Home Top News ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି : ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି : ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ

72

ନୂଆ ଦିଲ୍ଲୀ ୧୯-୫ (ଓଡ଼ିଆ ପୁଅ) ୧୯୮୮ ରୋଡ୍ ରାଜ୍ ମାମଲାରେ ସୁପ୍ରିମକୋର୍ଟ ନବଜୋତ ସିଂ ସିଦ୍ଧୁଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏବେ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ।

ପଞ୍ଜାବ କଂଗ୍ରେସର ପୂର୍ବତନ କ୍ରିକେଟର ତଥା ପୂର୍ବତନ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କୁ ଦେଶର ସର୍ବୋଚ୍ଚୋ କୋର୍ଟ ଅର୍ଥାତ୍ ସୁପ୍ରିମକୋର୍ଟରୁ ଏକ ବଡ଼ ଧରଣର ଝଟକା ମିଳିଛି। ୧୯୮୮ ମସିହା ସଡକ ରାଗ ମାମଲାରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କ ଉପରେ ଦିଆଯାଇଥିବା ପୂର୍ବ ରାୟକୁ ବଦଳାଇ ବର୍ତ୍ତମାନ ତାଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପୂର୍ବରୁ ହତ୍ୟାକାଣ୍ଡର ଦୋଷୀ ସାବ୍ୟସ୍ତ କରି ହତ୍ୟା ମାମଲାରେ ପଞ୍ଜାବ-ହରିୟାଣା ହାଇକୋର୍ଟ ସିଦ୍ଧୁଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରବର୍ତ୍ତି ସମୟରେ ସୁପ୍ରିମକୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।

ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଏକ ସଡ଼କ ରାଗ (ରୋଡ୍‌ ରେଜ) ମାମଲା ଯାହାକି ୧୯୮୮ ମସିହାରେ ହୋଇଥିଲା। ଏକ ପାର୍କିଂକୁ ନେଇ ବିବାଦ ଦେଖାଦେଇଥିଲା ଯେଉଁଥିରେ ୬୫ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ୧୯୯୯ ମସିହାରେ ସିଦ୍ଧୁ ତଳ କୋର୍ଟରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। କିନ୍ତୁ ମାମଲା ପହଁଚିଥିଲା ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ। ଏହି ମାମଲାରେ ହାଇକୋର୍ଟ ସିଦ୍ଧୁଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ସିଦ୍ଧୁଙ୍କୁ ହାଇକୋର୍ଟ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ କିନ୍ତୁ ୨୦୧୮ ରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ୨୦୧୮ ରେ, ସୁପ୍ରିମ କୋର୍ଟ ୧,୦୦୦ ଟଙ୍କା ଜରିମାନା ଲଗାଇ ମୁକ୍ତ କରିଥିଲେ। ଏହା ପରେ ସୁପ୍ରିମକୋର୍ଟରେ ଏକ ସମୀକ୍ଷା ଆବେଦନ ଅରାଥାତ୍ ରିଭ୍ୟୁ ପିଟିସନ କରାଯାଇଥିଲା ଯେଉଁଥିରେ ସୁପ୍ରିମକୋର୍ଟ ଆଜି ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ଶୁଣାଣି ପୂର୍ବରୁ ସିଦ୍ଧୁ ତାଙ୍କ ଓକିଲଙ୍କ ମାଧ୍ୟମରେ କୋର୍ଟରେ ଆବେଦନ କରିଥିଲେଯେ, ତାଙ୍କୁ ଜେଲ ପଠାଇ ତାଙ୍କୁ ଅଧିକ ଦଣ୍ଡ ଦିଆନଯାଉ। ତାଙ୍କର ନିର୍ବିବାଦୀୟ ରାଜନୈତିକ ତଥା କ୍ରୀଡ଼ା କ୍ୟାରିୟର, ପରୋପକାରୀ କାର୍ଯ୍ୟ, ସାମାଜିକ କଲ୍ୟାଣ, ଅସହାୟ ଲୋକଙ୍କୁ ସହାୟତା ଆଦିକୁ ଦୃଷ୍ଟିରେ ରଖି ସିଦ୍ଧୁଙ୍କ ପର୍ତି କୋର୍ଟ ନରମ ଆଭିମୁଖ୍ୟ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ।

ଘଟଣାଟି ଏହି ପରି ଡିସେମ୍ବର ୧୯୮୮ ରେ ପଟିଆଲା ବାସିନ୍ଦା ଗୁରୁନମ ସିଂଙ୍କ ମୃତ୍ୟୁ ଘଟଣା ସହିତ ସମ୍ପୃକ୍ତ। ସିଦ୍ଧୁ ଏବଂ ଜଣେ ବନ୍ଧୁ ତାଙ୍କୁ ରାଗରେ ଆକ୍ରମଣ କରିଥିଲେ। ଡିସେମ୍ବର ୨୭, ୧୯୮୮ ରେ ସିଦ୍ଧୁ ଏବଂ ରୁପିନ୍ଦର ସିଂ ସାନ୍ଧୁ ସେମାନଙ୍କ ଜିପ୍ସୀକୁ ପଟିଆଲାର ଶେରାନୱାଲା ଗେଟ୍ କ୍ରସିଂ ନିକଟରେ ରାସ୍ତା ମଝିରେ ପାର୍କିଂ କରିଥିବା ଅଭିଯୋଗ ହୋଇଥିଲା। ଯେତେବେଳେ ୬୫ ବର୍ଷିୟ ଗୁରୁନାମ ସିଂ ଏକ କାରରେ ଘଟଣାସ୍ଥଳରେ ପହଞ୍ଚିଥିଲେ, ସେତେବେଳେ ସେ ତାଙ୍କୁ ଏକ ପାର୍ଶ୍ୱକୁ ଯିବାକୁ କହିଥିଲେ। ଏହା ପରେ ସିଦ୍ଧୁ ସିଂଙ୍କୁ ମାଡ଼ ମାରିଥିଲେ। ସେ ଯେପରି ମେଡ଼ିକାଲ ସାହାଯ୍ୟ ପାଇ ନପାରିବେ ସେଥିପାଇଁ ସେ ପଳାୟନ କରିବା ପୂର୍ବରୁ ସିଂ ତାଙ୍କ କାରର ଚାବି ଫିଙ୍ଗି ଦେଇଥିବାର ଅଭିଯୋଗ ହୋଇଥିଲା।

ସେପ୍ଟେମ୍ବର ୧୯୯୯ ରେ ସିଦ୍ଧୁ ଏହି ହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ, କିନ୍ତୁ ଡିସେମ୍ବର ୨୦୦୬ ରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଉଭୟଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହା ସହିତ ଉଭୟଙ୍କ ଉପରେ ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ପରେ ସିଦ୍ଧୁ ଏବଂ ସାନ୍ଧୁ ସୁପ୍ରିମକୋର୍ଟରେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.