Home Top News କେନ୍ଦୁଝର : ନୂଆ ରୂପରେ ଶୋଭା ପାଇବ ଶ୍ରୀ ଶ୍ରୀ ବଳଦେବ ଜୀଉ ମନ୍ଦିର

କେନ୍ଦୁଝର : ନୂଆ ରୂପରେ ଶୋଭା ପାଇବ ଶ୍ରୀ ଶ୍ରୀ ବଳଦେବ ଜୀଉ ମନ୍ଦିର

61

କେନ୍ଦୁଝର, ୫-୧ (ଓଡ଼ିଆ ପୁଅ/ବିଭୂତି ଭଊଷଣ ପଟ୍ଟନାୟକ) କେନ୍ଦୁଝର ବାସୀଙ୍କ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବ ଜୀଉ ବିଜେଙ୍କର ମନ୍ଦିର ନୂଆ ରୂପରେ ଶୋଭା ପାଇବାକୁ ଯାଉଛି। ରାଜ୍ୟ ସରକାରଙ୍କ ପ୍ରଦତ ଆର୍ଥିକ ଅନୁଦାନରେ ମନ୍ଦିରର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ୨୦୨୧ ମସିହା ଶେଷ ସୁଦ୍ଧା ଶେଷ ହେବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଐତିହ୍ୟ ସଂପନ୍ନ ଶ୍ରୀ ଶ୍ରୀ ବଳଦେବ ଜୀଉଙ୍କର ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ପ୍ରଶାସନ, ଶ୍ରୀ ଶ୍ରୀ ବଳଦେବ ଜୀଉ ମନ୍ଦିର ଟ୍ରଷ୍ଟ ଓ ସରକାରଙ୍କ ସହ ଆଲୋଚନା ଅନୁଯାୟୀ ଉପରୋକ୍ତ ଆର୍ଥିକ ରାଶିରେ ଭଜନ ମଣ୍ଡପ, ଭୋଗ ମଣ୍ଡପ, ଭଜନ ମଣ୍ଡପ ସେଡ ଓ ସ୍ନାନମଣ୍ଡପର ନବୀକରଣ କାର୍ଯ୍ୟ ହାତକୁ ନେବାକୁ ନିଷ୍ପତି ନିଆଯାଇଛି। ରାସ୍ତା ଓ ଗୃହ ବିଭାଗକୁ ନବୀକରଣ ଦାୟିତ୍ୱ ଦିଆଯାଇଛି। ଏହି ମର୍ମରେ ଯଥା ଶୀଘ୍ର ନବୀକରଣ କାର୍ଯ୍ୟ ଆରମ୍ଭ କରି ୨୦୨୧ ମସିହା ଶେଷ ସୁଦ୍ଧା ନବୀକରଣ କାର୍ଯ୍ୟ ସମ୍ପୁଣ୍ଣ କରିବାକୁ କେନ୍ଦୁଝର ରାସ୍ତା ଓ ଗୃହ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟରେ ଶୌଚାଳୟ, ହାତ ଓ ପାଦଧୂଆ ଜୋନ୍, ପୂର୍ବ ଦିଗର ପ୍ରବେଶ ପଥ, ରକ୍ଷଣା ବେକ୍ଷଣ ଓ ମରାମତି ସ୍ଥଳୀ, ସ୍ନାନ ମଣ୍ଡପର ପୁନରୁଦ୍ଧାର/ ନିର୍ମାଣ କାର୍ଯ୍ୟ ସହିତ ପାରିପାଶ୍ୱିର୍କ ଉନ୍ନତି ଓ ଲ୍ୟାଣ୍ଡ ସ୍କେପିଂ କାର୍ଯ୍ୟ ହାତକୁ ନିଆଯିବାକୁ ଯୋଜନା କରାଯାଇଛି।

ଉଳ୍ଲେଖଯୋଗ୍ୟଯେ କେନ୍ଦୁଝର ଜିଲ୍ଲା ସଦର ମହକୁମାର ପୁରୁଣା ସହରରେ ୧.୯୬ ଏକର ଜମି ପରିସରରେ ପବିତ୍ର ବଳଦେବ ଜୀଉ ମନ୍ଦିର ଅବସ୍ଥିତ। ମନ୍ଦିରରେ ଶ୍ରୀ ଶ୍ରୀ ବଳଦେବ ଜୀଉ ବିଜେ, କେନ୍ଦୁଝରଙ୍କର ବିଗ୍ରହ ଚାରିପଟେ ମନ୍ଦିର ବେଢାରେ ଅନେକ ଦେବଦେବୀ ପୂଜା ପାଉଛନ୍ତି। ଶ୍ରୀ ଶ୍ରୀ ବଳଦେବ ଜୀଉ ମନ୍ଦିରର ସୌନ୍ଦର୍ଯ୍ୟ କରଣ ହେଲେ ଏହା ବାହାରୁ ଭକ୍ତ, ତୀର୍ଥଯାତ୍ରୀ, ପର୍ଯ୍ୟଟକମାନଙ୍କୁ ଅଧିକ ଆକର୍ଷିତ କରିବ ଏବଂ ମନ୍ଦିର ଅଧିକ ଆକର୍ଷଣୀୟ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.