ଭିତରେ ଆତ୍ମବିଶ୍ୱାସ ବଢ଼ିଛି: ମନମୋହନ ସାମଲ

45

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ଭାବରେ ଘୋଷଣା ହେବା ପରେ ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ମନମୋହନ ସାମଲଙ୍କ ଉଦ୍ଦେଶ୍ୟରେ ଦଳ ପକ୍ଷରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରାଜ୍ୟ ସଭାପତି ଭାବରେ ନିଯୁକ୍ତ ହେବା ପରେ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବ ନିଯୁକ୍ତ ସଭାପତି ମନମୋହନ ସାମଲ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କର ଭୂୟସୀ ପ୍ରଶଂସା କରିଥିଲେ। ମନମୋହନ ତାଙ୍କ ଅଭିଭାଷଣରେ କହିଥିଲେ, “ଆମର ପୁର ପଲ୍ଲୀରେ ଚର୍ଚ୍ଚିତ ଚେହେରା, ସେ ଆଉ କିଏ ନୁହଁନ୍ତି, ସେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ଆଜି କାର୍ଯ୍ୟକର୍ତ୍ତାଙ୍କ ଭିତରେ ଯେଉଁ ଆତ୍ମ ବିଶ୍ୱାସ ବଢ଼ିଛି, ତାହା ଜୟ ନାରାୟଣଙ୍କ ପାଇଁ ବଢ଼ିଛି। ଆଜି କାର୍ଯ୍ୟକର୍ତ୍ତା ସମସ୍ତେ ଆତ୍ମବିଶ୍ୱାସର ସହ ଠିଆ ହୋଇଛନ୍ତି ଜୟ ନାରାୟଣ ମିଶ୍ରଙ୍କ ପାଇଁ। ଏହା ସହ ବିଧାନସଭାରେ ଆମ ବିଧାୟକ ମାନେ ଯେଉଁଭଳି ସଙ୍ଘର୍ଷ କରୁଛନ୍ତି, ସେଥିପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ମନମୋହନ କହିଥିଲେ।

-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.