Home Coronavirus Outbreak ବିଭିନ୍ନ ହସ୍ପିଟାଲକୁ ଟିସିଏସ ଦେଲା ୧୦ଟି ଭେଣ୍ଟିଲେଟର

ବିଭିନ୍ନ ହସ୍ପିଟାଲକୁ ଟିସିଏସ ଦେଲା ୧୦ଟି ଭେଣ୍ଟିଲେଟର

49

ଭୁବନେଶ୍ୱର: ବିଭିନ୍ନ ହସ୍ପିଟାଲକୁ ଦ୍ୱିତୀୟ ପର୍ଯ୍ୟାୟରେ ଟିସିଏସ ଦେଲା ୧୦ଟି ଭେଣ୍ଟିଲେଟର। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ବିଭିନ୍ନ ଡାକ୍ତରଖାନାକୁ ୧୩ଟି ଭେଣ୍ଟିଲେଟର ଦାନ କରିଥିଲା। ରାଜ୍ୟର ଡାକ୍ତରୀ ଭିତ୍ତିଭୂମିକୁ ମଜବୁତ କରିବା ସହ ଓଡ଼ିଶାର ଗରିବ ଶ୍ରେଣୀର ଲୋକଙ୍କୁ ଚିକିତ୍ସା କ୍ଷେତ୍ରରେ ହାତ ବଢ଼ାଇଛି ଟିସିଏସ। ଟାଟା କନ୍ସଲଟାନ୍ସ ସର୍ଭିସେସ୍ (ଟିସିଏସ୍) ଏହାର ସିଏସ୍ଆର୍ ଅଂଶ ଭାବରେ ବିଭିନ୍ନ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାକୁ ୧୦ଟି ପିବି- ୫୬୦ ଭେଣ୍ଟିଲେଟର ଦାନ କରିଛି। ଏହି ଭେଣ୍ଟିଲେଟର ଗୁଡ଼ିକ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ, ବ୍ରହ୍ମପୁରର ଏମକେସିଜି ମେଡିକାଲ୍ କଲେଜ, ଭୁବନେଶ୍ୱର ସ୍ଥିତ କେୟାର ହସ୍ପିଟାଲ୍, ଆମରି ହସ୍ପିଟାଲ୍ ଏବଂ ନିଗମ ହେଲଥ କେୟାରକୁ ଦାନ କରାଯାଇଛି। ବିଭିନ୍ନ ଡାକ୍ତରଖାନାକୁ ଭେଣ୍ଟିଲେଟର ହସ୍ତାନ୍ତର କରୁଥିବା ବେଳେ ଟିସିଏସର ଭୁବନେଶ୍ୱର କେନ୍ଦ୍ର ମୁଖ୍ୟ ସରିତା ମିଶ୍ର, ଆଞ୍ଚଳିକ ଏଚଆର୍ ହେଡ୍ କାଲିପ୍ରସାଦ ତ୍ରିପାଠୀ ଉପସ୍ଥିତ ରହିଥିଲେ। ଏହା ଟିସିଏସର ସମାଜ ପ୍ରତି ଏକ ଛୋଟ ଅବଦାନ। ଯାହାକି କୋଭିଡ୍- ୧୯ ମହାମାରୀର ମୁକାବିଲା କରିବା ସହ ଡାକ୍ତରୀ ଭିତ୍ତିଭୂମିକୁ ମଜବୁତ କରିବା ସହ ଓଡ଼ିଶାର ଗରିବ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବ ବୋଲି ଟିସିଏସର କେନ୍ଦ୍ର ମୁଖ୍ୟ ସରିତା ମିଶ୍ର କହିଛନ୍ତି। ଏହାକୁ ନେଇ ସମସ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରଶଂସା କରିବା ସହ କୋଭିଡ୍- ୧୯ ମହାମାରୀ ବିରୁଦ୍ଧରେ ଲଢ଼ିବାରେ ସହାୟତା କରିଥିବାରୁ ଟିସିଏସକୁ ଧନ୍ୟବାଦ ଜଣାଇଛନ୍ତି।
-@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.