ad
ଅପରାଧ

ଗୁଳି ବାଜି ମଧ୍ୟ ଲୋକଟିର ହାତରୁ ବିଡ଼ି ଛାଡ଼ୁନି, ଏଥିରେ ଚାଇନା କହୁଛି ଜମି ଛାଡ଼ିଦିଅ: ଭିଡିଓ ..

ନୂଆଦିଲ୍ଲୀ: ଏକ ଅଜବ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ଗୁଳି ଲାଗିଛି। ସେ ଷ୍ଟ୍ରେଚର ଉପରେ ଶୋଇଥିବା ବେଳେ ଆରାମରେ ବିଡ଼ି ଟାଣୁଛି। ଏପରି ଏକ ଭିଡିଓକୁ ଓଡ଼ିଶାର ସିନିୟର ଆଇପିଏସ୍ ଅରୁଣ ବୋଥ୍ରା ଟ୍ୱିଟରରେ ସେୟାର କରିଛନ୍ତି।

ଭିଡିଓରେ, ଦେଖିପାରିବେ ଯେ ଗୁଳି ବାଜିଥିବା ଜଣେ ବ୍ୟକ୍ତି ଷ୍ଟ୍ରେଚରରେ ଶୋଇଛନ୍ତି। ଯାହାର ଧଳା ପୋଷାକରେ ରକ୍ତର ଛିଟା ଲାଗିଛି। ବ୍ୟକ୍ତି ଜଣଙ୍କ ତାଙ୍କ ସହିତ ଘଟିଥିବା ଘଟଣା ବିଷୟରେ ତାଙ୍କ ଆଖପାଖ ଲୋକଙ୍କୁ କହୁଛନ୍ତି। କିନ୍ତୁ, ଏହା ସହିତ ସେ ଖୁବ୍ ଆରାମରେ ମଝିରେ ମଝିରେ ବିଡ଼ି ଟାଣୁଛନ୍ତି। ଶରୀରରେ ଗୁଳି ବାଜି ମଧ୍ୟ ତାଙ୍କ ହାତରୁ ବିଡ଼ି ଛାଡ଼ିନି। ଏହାକୁ ନେଇ ଆଇପିଏସ୍ ଅରୁଣ ବୋଥ୍ରା ମଜାରେ ଲେଖିଛନ୍ତି, “ଶରୀରରେ ଗୁଳି ବାଜି ମଧ୍ୟ ଲୋକଟିର ହାତରୁ ବିଡ଼ି ଛାଡ଼ୁନି, ଏଥିରେ ଚାଇନା କହୁଛି ଜମି ଛାଡ଼ିଦିଅ”। ଭିଡିଓଟି ହରିୟାଣାର ବୋଲି କୁହାଯାଉଛି ଏବଂ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। /-ଦେବଦତ୍ତ ରଥ

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top