Home Top News ବିବାହିତ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଲେ ସାତ ମାସର ଗର୍ଭବତୀ ପ୍ରେମିକା

ବିବାହିତ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଲେ ସାତ ମାସର ଗର୍ଭବତୀ ପ୍ରେମିକା

71

ନବରଙ୍ଗପୁର, ୧୮/୫ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ଗୌଡ଼) – ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ୭ ବର୍ଷ ହେଲା ପ୍ରେମିକାଙ୍କ ସହ ରଖିଥିଲେ ଶାରିରୀକ ସମ୍ପର୍କ। ଏବେ ପ୍ରେମିକା ୭ ମାସର ଗର୍ଭବତୀ ହେବାପରେ ହାତ ଛାଡ଼ି ଦେଲେ ପ୍ରେମିକ। ସେପଟେ ଗର୍ଭବତୀ ଯୁବତୀଙ୍କୁ ଘରେ ପୁରାଉ ନଥିବାରୁ ପ୍ରେମିକର ଘର ଆଗରେ ଧାରଣା ଦେଲେ ପ୍ରେମିକା। ପାପଡାହାଣ୍ଡି ବ୍ଲକ ଘାଟଗୁଡ଼ା ପଞ୍ଚାୟତ ଛତ୍ରବର ଗାଁରେ ଏଭଳି ଘଟଣା ଘଟିଛି। ଦୀର୍ଘ ୧୫ ଦିନ ହେଲା ନ୍ୟାୟ ପାଇଁ ପୀଡ଼ିତା ବାର ଦ୍ଵାର ବୁଲୁଥିବା ବେଳେ ଏବେ ପ୍ରେମିକର ଘର ଆଗରେ ଧାରଣା ଦେଇଛନ୍ତି।

ସୂଚନାନୁଯାୟୀ, ପାପଡାହାଣ୍ଡି ଥାନା ଘାଟଗୁଡ଼ା ପଞ୍ଚାୟତ ଛତ୍ରଭର ଗାଁର ଲାଇଜର ଖରା ନାମକ ଜଣେ ବିବାହିତ ବ୍ୟକ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଖାତିଗୁଡା ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଲାଇଜର ବିବାହିତ ହୋଇଥିଲେ ମଧ୍ୟ ନିଜ ସ୍ତ୍ରୀକୁ ଭାଉଜ ଏବଂ ଝିଅକୁ ଝିଆରୀ ବୋଲି ମିଛ କହି ଯୁବତୀଙ୍କୁ ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ତେବେ ଯୁବତୀ ଜଣଙ୍କ ବିବାହ କରିବାକୁ ଜିଦ୍ କରିବାରୁ ଲାଇଜର ପାପଡାହାଣ୍ଡି ଗାଁରେ ଏକ ମାସ ଓ ପରେ ଉମରକୋଟ ସ୍ଥିତ ଡଙ୍ଗରିସାହିରେ ଥିବା ତାଙ୍କ ଭଉଣୀ ଘରେ ୨ ବର୍ଷ ରଖିଥିଲେ। ଏହାପରେ ଡାବୁଗାଁର ସୁଧାର ଗୃହରେ ଏକ ମାସ ରଖିବା ପରେ ଏବେ ନିଜ ଘରକୁ ନେଇ ଆସିଥିଲା। ହେଲେ ଲାଇଜରର ପରିବାର ଲୋକେ ଯୁବତୀଙ୍କୁ ଘରେ ପୁରାଇ ଦେଇନଥିଲେ। ତାଙ୍କର ସମସ୍ତ ଲୁଗାପଟା ବାହାରେ ଫିଙ୍ଗି ଦେଇଥିଲେ। ଫଳରେ ଗର୍ଭବତୀ ଯୁବତୀ ଲାଇଜରଙ୍କ ଘର ଆଗରେ ଧାରଣା ଦେଇଛନ୍ତି। ସେପଟେ ଲାଇଜର ଘର ଛାଡ଼ି ଫେରାର୍ ହୋଇଯାଇଛନ୍ତି।

ତେବେ ଗତ ୧୫ ଦିନ ହେବ ଯୁବତୀ ଜଣଙ୍କ ନ୍ୟାୟ ପାଇଁ ବାର ଦ୍ଵାର ବୁଲୁଥିବା ଦେଖିବାକୁ ମିଳିଛି। ଖବର ପାଇ ମା ଘର ଅଧକ୍ଷା କାଦମ୍ବିନୀ ତ୍ରିପାଠୀ ପହଁଚି ଧାରଣା ସ୍ଥଳରୁ ଯୁବତୀକୁ ଉଦ୍ଧାର କରିଛନ୍ତି। ଯୁବତୀ ଜଣଙ୍କ ନ୍ୟାୟ ଅପେକ୍ଷାରେ ପ୍ରେମିକଙ୍କ ଘର ଆଗରେ ବସିରହିଛନ୍ତି, ତାକୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି। ଯୁବତୀ ଜଣକ ଆସନ୍ତା କାଲି ଥାନାର ଦ୍ୱାରସ୍ତ ହୋଇ ଅଭିଯୋଗ କରିବେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.