Home ଜିଲ୍ଲା ପରିକ୍ରମା ଜାତୀୟ ରକ୍ତଦାନ ଦିବସ ପାଳିତ

ଜାତୀୟ ରକ୍ତଦାନ ଦିବସ ପାଳିତ

28

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାର ଓଡ଼ିଶା ବ୍ଲଡ଼୍ ସେଣ୍ଟର ଆନୁକୂଲ୍ୟରେ ଭଦ୍ରକ ଟାଉନ୍ ହଲ୍‌ଠାରେ ଜାତୀୟ ରକ୍ତଦାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମେଡ଼ିକାଲ ଆସୋସିଏସନ୍ ର ଉପଦେଷ୍ଟା ଡା. ହରିହର ନାୟକ, ବ୍ଲଡ଼୍ ବ୍ୟାଙ୍କ ଅଫିସର ଡା. ବିମଳା ବିଶ୍ର, ସି.ଟି. ଡି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀ ପ୍ରମୁଖ ଯୋଗଦେଇ ଦିବସ ପାଳନର ଆଭିମୁଖ୍ୟ ଓ ରକ୍ତଦାନ ର ଉପାଦେୟତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ଆୟୋଜକ, ବିଭିନ୍ନ ସଙ୍ଗଠନ ଏବଂ ରକ୍ତଦାତାମାନେ ଯୋଗ ଦେଇଥିଲେ । ରକ୍ତଦାତା ମାନଙ୍କୁ ଉତ୍ସାହିତ କରାଯିବା ଉଦ୍ଦେଶ୍ୟରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସରକାରଙ୍କ ବିଭିନ୍ନ ଯୋଜନା ପ୍ରଣୟନ ବିଷୟରେ ଜନସାଧାରଣଙ୍କୁ ଜଣାଇବା ଉଦ୍ଦେଶ୍ୟରେ ସେମାନଙ୍କୁ ଅବଗତ କରାଯାଇଥିଲା । ରକ୍ତ ଗ୍ରହଣ ପାଇଁ ସିକିଲ୍ ସେଲ୍‌, ହେମୋଫିଲିଆ, ଓ ଥାଲାସେମିଆ ରୋଗୀଙ୍କର ଯାତାୟତ ଖର୍ଚ୍ଚ ମାସିକ ୫୦୦ ଟଙ୍କା ରୋଗୀମାନଙ୍କୁ ସରକାରଙ୍କ ତରଫରୁ ଯେଗ।।ଇ ଦିଆଯାଉଥିବା ବିଷୟରେ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା । ଜିଲ୍ଲା ଜନସ୍ୱାସ୍ଥ୍ୟ ଏବଂ ଯୋଗାଯୋଗ ଅଧିକାରୀ ଅନିତା ରାଣୀ ରାଉତ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟକି ପ୍ରତିବର୍ଷ ଅକ୍ଟୋବର ୧ ତାରିଖକୁ ଜାତୀୟ ରକ୍ତଦାନ ଦିବସ ରୂପେ ପାଳନ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.