Home Top News ଦେଖନ୍ତୁ ଟ୍ରେଲର: ପଲ୍ଟିକାଲ୍ ଡ୍ରାମାର ଚିତ୍ର ତାଣ୍ଡଭ୍

ଦେଖନ୍ତୁ ଟ୍ରେଲର: ପଲ୍ଟିକାଲ୍ ଡ୍ରାମାର ଚିତ୍ର ତାଣ୍ଡଭ୍

38

ମୁମ୍ବାଇ: ଗତ ବର୍ଷ ଡିସେମ୍ବରରେ ଖ୍ରୀଷ୍ଟୋଫର ନୋଲାନଙ୍କ ଫିଲ୍ମ ଟେନେଟ ପାଇଁ ରେଭ୍ ରିଭ୍ୟୁ ପାଇବା ପରେ ଭେଟେରାନ୍ ଅଭିନେତ୍ରୀ ଡିମ୍ପଲ୍ କାପାଡ଼ିଆ ବର୍ତ୍ତମାନ ଡିଜିଟାଲ୍ ଦୁନିଆରେ ଏକ ଧମାକାଦାର ଡେବ୍ୟୁ କରୁଛନ୍ତି। ଆମାଜନ ପ୍ରାଇମ୍ର ୱେବ୍ ସିରିଜ୍ ତାଣ୍ଡଭରେ ଡିମ୍ପଲ୍ ଜଣେ ଦୃଢ଼ ରାଜନେତା ଭୂମିକାରେ ନଜର ଆସିବେ ଯିଏ ପ୍ରଧାନମନ୍ତ୍ରୀ ହେବା ପାଇଁ ସୈଫ ଅଲି ଖାନଙ୍କ ଯୋଜନାକୁ ପଣ୍ଡ କରିବେ। ୧୫ ଜାନୁଆରୀରେ ପ୍ରସାରିତ ହେବାକୁ ଥିବା ଏହି ୱେବ ସିରିଜର ଟ୍ରେଲର ସୋମବାର ମୁକ୍ତିଲାଭ କରିଛି। ଅଲି ଅବ୍ବାସ ଜାଫରଙ୍କ ନିର୍ଦ୍ଦେଶିତ ପ୍ରାଇମ୍‌ର ୱେବ୍ ସିରିଜ୍ ତାଣ୍ଡଭ୍ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ସିରିଜ୍ ମଧ୍ୟରୁ ଅନ୍ୟତମ। ଅଲିଙ୍କର ଏହା ମଧ୍ୟ ଡିଜିଟାଲ୍ ଡେବ୍ୟୁ। ଏଥି ସହିତ ନେଟଫ୍ଲିକ୍ସର ଲୋକପ୍ରିୟ ଧାରାବାହିକ ସେକ୍ରେଡ ଗେମ୍ସରୁ ଡିଜିଟାଲ ଦୁନିଆରେ ପାଦ ଦେଇଥିବା ସୈଫ ଅଲ୍ଲୀ ଖାନ୍ ତାଣ୍ଡଭ୍ ଜରିଆରେ ଆମାଜନ୍ ପ୍ରାଇମ ଭିଡିଓ ସହ ଇନିଂସ ଆରମ୍ଭ କରୁଛନ୍ତି। ତାଣ୍ଡବଭର ଷ୍ଟାର କାଷ୍ଟ ମଧ୍ୟ ଜବରଦସ୍ତ ରହିଛି। ଏଥିରେ ତିମାଂଶୁ ଧୁଲିଆ, ସୁନୀଲ ଗ୍ରୋଭର, ମହମ୍ମଦ ଜିଶାନ ଆୟୁବ, କୁମୁଦ ମିଶ୍ର ଏବଂ ସାରା ଜେନ ଡାୟସଙ୍କ ଭଳି ମୋଟ ୯୬ ଷ୍ଟାରକାଷ୍ଟ ରହିଛନ୍ତି।


ତାଣ୍ଡଭର ଟ୍ରେଲର ତିମାଂଶୁ ଧୁଲିଆଙ୍କ ସ୍ୱରରୁ ଆରମ୍ଭ ହୋଇଛି, ଯିଏ ସମର ପ୍ରତାପ ସିଂ ସୈଫ ଅଲ୍ଲୀ ଖାନଙ୍କ ପ୍ରଧାନମନ୍ତ୍ରୀ ହେବା ଦାବି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଯଦି ସେ ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ଗଣତନ୍ତ୍ର ଶେଷ ହୋଇଯିବ ଏବଂ ଏକଛତ୍ରବାଦୀ ଶାସନ ଆରମ୍ଭ ହୋଇଯିବ। ଡିମ୍ପଲ କାପାଡିଆଙ୍କ ଅଭିନୀତ ଚରିତ୍ରର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନକୁ ପଣ୍ଡ କରିବା ପରେ, ସମର ଛାତ୍ର ରାଜନୀତି ମାଧ୍ୟମରେ ଏହାର ଲକ୍ଷ୍ୟ ହାସଲ କରିବାକୁ ଲାଗିପଡ଼ନ୍ତି। ମହମ୍ମଦ ଜିଶାନ ଆୟୁବ, ଶିବା ନାମକ ଜଣେ ଛାତ୍ର ନେତାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ରାଜନୈତିକ ଗୋଟି ଚାଳନାରେ ଭରି ରହିଥିବା ତାଣ୍ଡଭରେ ସାଂପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ମଧ୍ୟ ଟିପ୍ପଣୀ ରହିଥିବା ଜଣାପଡ଼ିଛି। ୯ଟି ଏପିସୋଡର ଏହି ସିରିଜକୁ ଗୌରବ ସୋଲାଙ୍କି ଲେଖିଛନ୍ତି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.