Home ଓଡ଼ିଶା ଆଣ୍ଟି-CAA ହିଂସା – ସୁପ୍ରିମକୋର୍ଟ ଯୋଗୀ ସରକାରଙ୍କୁ ପଚାରିଲେ – କେଉଁ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ...

ଆଣ୍ଟି-CAA ହିଂସା – ସୁପ୍ରିମକୋର୍ଟ ଯୋଗୀ ସରକାରଙ୍କୁ ପଚାରିଲେ – କେଉଁ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ହୋର୍ଡିଂ ଲଗାଯାଇଛି

119

ନୂଆ ଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) ଲକ୍ଷ୍ନୌରେ ନାଗରିକତା ସଂଶୋଧନ ଅଧିନିୟମ (CAA) ବିରୋଧରେ ପ୍ରଦର୍ଶନରେ ହିଂସା ଘଟାଇଥିବା ଅଭିଯୁକ୍ତମାନଙ୍କ ପୋଷ୍ଟର ପ୍ରଶାସନ ତରଫରୁ ବିଭିନ୍ନ ଛକ ଯାଗାମାନଙ୍କରେ ଲଗାଯାଇଥିଲା। ଏହାକୁ ହଟାଇବା ପାଇଁ ଆହ୍ଲାବାଦ ହାଇକୋର୍ଟ ଆଦେଶ ଦେଇଥିଲେ। ମାର୍ଚ୍ଚ ୯ ରେ ସୁପ୍ରୀମକୋର୍ଟରେ ହାଇକୋର୍ଟଙ୍କ ଆଦେଶକୁ ଉତ୍ତରପ୍ରଦେଶ ସରକାର ଚ୍ୟାଲେଞ୍ଜ କରିଥିଲେ। ଗୁରୁବାର ଦିନ ଜଷ୍ଟିସ ୟୁୟୁ ଲଲିତ ଏବଂ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି। ସୁପ୍ରୀମକୋର୍ଟ ଶୁଣାଣି ସମୟରେ ଯୋଗୀ ସରକାରଙ୍କୁ ପଚାରିଥିଲେ ଯେ କେଉଁ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ହୋର୍ଡିଂ ଲଗାଯାଇଛି। କୋର୍ଟ କହିଥିଲେକି ବର୍ତ୍ତମାନ ପର୍ଯ୍ୟନ୍ତ ଏପରି କୌଣସି ପ୍ରୋଭିଜନ ନାହିଁ ଯାହା ଏହିପରି କରିବାକୁ ଅନୁମତି ଦେବ। ଆସନ୍ତା ସପ୍ତାହରେ ନୂଆ ବେଞ୍ଚ ଏହାର ଶୁଣାଣି କରିବ। ସୂଚନାଯୋଗ୍ୟଯେ, ଆହ୍ଲାବାଦ ହାଇକୋର୍ଟ ବିକ୍ଷୋଭକାରୀଙ୍କ ପୋଷ୍ଟର ଲଗାଇବା କାର୍ଯ୍ୟକୁ “ଗୋପନୀୟତାରେ ଅନାବଶ୍ୟକ ହସ୍ତକ୍ଷେପ” ବୋଲି କହିଥିଲେ।

ଏହି ମାମଲାରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଭ୍ୟାକେସନ ବେଞ୍ଚ ସମ୍ମୁଖରେ ରାଜ୍ୟ ସରକାରଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରିଥିଲେ। କୋର୍ଟ କହିଥିଲେଯେ, – “ଏହି ମାମଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏପରି ପୋଷ୍ଟର ଲଗାଇବାକୁ ୟୁପି ସରକାରଙ୍କର ଅଧିକାର ଅଛି କି? ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ଏହି କାର୍ଯ୍ୟକୁ ସମର୍ଥନ କରୁଥିବା କୌଣସି ଆଇନ ନାହିଁ।

ତୁଷାର ମେହେଟ୍ଟା କହିଥିଲେ – ଗୋପନୀୟତା ଅଧିକାରର ଅନେକ ଦିଗ ଅଛି। ପୋଷ୍ଟର ହଟାଇବାକୁ ହାଇକୋର୍ଟଙ୍କ ନିଷ୍ପତ୍ତିରେ ତ୍ରୁଟି ରହିଛି। ଏହି ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ହିଂସା ଘଟାଇଥିଲେ। ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କର ଶକ୍ତି ଅଛି।

