Home ଆମ ପର୍ବ ପର୍ବାଣୀ ଦୁର୍ଗା ନାମର ଅର୍ଥ ଏବଂ ମା”ଙ୍କର ୧୦୮ ଭିନ୍ନ ନାମ

ଦୁର୍ଗା ନାମର ଅର୍ଥ ଏବଂ ମା”ଙ୍କର ୧୦୮ ଭିନ୍ନ ନାମ

1402

।।ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।।

ଗତ ଜନନୀ ମା’ ଦୁର୍ଗା ନାମର ଏକ ଅର୍ଥ ରହିଛି।ଦୁର୍ଗା ଶବ୍ଦର ଅର୍ଥକୁ ବିବିଧ ଭାବରେ ବିଶ୍ଳେଷଣ କରାଯାଇଛି।ସେଥିରୁ ଗୋଟିଏ ହେଉଛି “ଦ+ଉ+ର+ଗ+ଆ”।‘ଦ’ର ଅର୍ଥ ଦୈତ୍ୟ ବିନାଶ ପାଇଁଯିଏ ଉଦ୍ଦିଷ୍ଟ।’ଉ’ ସମସ୍ତ ବାଧାଦାୟକ ଶକ୍ତି ଦୂର କରିବାରେ ଯିଏ ସମର୍ଥ।’ର’ ସମସ୍ତ ରୋଗର ଯିଏ ବିନାଶକାରୀ। ‘ଗ’ ସକଳ ପାପର ଯିଏ କ୍ଷୟକାରୀ। ‘ଆ’ ସମସ୍ତ ଭୟର ଯେ ହରଣକାରୀ।ସେହିପରି ଅନ୍ୟ ଏକ ଶବ୍ଦିକ ବିଶ୍ଳେଷଣ ହେଉଛି “ଦୁର୍ଗ+ଆ”।’ଦୁର୍ଗ’ ଅର୍ଥ ବିପଦ ବା ଦୁର୍ଗତି ଏବଂ ‘ଆ’ ଅର୍ଥ ନଷ୍ଟ କରିବା।

ମା” ଦୁର୍ଗାଙ୍କର ୧୦୮ଟି ଭିନ୍ନ ଭିନ୍ନ ନାମ ରହିଛି।ସେହି ନାମ ଗୁଡ଼ିକ ହେଲା ସତୀ, ସାଧ୍ୱୀ, ଭବପ୍ରିତା, ଭବାନୀ, ଭବ ମୋଚନୀ, ଆର୍ଯ୍ୟା, ଦୁର୍ଗେ, ଜୟା, ଆଧ୍ୟା, ଅଭୟା, ମାୟା, ତ୍ରିନେତ୍ରା, ଶୂଳ ଧାରିଣୀ, ପିନାକ ଧାରିଣୀ, ଚିତ୍ରା, ଚନ୍ଦ୍ରଘଣ୍ଟା, ମହାତପା, ବୁଦ୍ଧି, ଅହଙ୍କାରା, ଚିତ୍ତରୁପା, ଚିତା, ସର୍ବମନ୍ତ୍ରମୟୀ, ସତ୍ତା, ସତ୍ୟାନନ୍ଦ ସ୍ୱରୁପିଣୀ, ଅନନ୍ତା, ଭାବିନୀ, ଭବ୍ୟା, ଅଭୟା, ସଦାଗତୀ, ସାମ୍ଭାବୀ, ଦେବମାତା, ଚିନ୍ତା, ରତ୍ନପ୍ରିୟା, ସର୍ବବିଦ୍ୟା, ଦକ୍ଷକନ୍ୟା, ଦକ୍ଷଯଜ୍ଞ ବିନାସିନୀ, ଅପର୍ଣ୍ଣା, ଅନେକ ବର୍ଣ୍ଣା, ପାଟଳା, ପାଟଳାବତୀ, ପଟାମ୍ବର ପରିଧାନା, କଲମଞ୍ଜରୀ ରଞ୍ଜିନୀ, ଅମୟା, ବିକ୍ରମା, କ୍ରୂରା, ସୁନ୍ଦରୀ, ସୁର ସୁନ୍ଦରୀ, ବନଦୁର୍ଗା, ମାତଙ୍ଗୀ, ମାତଙ୍ଗ ମୁନି ପୂଜିତା, ବ୍ରାହ୍ମୀ, ମାହେଶ୍ୱରୀ, ଐନ୍ଦ୍ରୀ, କୌମାରୀ, ବୈଷ୍ଣବୀ, ଚାମୁଣ୍ଡା, ବାରାହୀ, ଲକ୍ଷ୍ମୀ, ପୁରୁଷାକୃତି, ବିମଳା, ଉତ୍କର୍ଷିଣୀ, ଜ୍ଞାନା, କ୍ରିୟା, ନିତ୍ୟା, ବୁଦ୍ଧିଦା, ବହୁଳା, ବହୁଳାପ୍ରେମା, ସର୍ବବାହନ ବାହାନା, ନିଶୁମ୍ଭଶୁମ୍ଭହନନୀ, ମହିଷାସୁର ମର୍ଦ୍ଦିନୀ, ମଧୁକୈଟଭହନ୍ତ୍ରୀ, ଚଣ୍ଡମୁଣ୍ଡ ବିନାଶିନୀ, ସର୍ବସୁର ବିନାଶା, ସର୍ବ ଦାନବ ଘାତିନୀ, ସର୍ବ ଶାସ୍ତ୍ରମୟୀ, ସତ୍ୟା, ସର୍ବ ଶସ୍ତ୍ର ଧାରିଣୀ, ଅନେକ ଶସ୍ତ୍ରହସ୍ତା, ଅନେକାସ୍ତ୍ରଧାରିଣୀ, କୁମାରୀ, ଏକକନ୍ୟା, କୈଶୋରୀ, ଯୁବତୀ, ଯତିଃ, ଅପ୍ରୌଢା, ପ୍ରୌଢା, ବୃଦ୍ଧମାତା, ବଳପ୍ରଦା, ମହୋଦରୀ, ମୁକ୍ତକେଶୀ, ଘୋରରୂପା, ମହାବଳା, ଅଗ୍ନିଜ୍ୱାଳା, ରୌଦ୍ରମୁଖୀ, କାଳରାତ୍ରିଃ, ତପସ୍ୱିନୀ, ନାରାୟଣୀ, ଭଦ୍ରକାଳୀ, ବିଷ୍ଣୁମାୟା, ଜଳୋଦରୀ, ଶିବଦୂତୀ, କରାଳୀ, ପରମେଶ୍ୱରୀ, କାତ୍ୟାୟନୀ, ସାବିତ୍ରୀ, ପ୍ରତ୍ୟକ୍ଷା ଏବଂ ବ୍ରହ୍ମାବାଦିନୀ।


।।ଯା ଦେବୀ ସର୍ବ ଭୂତେଷୁ ମାତୃ ରୂପେଣ ସଂସ୍ଥିତା,
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ।।
//-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.