Home Coronavirus Outbreak ଯାତ୍ରା ହ୍ରାସ ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଲା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ଯାତ୍ରା ହ୍ରାସ ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଲା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

481

– ଅଗ୍ରୀମ ବୁକିଂ ଭଡ଼ା ଫେରସ୍ତ ଉପରେ ବିଚାର କରିବା ଲାଗି ଅନୁରୋଧ
– ଏସଏମଏସ ଜରିଆରେ ଯାତ୍ରୀଙ୍କୁ ଅବଗତ କରାଇବାକୁ ପରାମର୍ଶ

ନୂଆ ଦିଲ୍ଲୀ ୧୮-୩ (ଓଡ଼ିଆ ପୁଅ) କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସାର୍ବଜନୀନ ପରିବହନ ମାଧ୍ୟମରେ ନୋଭୋଲ କରୋନା ଭୂତାଣୁ-କୋଭିଡ ୧୯ ସଂକ୍ରମଣ ରୋକିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ଅନୁରୋଧ କରାଯାଇଛି। ରୋଗ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ସାମାଜିକ ଦୂରତା ବଜାୟ ରଖିବା ଲାଗି ପଦକ୍ଷେପ ନେବାକୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବ, ପରିବହନ ବିଭାଗ ସଚିବ ଏବଂ କମିଶନରମାନଙ୍କୁ ପତ୍ର ଲେଖାଯାଇଛି।

ଜନସାଧାରଣଙ୍କ ବାରମ୍ବାର ଯାତ୍ରାକୁ ହ୍ରାସ କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅନାବଶ୍ୟକ କ୍ଷେତ୍ରରେ ଯାତ୍ରୀମାନଙ୍କୁ ଅଗ୍ରିମ ବୁକିଂ ବାତିଲ କରି ଭଡ଼ା ଫେରସ୍ତ କରିବା ଉପରେ ବିଚାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ଏହାବ୍ୟତୀତ ଏସଏମଏସ ପଠାଇ ଯାତ୍ରୀମାନଙ୍କୁ ଏହି ଉପାୟ ବିଷୟରେ ଅବଗତ କରାଇବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଅନୁରୋଧ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.