Home ଅପରାଧ ହୁରିୟତରୁ ଇସ୍ତଫା ଦେଲେ ସୟଦ ଅଲ୍ଲୀ ଗିଲାନୀ

ହୁରିୟତରୁ ଇସ୍ତଫା ଦେଲେ ସୟଦ ଅଲ୍ଲୀ ଗିଲାନୀ

205

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହା ଗିଲାନି ହୁରିୟତ କନଫ୍ରେନ୍ସରୁ ଇସ୍ତଫା ଦେଇଛନ୍ତି। ପ୍ରକାଶିତ ଅଡିଓ ବାର୍ତ୍ତାରେ ସେ ଏହା ଘୋଷଣା କରିଛନ୍ତି। ସୟଦ ଅଲ୍ଲୀ ଶାହା ଗିଲାନି କହିଛନ୍ତି ଯେ ସେ ହୁରିୟତ ଠାରୁ ନିଜକୁ ଦୂରେଇ ଦେଇଛନ୍ତି।

ସୟଦ ଅଲ୍ଲୀ ଶାହା ଗିଲାନି କହିଛନ୍ତି, “ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ଅଲ ପାର୍ଟି ହୁରିୟାତ କନଫ୍ରେନ୍ସରୁ ଇସ୍ତଫା ଦେଇଛି। ମୁଁ ଏହି ନିଷ୍ପତ୍ତି ବିଷୟରେ ହୁରିୟତର ସମସ୍ତ ସହଯୋଗୀ ମଣ୍ଡଳୀକୁ ସୂଚନା ଦେଇଛି।” ୯୦ ବର୍ଷ ବୟସ୍କ ସୟଦ ଅଲ୍ଲୀ ଶାହା ଗିଲାନି ଦୀର୍ଘ ବର୍ଷ ଧରି ଘରେ ଗୃହବନ୍ଦୀ ହୋଇ ରହିଥିଲେ। ଗତ କିଛି ମାସ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ବୋଲି କୁହାଯାଉଛି। ୫, ଅଗଷ୍ଟ, ୨୦୧୯ ପରେ ଜାମ୍ମୁ କାଶ୍ମୀରରେ ରାଜନୈତିକ ପରିସ୍ଥିତି ବଦଳିବା ମଧ୍ୟରେ ବିଚ୍ଛିନ୍ନତାବାଦୀ ଦଳର ରାଜନୀତିରେ ଏହା ସବୁଠାରୁ ବଡ଼ ଘଟଣା ଭାବରେ ଦେଖାଯାଉଛି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.