ଏହା ଉପରେ ଜଷ୍ଟିସ୍ ବୋଷ ପଚାରିଥିଲେ – ହିଂସା ଅଭିଯୋଗରେ ଅଭିଯୁକ୍ତମାନଙ୍କ ହୋର୍ଡିଂ ଲଗାଇବପାଇଁ କେଉଁଠାରେ ନିୟମ ବା ସରକାରଙ୍କର ପାୱାର ଅଛି? ଆମେ ସରକାରଙ୍କ ଚିନ୍ତା ବୁଝିପାରୁଛୁ। ଅବଶ୍ୟ ଦଙ୍ଗାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। କିନ୍ତୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇନରେ କୌଣସି ବ୍ୟବସ୍ଥା ନାହିଁ।

ମେହେଟ୍ଟା କହିଛନ୍ତି ଯେତେବେଳେ ବିକ୍ଷୋଭକାରୀମାନେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଥିଲେ, ଗଣମାଧ୍ୟମ ସେମାନଙ୍କର ଭିଡିଓ ପ୍ରସ୍ତୁତ କରିଛି, ସମସ୍ତେ ସେମାନଙ୍କୁ ଦେଖିଛନ୍ତି। ଏଭଳି ପରିସ୍ଥିତିରେ ସେମାନେ ଦାବି କରିପାରିବେ ନାହିଁ ଯେ ପୋଷ୍ଟର ପୋଷ୍ଟିଂ ଦ୍ୱାରା ସେମାନଙ୍କର ଗୋପନୀୟତା ଅଧିକାର ଉଲ୍ଲଂଘନ କରାଯାଇଛି। ପ୍ରଦର୍ଶନ ସମୟରେ ଅସ୍ତ୍ର ଧରି ଆସି ହିଂସାକରିଥିବା ବ୍ୟକ୍ତି ଅର୍ଥାତ୍ ଦଙ୍ଗାକାରୀମାନଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ପୋଷ୍ଟର ଗୁଡ଼ିକ ଲଗାଯାଇଥିଲା। ଯାହାଫଳରେ ଲୋକମାନେ ବର୍ତ୍ତମାନଠାରୁ ଏହିପରି କାର୍ଯ୍ୟକଳାପରେ ଜଡିତ ହେବାକୁ ଭୟ କରିବେ। ହିଂସା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନଙ୍କଠାରୁ କ୍ଷତିପୂରଣ ନେବା ବକେୟା ରହିଛି।

ଜଷ୍ଟିସ ଲଲିତ ପଚାରିଛନ୍ତି – ବିକ୍ଷୋଭକାରୀଙ୍କୁ କ୍ଷତିପୂରଣ ଜମା କରିବାର ସମୟସୀମା ଶେଷ ହୋଇଛି କି? ଏହା ଉପରେ ମେହେଟ୍ଟା କହିଛନ୍ତି ଯେ ବର୍ତ୍ତମାନ ନୁହେଁ, ସେ ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଛନ୍ତି।

ପୂର୍ବତନ ଆଇପିଏସ୍ ଏସଆର ଦାରାପୁରୀଙ୍କର ଓକିଲ ଅଭିଷେକ ମନୁ ସିଂଭି କହିଛନ୍ତିଯେ, ଦାରାପୁରୀ ଜଣେ ୭୨ ବ୍ୟାଚ୍ ଆଇପିଏସ୍ ଅଧିକାରୀ। ସେ ଆଇଜି ପଦବୀରୁ ଅବସର ନେଇଛନ୍ତି। ତାଙ୍କର ପୋଷ୍ଟର ମଧ୍ୟ ଲଗାଯାଇଥିଲା। ସରକାରଙ୍କୁ ସମ୍ବନ୍ଧିତ ଅଧିକାରୀମାନଙ୍କୁ କହିବାକୁ ଥିଲା ଯେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି। କିନ୍ତୁ ସରକାରଙ୍କ ଉଦ୍ଦେଶ୍ୟ କେବଳ ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ଏହି ଲୋକଙ୍କୁ ଅସମ୍ମାନ କରିବା। ସେମାନଙ୍କର ନାମ ଏବଂ ଠିକଣା ପୋଷ୍ଟରରେ ଲେଖାଯାଇଛି। ସାଧାରଣ ଲୋକଙ୍କ ପାଇଁ ଏହା ଏକ ଖୋଲା ନିମନ୍ତ୍ରଣ ଯେ ଯେ କୌଣସି ଲୋକ ଏମାନଙ୍କ ଘରେ ପ୍ରବେଶ କରିପାରିବେ କିମ୍ବା ରାସ୍ତାରେ ସେମାନଙ୍କୁ ପିଟି ପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.