Home ଓଡ଼ିଶା CAAକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରୀ କଲେ ସୁପ୍ରୀମ କୋର୍ଟ

CAAକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରୀ କଲେ ସୁପ୍ରୀମ କୋର୍ଟ

312

ନୂଆ ଦିଲ୍ଲୀ ୭-୨ (ଓଡ଼ିଆ ପୁଅ) ନାଗରିକତା (ସଂଶୋଧନ) ଆଇନ, ୨୦୧୯ ର ସାମ୍ବିଧାନିକ ବୈଧତା ଏବଂ ଆସାମ ବୁଝାମଣାର କାର୍ଯ୍ୟାନ୍ୱୟନକୁ ଚ୍ୟାଲେଞ୍ଜ କରୁଥିବା ଯାଚିକା ଉପରେ କେନ୍ଦ୍ରର ମୋଦୀ ସରକାରଙ୍କୁ ନୋଟିସ ଜାରୀ କରିଛନ୍ତି ସୁପ୍ରୀମ କୋର୍ଟ।

ସୂଚନାଯୋଗ୍ୟଯେ, ଗତ ଜାନୁଆରୀ ୨୨ ତାରିଖରେ ନାଗରିକତା ସଂଶୋଧନ ଆଇନ୍ ଅର୍ଥାତ୍ CAA କୁ ନେଇକରି ସୁପ୍ରୀମ କୋର୍ଟରେ ଯାଚିକାଗୁଡ଼ିକର ଶୁଣାଣି ହୋଇଥିଲା। ଅଧିକାଂଶ ଯାଚିକାରେ CAA ର ବିରୋଧ କରାଯାଇଛି, ତା’ ସହିତ ହିଁ ଏନପିଆର ଏବଂ ସମ୍ଭାବିତ ଏନଆରସି ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି।

ଏହା ପୂର୍ବରୁ ୧୭ ଡିସେମ୍ବରରେ ହୋଇଥିବା ଶୁଣାଣିରେ କୋର୍ଟ ଆଇନ୍ ଉପରେ ରୋକ ଲଗାଇବା ପାଇଁ ମନା କରିଥିଲେ। କୋର୍ଟ ସରକାରଙ୍କଠାରୁ ଯାଚିକାଗୁଡ଼ିକ ଉପରେ ଜବାବ ମାଗିଥିଲେ ଏବଂ କହିଥିଲେ କି ଜାନୁଆରୀରେ ଏହି ମାମଲାରେ ବିସ୍ତାରରେ ଶୁଣାଣି ହେବ। ସେତେବେଳେ କୌଣସି ଆଦେଶ ଦିଆଯିବ କିନ୍ତୁ ଜାନୁଆରୀ ୨୨ରେ, ଏହି ମାମଲାରେ ଚିଫ ଜଷ୍ଟିସ ଏସ ଏ ବୋବଡ଼େ, ଜଷ୍ଟିସ ଏସ ଅବ୍ଦୁଲ ନଜୀର ଏବଂ ଜଷ୍ଟିସ ସଂଜୀବ ଖାନ୍ନା ଯାଚିକାଗୁଡ଼ିକର ଶୁଣାଣି କରିଥିଲେ। ଶୁଣାଣି ସମୟରେ ସୁପ୍ରୀମ କୋର୍ଟ କହିଥିଲେ କି ଆମେ କିଛି ଯାଚିକାଗୁଡ଼ିକୁ ବଡ଼ ବେଞ୍ଚ ନିକଟକୁ ପଠାଇପାରୁ। ଏହାପରେ ଆଟର୍ଣ୍ଣି ଜେନେରାଲ୍ କହିଥିଲେ, ୧୪୪ଟି ଯାଚିକା ଅଛି। ଆମକୁ ବର୍ତ୍ତମାନ ପର୍ଯ୍ୟନ୍ତ ୬୦ଟି ମିଳିଛି। ଆମେ ତା ଉପରେ ଉତ୍ତର ଦେଇପାରିବୁ। ଯେତେବେଳେ ବାକୀ ମିଳିବ ସେତେବେଳେ ଉତ୍ତର ଦେବୁ।

ଶୁଣାଣି କରି ସୁପ୍ରୀମ କୋର୍ଟ ଅନ୍ତରୀଣ ଆଦେଶ ଦେବାକୁ ମନା କରିଥିଲେ ଏବଂ ୪ ସପ୍ତାହ ସମୟ ଦେଇଥିଲେ, ସିଜେଆଇ କହିଥିଲେ କି ସମସ୍ତ ଯାଚିକାଗୁଡ଼ିକ ଉପରେ ସରକାର ଚାରି ସପ୍ତାହ ମଧ୍ୟରେ ଉତ୍ତର ଦେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.