Home କଟକ କଟକ ସଦର ରେଲୱେ ଓଭର ବ୍ରିଜ଼ ନିର୍ମାଣ ନେଇ ଉଚ୍ଚ ସ୍ଥରୀୟ ଟିମର ଅନୁଧ୍ୟାନ

କଟକ ସଦର ରେଲୱେ ଓଭର ବ୍ରିଜ଼ ନିର୍ମାଣ ନେଇ ଉଚ୍ଚ ସ୍ଥରୀୟ ଟିମର ଅନୁଧ୍ୟାନ

36

କଟକ, ୬/୧୧ (ଓଡ଼ିଆ ପୁଅ/ ଅଭୟ ଜେନା) କଟକ କନ୍ଦରପୁର ଓ ନୂଆବଜ଼ାର ରେଲୱେ ଓଭର ବ୍ରିଜ଼ ନିର୍ମାଣହେବା ନେଇ ସ୍ଥାନୀୟ ଜନସାଧାରଣରେ ଆସ୍ବସ୍ତି ପ୍ରକାଶ ପାଇଛି। ଏହାକୁ ନେଇ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ କଟକ ସଦର କନ୍ଦରପୁର ଓ ନୂଆବଜାର ରେଳବାଇ ଓଭରବ୍ରିଜ୍ ନିର୍ମାଣ ପାଇଁ ବିଭିନ୍ନ ସମୟରେ ଦାବିପତ୍ର ପ୍ରଦାନ ସହ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ସଂପୂର୍ଣ୍ଣ ପ୍ରୋଜେକ୍ଟ ରିପୋର୍ଟ ରେଳବାଇ ବିଭାଗକୁ ପ୍ରଦାନ ସଂପର୍କରେ ଏବଂ ରେଳପଥ ବିଭାଗ ପକ୍ଷରୁ ଏହାର କାର୍ଯ୍ୟକାରିତା ଉପରେ ଏକ ଚିଠି ପତ୍ରସଂଖ୍ୟା ୫୬୫୮/୧।୧୧।୨୦୨୧ରେ ଡାକ ମାଧ୍ୟମରେ ଉତ୍କଳ ବିକାଶ ପରିଷଦକୁ ପ୍ରଦାନ କରାଯାଇଛି। ଯଦ୍ୱାରା ଓଭର ବ୍ରିଜ଼ ର ନିର୍ମାଣ କାର୍ଯ୍ୟ ନିମନ୍ତେ ଆଶାସଂଚାର ହୋଇଛି। ପ୍ରଶାସନ ପକ୍ଷରୁ ଏକ ଉଚ୍ଚ ସ୍ଥରୀୟ ଟିମ ଏଥିନେଇ ଅନୁଧ୍ୟାନ କରିଥିବା ଜଣାଯାଇଛି। ଏହାଦ୍ୱାରା ଜନସାଧାରଣଙ୍କ ଦୀର୍ଘଦିନ ର ଯାତାୟାତ ସମସ୍ୟାର ସମାଧାନ ହୋଇପାରିବ ଏବଂ ପରିଷଦ ପକ୍ଷରୁଉଠାଇ ଥିବା ଦାବି ର ଏକ ଅଭୂତପୂର୍ବ ସଫଳତା ବୋଲି ସଭାପତି ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ରେଳ ବିଭାଗକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.