Home Top News ନାରୀ ଶକ୍ତି ଅଧିନୟମ ପାରିତ ନେଇ ମୋଦୀଙ୍କୁ ଧନ୍ୟବାଦ

ନାରୀ ଶକ୍ତି ଅଧିନୟମ ପାରିତ ନେଇ ମୋଦୀଙ୍କୁ ଧନ୍ୟବାଦ

63

ଭୁବନେଶ୍ୱର: ନାରୀ ଶକ୍ତି ଅଧିନୟମ ପାରିତ ନେଇ ମୋଦୀଙ୍କୁ ଧନ୍ୟବାଦ ଦେଇ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ପାନ୍ଥନିବାସରେ ବିଜେପି ତରଫରୁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗତ ୨୦୧୯ ଖୋର୍ଦ୍ଧା ବିଜେପି ବିଧାୟକ ପାର୍ଥି କାଳୁଚରଣ ଖଣ୍ଡାୟତରାୟ, ଖୋର୍ଦ୍ଧା ଜିଲ୍ଲା ବରିଷ୍ଠ ବିଜେପି ନେତ୍ରୀ ତଥା ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା ରଶ୍ମିମୟୀ ପଟ୍ଟନାୟକ, ମଣ୍ଡଳ ସଭାପତି ଯୁବନେତା ଆଲୋକ ରଞ୍ଜନ ଛୋଟରାୟ, ଖୋର୍ଦ୍ଧା ନଗର ସଭାନେତ୍ରୀ ସୂଚିସ୍ମିତା ବଡଜେନା, କିଶୋର ବରାଳ, ଚିତ୍ତରଞ୍ଜନ ତ୍ରିପାଠୀ, ଶକୁନ୍ତଳା ଜଗଦ୍ଦେବଙ୍କ ସମେତ ଖୋର୍ଦ୍ଧାର ୪ ଜଣ କାଉନସିଲର ଯୋଗଦେଇଥିଲେ। ଏଥିରେ ନାରୀ ଶକ୍ତି ଅଧିନୟମ ପାରିତ ନେଇ ମୋଦୀଙ୍କୁ ଧନ୍ୟବାଦ ତଥା କୃତଜ୍ଞତା ପ୍ରଦାନ କରା ଯାଇଥିଲା।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.