Home ଓଡ଼ିଶା ରନ୍ଧନ ଗ୍ୟାସ ଦର ବୃଦ୍ଧି ଦାବିରେ ଯୁବ କଂଗ୍ରେସ ବିକ୍ଷୋଭ

ରନ୍ଧନ ଗ୍ୟାସ ଦର ବୃଦ୍ଧି ଦାବିରେ ଯୁବ କଂଗ୍ରେସ ବିକ୍ଷୋଭ

28

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାର ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ ଭଳି ଅତ୍ୟାବଶକ ଦ୍ରବ୍ୟର ମୂଲ୍ୟବୃଦ୍ଧିକୁ ରୋକିବାରେ ପୂର୍ଣ୍ଣ ବିଫଳ ହୋଇଛନ୍ତି। ଯାହା ଫଳରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବର ଦର ଆକାଶ ଛୁଆଁ ହୋଇଛି। ସରକାର ଏ କ୍ଷେତ୍ରରେ ପୂର୍ଣ୍ଣ ଭାବେ ଆଖି ବୁଜି ଦେଇଛନ୍ତି। ସାଧାରଣ ଲୋକେ ଆଜି ମହଙ୍ଗା ମାଡ଼ରେ ହନ୍ତସନ୍ତ ହେଉଛନ୍ତି। ଗଣ୍ଡେ ଖାଇ ଦଣ୍ଡେ ବଞ୍ଚିବା ଆଜି କଷ୍ଟକର ହୋଇ ପଡ଼ିଛି। ଏହାକୁ ପ୍ରତିବାଦ କରି ଆଜି ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଳା କାର୍ଯ୍ୟକାରୀ ସଭାପତି ହେମନ୍ତ ମହାପାତ୍ରଙ୍କ ନେତୃତ୍ୱ ଏକ ଗଣଧାରଣା, ପ୍ରତିବାଦ ସଭା, ବିକ୍ଷୋଭ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ର ପୋଡ଼ିଥିଲେ। ପ୍ରଥମ ଯୁବ କଂଗ୍ରେସର ସମର୍ଥକ ମାନେ ଏକ ବାଇକ୍ ରାଲିରେ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଏକ ପ୍ରତିବାଦ ସଭା ହେମନ୍ତ ମହାପାତ୍ର ଏବଂ ସୁବ୍ରତ ବେଉରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଗଣଧାରଣାରେ ସତ୍ୟ ପୁହାଣ, ରାକେଶ ମହାନ୍ତି, ଦୀପକ ଦାସ, ଭକ୍ତହରି ପାଢୀ, ବସନ୍ତ ନାୟକ, ନଫିସ ଖାଁ, ଟୋନି ଅଲୀ, ସୌମ୍ୟରଂଜନ ବାରିକଙ୍କ ଶମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.