Home Top News ରାଜ୍ୟ ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକରେ ବିଜେପି ତରଫରୁ ଦାବୀ ଉପସ୍ଥାପନ

ରାଜ୍ୟ ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକରେ ବିଜେପି ତରଫରୁ ଦାବୀ ଉପସ୍ଥାପନ

56

ଭୁବନେଶ୍ୱର: ଭୋଟର ତାଲିକା ସଂଶୋଧନ ପାଇଁ ସରକାରୀ ବ୍ୟବସ୍ଥାରେ ନିଯୁକ୍ତ ସଂପ୍ରସାରଣ ଅଧିକାରୀମାନେ ବୁଥ ପରିକ୍ରମା ନକରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ ଭୋଟର ତାଲିକା ସଂଶୋଧନ ପ୍ରକିୟାକୁ ସଂପୂର୍ଣ୍ଣ ତୃଟିମୁକ୍ତ କରିବା ପାଇଁ ବୁଥସ୍ତରରେ ସେମାନଙ୍କ ଉପସ୍ଥିତ ସୁନିଶ୍ଚିତ କରାଯାଉ। ଭୋଟ ଗ୍ରହଣ ସମୟ ସୀମା ବୃଦ୍ଧି କରାଯାଇ ସକାଳ ୭ ଘଟିକାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଚାଲୁ ରଖାଯାଉ। ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟଗ୍ରହଣ ଓ ଭୋଟ ଗଣତି ମଧ୍ୟରେ ସମୟ ସୀମାକୁ ହ୍ରାସ କରାଯାଉ। ସଂପୃକ୍ତ ଜିଲ୍ଲାର ସ୍ଥାନୀୟ ଅଧିକାରୀମାନଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବିରତ ରଖିବା ପାଇଁ ନିର୍ବାଚନ କମିଶନଙ୍କ ସୁପାରିଶକୁ ରାଜ୍ୟ ସରକାର ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା କଡ଼ାକଡ଼ି ପାଳନ କରନ୍ତୁ। ଜିଲ୍ଲା ପରିଷଦ ସଦସ୍ୟ ଖର୍ଚ୍ଚ ସୀମା ୨ ଲକ୍ଷରୁ ୫ ଲକ୍ଷ ଓ ସରପଞ୍ଚ ସମିତି ସଭ୍ୟ ୮୦ ହଜାର ରୁ ୨ ଲକ୍ଷ ଯାଏଁ ବୃଦ୍ଧି କରାଯାଉ। ମଦର ରାଜସ୍ୱରେ ପରିଚାଳିତ ରାଜ୍ୟ ସରକାର ଅନ୍ୟୁନ୍ୟ ୭ ଦିନ ପାଇଁ ମଦମୁକ୍ତ ନିର୍ବାଚନ ପ୍ରକିୟାକୁ ତ୍ୱରାନ୍ୱିତ କରିବା ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରାଯାଉ। ସଂରକ୍ଷଣ ପ୍ରକିୟାର ବ୍ୟାପକ ତୃଟି ବିଚ୍ୟୁତିକୁ ଦୃଷ୍ଟି ପ୍ରଦାନ କରିବା ସହିତ ଭୋଟର ସଂଶୋଧନ ତାଲିକା ପରବର୍ତ୍ତୀ ସମୟର ନିର୍ବାଚନ ପ୍ରକିୟାରେ ନିର୍ବାଚନ କମିଶନରଙ୍କ କାର୍ଯ୍ୟକ୍ରମ ନିର୍ଭିକ ଓ ନିରପେକ୍ଷ ହେବା ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଆହୁତ ସର୍ବଦଳୀୟ ବୈଠକରେ ବିଜେପି ପକ୍ଷରୁ ଦାବୀ କରାଯାଇଛି।
ପଂଚାୟତ ସଂରକ୍ଷଣ ସଂପର୍କିତ ସରକାରୀ ବିଭ୍ରାଟ ବିଶୃଙ୍ଖଳା ଓ ଓଡିଶା ପଂଚାୟତ ବିଧି ସଂଶୋଧନ ବିଧେୟକ ୨୦୨୧ର “ଯାହା ଉଚିତ୍ ହେବ ସେପରି ସଂରକ୍ଷଣ କରିବା ପାଇଁ ଉକଯୁକ୍ତ ଅଧିକାରୀମାନେ ସକ୍ଷମ ହେବେ “ବିଚିତ୍ର ବିରୋଧାଭାଷର ଆଇନ ପ୍ରଣୟନ ଫଳରେ ସଂରକ୍ଷଣକୁ କେନ୍ଦ୍ର କରି ସମଗ୍ର ରାଜ୍ୟରେ ପ୍ରବଳ ଜନ ଅସନ୍ତୋଷ ଦୃଷ୍ଟି ଗୋଚର ହୋଇଛି। ଗଜପତି ନୟାଗଡ ଜିଲ୍ଲା ଭଳି କେତେକ ଜିଲ୍ଲାର ତୃଟି ବିଚ୍ୟୂତିକୁ ସରକାର ସ୍ୱୀକାର କରିବା ସହିତ ସଂଶୋଧନ କରିଥିଲେ ମଧ୍ୟ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଶାଳଦେଇ ପଞ୍ଚାୟତ ଏକମାତ୍ର ଅନୁସୁଚୀତ ଜନଜାତି ପରିବାର ପାଇଁ ସଂରକ୍ଷଣ ଜାରି ଅଛି। ଯେଉଁଠି ନିର୍ବାଚନର କୌଣସି ଆବଶ୍ୟକତା ନାହିଁ। ସେହିଭଳି ସାମୁକାନନ୍ଦି ଗ୍ରାମ ପଞ୍ଚାୟତର ମାତ୍ର ଏଗାର ଜଣ ଜନଜାତି ଭୋଟରଙ୍କ ପାଇଁ ଗ୍ରାମ ପଂଚାୟତ ସରପଞ୍ଚ ପଦବୀ ସଂରକ୍ଷିତ ଅଛି। ପଞ୍ଚାୟତ ନିର୍ବାଚନ ପ୍ରକିୟାରେ ୯୨ ହଜାର ୫୦ ୱାର୍ଡ ଏବଂ ୬୭୯୮ ଗ୍ରାମ ପଞ୍ଚାୟତର ନିର୍ବାଚନ ପ୍ରକିୟାର ଦଳୀୟ ଆଧାରରରେ ହେଉନଥିବାରୁ ସଂପୃକ୍ତ ନିର୍ବାଚନୀ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ପାଇଁ ଏକ ପ୍ରସ୍ତାବ ସମ୍ପର୍କରେ ରାଜ୍ୟ ସରକାରଙ୍କର ଦୃଷ୍ଟି ଆକର୍ଷଣ ଓ ବିହୀତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୁପାରିଶ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଅନୁରୋଧ କରାଯାଇଥିଲା। ଏହି ସର୍ବଦଳୀୟ ବୈଠକରେ ଭାରତୀୟ ଜନତା ପାର୍ଟି ପଞ୍ଚାୟତିରାଜ ରାଜ୍ୟ ସଂଯୋଜକ ଶଙ୍କର ପରିଡ଼ା ଓ ଆଇନ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ଉପସ୍ଥିତ ଥିଲେ ।
-@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.