Home ଓଡ଼ିଶା ଶେଷରେ ସିନେ-ଅଭିନେତ୍ରୀକୁ ବିବାହ କଲେ ସୁକିନ୍ଦା ବିଧାୟକ

ଶେଷରେ ସିନେ-ଅଭିନେତ୍ରୀକୁ ବିବାହ କଲେ ସୁକିନ୍ଦା ବିଧାୟକ

66

ଭୁବନେଶ୍ୱର୧୨ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବିଜେଡି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡେଇଙ୍କ ବିଧାୟକ ପୁଅ ପ୍ରୀତିରଞ୍ଜନ ଅଭିନେତ୍ରୀ ଝିଲିକ୍ ଭଟ୍ଟଚାର୍ଯ୍ୟ ଙ୍କୁ ବିବାହ କରିଛନ୍ତି । ବଙ୍ଗିୟ ଅଭିନେତ୍ରୀ ଝିଲିକ୍ ଓଡ଼ିଆ ମୁଭିରେ ନିଜର ଦମ୍‌ଦାର ଅଭିନୟକୁ ନେଇ ଦର୍ଶକଙ୍କ ହୃଦୟକୁ ଜିଣିଯାଇଥିଲେ ।  ଝିଲିକ୍ ଆଜି ସକାଳେ ସୋସିଆଲ୍ ମିଡିଆ ଜରିଆରେ ତାଙ୍କର ବାହାଘର ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି । ଏଥିରେ ଝିଲିକ୍ ବାହାଘର ସମୟର ଫଟୋ ସେଆର କରି ଲେଖିଛନ୍ତି, ଆମର ବୈବାହିକ ଜୀବନ ପାଇଁ ଆମେ ସମସ୍ତଙ୍କ ପ୍ରାର୍ଥନା ଓ ଆଶୀର୍ବାଦ କାମନା କରୁଛୁ । ଏହା ସହିତ ସେ ଜୟ ଜଗନ୍ନାଥ ବୋଲି ମଧ୍ୟ ଲେଖିଛନ୍ତି । ଝିଲିକ୍ ଯେଉଁ ଫଟୋ ସେଆର୍ କରିଛନ୍ତି ସେଥିରେ ଝିଲିକ୍‌ଙ୍କ ସହିତ ପ୍ରୀତିରଞ୍ଜନ ଓ ପ୍ରଫୁଲ ଘଡ଼େଇ ରହିଛନ୍ତି । ଏବେ ଝିଲିକ୍ ପକ୍କା ଓଡ଼ିଆଣୀ ପାଲଟିଯାଇଛନ୍ତି।ଝିଲିକ୍ ୨୦୧୩ରେ ମୁକ୍ତିଲାଭ କରିଥିବା ପ୍ରଯୋଜକ ନିରଞ୍ଜନ ରଣାଙ୍କ ଓଡ଼ିଆ ଛବି ‘ଟାର୍ଗେଟ୍‌’ରୁ ଓଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ । ଆଉ ତାପରେ ସେ ପଛକୁ ଫେରିନଥିଲେ । ଗୋଟିଏ ପରେ ଗୋଟିଏ ହିଟ୍ ଓଡ଼ିଆ ଫିଲ୍ମ ଦେଇ ସେ ଦର୍ଶକଙ୍କ ହୃଦୟ ଜିଣିଯାଇଥିଲେ । ସୁଚନାଯୋଗ୍ୟ- ଆଜିର ଦିନରେ ଓଡିଶାରେ ସିନେ ତାରକା ମାନେ ରାଜନିତିରେ ନିଜର ରୁଚି ରଖି ବିଜେଡି ଦଳରେ ସାମିଲ ହୋଇ ପଦପଦୀ ପାଉଥିବା ବେଳେ  ସୁକିନ୍ଦା ବିଜେଡି ଦଳର ବିଧାୟକ ପ୍ରିତିରଞ୍ଜନ ଘଡାଇ ଜଣେ ଳୋକପ୍ରିୟ ଅଭିନେତ୍ରୀଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.