Home ଓଡ଼ିଶା ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ୱତନ୍ତ୍ର ଏକ୍ସପ୍ରେସ ଏଣିକି ସବୁଦିନ ଚଳାଚଳ କରିବ

ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ୱତନ୍ତ୍ର ଏକ୍ସପ୍ରେସ ଏଣିକି ସବୁଦିନ ଚଳାଚଳ କରିବ

94

ସମ୍ବଲପୁର, ୦୪/୦୯ (ଓଡ଼ିଆ ପୁଅ/ସରୋଜ ସାହୁ): ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ୱତନ୍ତ୍ର ଏକ୍ସପ୍ରେସକୁ ଆସନ୍ତା କାଲି ଶୁକ୍ରବାର ଠାରୁ ସପ୍ତାହରେ ୫ ଚଦିନ ପରିବର୍ତ୍ତେ ସବୁଦିନ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି।

ଏହି ଟ୍ରେନ ଭୁବନେଶ୍ୱର ରୁ ସକାଳ ୬ଘ.୩୦ମି.ରେ ଛାଡୁଥିବା ବେଳେ ବଲାଙ୍ଗୀର ଠାରୁ ଅପରାହ୍ନ ୨ଘ.୪୫ମି.ରେ ଛାଡି ଭୁବନେଶ୍ୱର ଯାତ୍ରା କରୁଛି। 

ଏହି ଟ୍ରେନ ଭୁବନେଶ୍ୱର ଓ ବଲାଙ୍ଗୀର ମଧ୍ୟରେ ମଞ୍ଚେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ମେରାମଣ୍ଡଳୀ, ତାଳଚେର ରୋଡ଼, ଅନୁଗୁଳ, ବଇଣ୍ଡା, ବାମୁର, ରେଢ଼ାଖୋଲ, ସମ୍ବଲପୁର, ହୀରାକୁଦ, ବରଗଡ଼ ରୋଡ଼, ବରପାଲି ଏବଂ ଲୋଇଶିଙ୍ଗା ଠାରେ ଉଭୟ ଦିଗରୁ ରହଣି କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.