Home Coronavirus Outbreak ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ ବ୍ୟକ୍ତ

ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ ବ୍ୟକ୍ତ

93

ନୂଆ ଦିଲ୍ଲୀ ୨୪-୫ (ଓଡ଼ିଆ ପୁଅ) COVID୧୯ ମହାମାରୀ ସମୟରେ ସାରା ଦେଶରେ ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଲକଡାଉନ୍ କାରଣରୁ ପ୍ରବାସୀ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ କୋର୍ଟ ଏକ ସ୍ୟୁ ମୋଟୋ ମାମଲାର ଶୁଣାଣି କରିଥିଲେ।

ସୂଚନାଯୋଗ୍ୟଯେ, ଲକ୍‌ଡାଉନ୍‌ କାରଣରୁ ଦିନ ମଜୁରିଆମାନେ ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୈନନ୍ଦିନ ଜୀବନରେ ଗୁଜରାଣ ମେଣ୍ଟାଇବା ପାଇଁ ସେମାନଙ୍କୁ ବହୁତ କଷ୍ଟ ସହ୍ୟ କରିବାକୁ ପଡ଼ୁଛି ଏବଂ ଭୋକ ଉପାସରେ ସ୍ୱଳ୍ପଖାଇ ବଞ୍ଚିବାକୁ ଚେଷ୍ଟାକରୁଛନ୍ତି।

ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ ପ୍ରକ୍ରିୟା ଶିଥିଳ ଗତିରେ ଗତି କରୁଛି। ଏଥିପାଇଁ ସରକାରଙ୍କର ସହାୟତା ମୂଳକ ଯୋଜନାରୁ ବଞ୍ଚିତ ହେଉଛନ୍ତି ଏହି ପ୍ରବାସୀ ଶ୍ରମିକମାନେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.